ଆଜି ହେଉଛି ବିଶ୍ୱ ଜନସଂଖ୍ୟା ଦିବସ

July 11, 2019, ଦେଶଦୁନିଆ, , Bhagyaprabha News Bureau
ଆଜି ହେଉଛି ବିଶ୍ୱ ଜନସଂଖ୍ୟା ଦିବସ
Bhagyaprabha News Bureau
July 11, 2019

ଆଜି ହେଉଛି ବିଶ୍ୱ ଜନସଂଖ୍ୟା ଦିବସ । ଆଜିଠାରୁ ୩୦ ବର୍ଷ ପୂର୍ବରୁ ୧୯୮୯ରେ ସଂଯୁକ୍ତ ରାଷ୍ଟ୍ର ବିକାଶକାର୍ଯ୍ୟକ୍ରମରଗଭର୍ଣ୍ଣିଂ କାଉଁସିଲ ଦ୍ୱାରା ଏହାକୁ ଆରମ୍ଭ କରାଯାଇଥିଲା । ମାନାଯାଏ ଯେ, ୧୧ ଜୁଲାଇ ୧୯୮୭ରେ ବିଶ୍ୱର ଜନସଂଖ୍ୟା ୫୦୦ କୋଟି ହୋଇଯାଇଥିଲା । ବୃଦ୍ଧି ପାଉଥିବା ଜନସଂଖ୍ୟା ଉପରେ ସଚେତନ ବୃଦ୍ଧି କରାଇବା ପ୍ରୟାସରେ ଆରମ୍ଭ କରାଯାଇଥିଲା । ଏଥିରେ ପରିବାର ନିୟୋଜନ, ଲିଙ୍ଗ ସମାନତା, ମାତୃ ସ୍ୱାସ୍ଥ୍ୟ ଏବଂ ମାନବ ଅଧିକାରର ମହତ୍ତୱ ସାମିଲ ଅଛି । ସଂଯୁକ୍ତ ରାଷ୍ଟ୍ରର ଏକ ରିପୋର୍ଟରେ କୁହାଯାଇଛି ଯେ, ଯଦି ଜନସଂଖ୍ୟା ବୃଦ୍ଧିର ହାର ଏଭଳି ରହୁଛି ତେବେ ବହୁତ ଜଲଦି ବିଶ୍ୱ ସ୍ତରରେ ଏହା ୧୦ ଅରବ ପାଖାପାଖି ପହଞ୍ଚିଯିବ । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଦୁନିଆର ମୋଟ୍ ଜନସଂଖ୍ୟା ୭.୭ ଅରବ ପାର କରିସାରିଛି । ବିଶ୍ୱର ସର୍ବମୋଟ ଜନସଂଖ୍ୟାର ଅଧାରୁ ଅଧିକ ଅଂଶ ଏସିଆ ମହାଦେଶରେ ରହୁଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ପ୍ରଥମଥର ପାଇଁ ଏଭଳି ହୋଇଛି ଯେବେ ୬୫ ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ପାଞ୍ଚ ବର୍ଷର ପିଲାଙ୍କ ସଂଖ୍ୟା ଠାରୁ ଅଧିକ ହୋଇଯାଇଛି । ୧୯୫୧ ବେଳକୁ ଭାରତର ଜନସଂଖ୍ୟା ଥିଲା ୩୬ କୋଟି ଯାହା ବୃଦ୍ଧି ପାଇ ୧୩୩ କୋଟିରେ ପହଞ୍ଚିସାରିଛି । ଅନେକ ରିପୋର୍ଟରେ ଦାବି କରାଯାଉଛି ଯେ, ଜନସଂଖ୍ୟା ମାମଲାରେ ଭାରତ ୨୦୨୭ ଭିତରେ ଚୀନକୁ ପଛରେ ପକାଇ ନମ୍ୱର ୱାନ ହୋଇଯିବ । ଯଦିଓ ଏହାର ପ୍ରଭାବ ଭାରତର ଅର୍ଥ ବ୍ୟବସ୍ଥା ଠାରୁ ଆରମ୍ଭ କରି ଅନେକ କ୍ଷେତ୍ରରେ ପଡିବ ।ସଂଯୁକ୍ତ ରାଷ୍ଟ୍ରର ଏକ ରିପୋର୍ଟ ଅନୁଯାୟୀ ପ୍ରଥମ ଥର ପାଇଁ ଏଭଳି ହୋଇଛି ଯେ ୬୫ ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ପାଞ୍ଚ ବର୍ଷର ପିଲାଙ୍କ ସଂଖ୍ୟା ଠାରୁ ଅଧିକ ହୋଇଯାଇଛି । ଆଶଙ୍କା କରାଯାଉଛି ଯେ ୨୦୫୦ ବର୍ଷ ଭିତରେ ବିଶ୍ୱର ବୟସ୍କଙ୍କ ସଂଖ୍ୟା ଛୋଟ ପିଲାଙ୍କ ସଂଖ୍ୟାର ଦୁଇଗୁଣ ହୋଇଯିବ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାଟକୁରାରେ ଆଜି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ପ୍ରଚାର

ପାଟକୁରାରେ ଆଜି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ପ୍ରଚାର

Read More...

ବାଲାକୋଟରେ ଏନକାଉଣ୍ଟର, ୨ନକ୍ସଲ ମୃତ

ବାଲାକୋଟରେ ଏନକାଉଣ୍ଟର, ୨ନକ୍ସଲ ମୃତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: