ଖଲ୍ଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟ ସ୍ଥାନାନ୍ତରକୁ ବିରୋଧ କଲେ ଛାତ୍ର ସଂଗଠନ

July 16, 2019, ଶିକ୍ଷା, ଗଞ୍ଜାମ, Bhagyaprabha News Bureau
ଖଲ୍ଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟ ସ୍ଥାନାନ୍ତରକୁ ବିରୋଧ କଲେ ଛାତ୍ର ସଂଗଠନ
Bhagyaprabha News Bureau
July 16, 2019

ବ୍ରହ୍ମପୁର ସହରର ଖଲ୍ଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟକୁ ସହର ଉପକଣ୍ଠ କନିଷିର ର ଏକ ଘରୋଇ କଲ୍ୟାଣୀ ମଣ୍ଡପକୁ ସ୍ଥାନାନ୍ତର କରାଯିବା ପାଇଁ ସରକାରଙ୍କ ପକ୍ଷରୁ ହୋଇଥିବା ନିଷ୍ପତ୍ତିକୁ ବିରୋଧ କରି ବ୍ରହ୍ମପୁର ଠାରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି । ବିଶ୍ବବିଦ୍ୟାଳୟ ସମ୍ମୁଖରେ ଅଲ ଇଣ୍ଡିଆ ଡିଏସଓର କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଖଲ୍ଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟ ଶୈକ୍ଷିକ ପରିବେଶ ମଧ୍ୟରେ ରହିଥିବାବେଳେ ଏକ ନୂତନ ପରିବେଶ ମଧ୍ଯରେ କ୍ୟାମ୍ପସ କଦାପି ପୁରାତନ ଐତିହସମ୍ପନ୍ନ ହୋଇପାରିବନାହିଁ ବୋଲି ଅଲ ଇଣ୍ଡିଆ ଡିଏସଓର କର୍ମକର୍ତ୍ତାମାନେ ଦାବି କରିବା




ସହ ବିଶ୍ବବିଦ୍ୟାଳୟ ପାଇଁ ବିଜିପୁର ଠାରୁ ଆରସିଏମ ପିଜି ହଷ୍ଟେଲ-ଓଏସଆରଟିସି ଜମି- ଏସବିଆର କଲେଜ- ଆରକେ ହଷ୍ଟେଲ୍-ପାଣି ଟାଙ୍କି-ଗେଷ୍ଟ ହାଉସ- ଟାଉନହଲ୍ ପର୍ଯ୍ୟନ୍ତ ଘେରା ଅଞ୍ଚଳକୁ ଏକ ଏଜୁକେସନାଲ ହବ ନିର୍ମାଣ କରିବାକୁ କହିଛନ୍ତି । ଏହି ଆନ୍ଦୋଳନରେ ରାଜ୍ୟ ଉପସଭାପତି ସୋମନାଥ ବେହେରା,ଜିଲ୍ଲା ସଭାପତି ଶିବାନୀ ଶଙ୍କର ମିଶ୍ର, ଜିଲ୍ଲା ସମ୍ପାଦକ ନିମାଁଇ ଚରଣ ସାହୁ, ଡଃ . ତିରୁପତୁ ଦୋରା, ନାରାୟଣ ସାହୁ, ରଞ୍ଜନ ସେଠୀ, ପପୁନ ସାହୁ, କିସାନ ସାହୁଙ୍କ ସମେତ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆନ୍ଦୋଳନରେ ଯୋଗ ଦେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସରକାରୀ ସେବା କଲେଜ ଛାତ୍ରଙ୍କୁ ଛାତ୍ରାବାସ ପ୍ରଦାନ ଦାବିରେ ଧାରଣା

ସରକାରୀ ସେବା କଲେଜ ଛାତ୍ରଙ୍କୁ ଛାତ୍ରାବାସ ପ୍ରଦାନ ଦାବିରେ ଧାରଣା

Read More...

ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ହେଲେ ବିଶ୍ୱଭୂଷଣ ହରିଚନ୍ଦନ

ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ହେଲେ ବିଶ୍ୱଭୂଷଣ ହରିଚନ୍ଦନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: