ମହିଳା ସ୍ପ୍ରିଣ୍ଟର ହିମା ଦାସଙ୍କ ସ୍ବର୍ଣ୍ଣିମ ସଫଳତା ଜାରି

July 21, 2019, ଖେଳ, , Bhagyaprabha News Bureau
ମହିଳା ସ୍ପ୍ରିଣ୍ଟର ହିମା ଦାସଙ୍କ ସ୍ବର୍ଣ୍ଣିମ ସଫଳତା ଜାରି
Bhagyaprabha News Bureau
July 21, 2019

ଭାରତୀୟ ମହିଳା ସ୍ପ୍ରିଣ୍ଟର ହିମା ଦାସ ତାଙ୍କ ସ୍ବର୍ଣ୍ଣିମ ସଫଳତା ଧାରା ଜାରି ରଖିଛନ୍ତି। ଶନିବାର ଏଠାରେ ଅନୁଷ୍ଠିତ ଏକ ପ୍ରତିଯୋଗିତାର ୪୦୦ ମିଟର ରେସ୍‌ରେ ହିମା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଦୂରତାକୁ ହିମା ୫୨.୦୯ ସେକେଣ୍ଡରେ ଶେଷ କରିଥିଲେ। ସିଜନରେ ହିମାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ହୋଇଥିଲେ ମଧ୍ୟ ବ୍ୟକ୍ତିଗତ ଶ୍ରେଷ୍ଠ (୫୦.୭୯)ଠାରୁ ସାମାନ୍ୟ କମ୍‌। ହିମା ଯଦି ୫୧.୮୦ ସେକେଣ୍ଡରେ ଏହି ଦୂରତାକୁ ଅତିକ୍ରମ କରିଥାନ୍ତେ ତେବେ ବିଶ୍ୱ ଚାମ୍ପିୟନଶିପ୍‌କୁ ଯୋଗ୍ୟତା ଅର୍ଜନ କରିଥାନ୍ତେ। ଗତ ଏକମାସ ମଧ୍ୟରେ ହିମାଙ୍କର ଏହା ୫ମ ସ୍ବର୍ଣ୍ଣ ପଦକ। ପୂର୍ବରୁ ସେ ଜୁଲାଇ ୨ରେ ୟୁରୋପରେ ଅନୁଷ୍ଠିତ ପୋଜନାନ ଗ୍ରଁାପ୍ରି ସିଜନରେ ତାଙ୍କ ପ୍ରଥମ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସ୍‌ ଥିଲା। ଏଥିରେ ସେ ୨୦୦ ମିଟରରେ (୨୩.୬୫) ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହାପରେ ଜୁଲାଇ ୭ରେ ପୋଲାଣ୍ଡରେ ହୋଇଥିବା କୁଣ୍ଟୋ ଆଥ୍‌ଲେଟିକ୍ସ ମିଟ୍‌ରେ ୨୦୦ ମିଟର ରେସ୍‌କୁ ୨୩.୯୭ ସେକେଣ୍ଡରେ ଶେଷ କରି ପ୍ରଥମ ସ୍ଥାନ ହାସଲ କରିଥିଲେ। ଜୁଲାଇ ୧୩ରେ ଚେକ୍‌ ରିପବ୍ଲିକରେ କ୍ଲାଡନୋ ଆଥ୍‌ଲେଟିକ ମିଟ୍‌ (୨୩.୪୩) ଓ ଗତ ବୁଧବାର ଅନୁଷ୍ଠିତ ଟାବୋର୍‌ ଆଥ୍‌ଲେଟିକ୍ସ ମିଟ୍‌ଠାରେ ମଧ୍ୟ ପ୍ରଥମ ହୋଇଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୯୭୫ ବ୍ୟାଚର ପୁରାତନ ଛାତ୍ରଙ୍କ ୪ର୍ଥ ବନ୍ଧୁମିଳନ କାର୍ଯ୍ୟକ୍ରମ

୧୯୭୫ ବ୍ୟାଚର ପୁରାତନ ଛାତ୍ରଙ୍କ ୪ର୍ଥ ବନ୍ଧୁମିଳନ କାର୍ଯ୍ୟକ୍ରମ

Read More...

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଆମେରିକା ଗସ୍ତ

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଆମେରିକା ଗସ୍ତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: