କୋରାପୁଟ ଓ ନବରଙ୍ଗପୁରରେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

February 05, 2019, ରାଜନୀତି, କୋରାପୁଟ, Bhagyaprabha News Bureau
 କୋରାପୁଟ ଓ ନବରଙ୍ଗପୁରରେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Bhagyaprabha News Bureau
February 05, 2019


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଉଦଘାଟନ ନିମନ୍ତେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ନବରଂଗପୁରର ଉମରକୋଟରେ ପହଞ୍ଚି ୧୦୯୭ କୋଟି ଟଙ୍କା ବ୍ୟୟରେ ୧୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ୧୯ କୋଟି ଟଙ୍କା ବ୍ୟୟରେ ୧୨ଟି ପ୍ରକଳ୍ପର ଶୁଭ ଉଦଘାଟନ କରିବେ। ସେପଟେ ଆଜି କୋରାପୁଟ ଜୟପୁରରେ ବିଜୁ ଯୁବ ବାହିନୀ ପକ୍ଷରୁ ଆଂଚଳିକ ସମାବେଶରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।ଜୟପୁର ଏକମ୍ବା ପଡ଼ିଆରେ୧୧ଶହ ୩୬ ଦଶମିକ ୪୧ କୋଟି ଟଙ୍କା ମୁଲ୍ୟର ୩୧ଟି ଜନହିତକାରୀ ପ୍ରକଳ୍ପର ଉଦଘାଟନ କରିବେ ।ଏଥିରେ ରହିଛି ୪୧ଟି ଅଙ୍ଗନୱାଡ଼ି କେନ୍ଦ୍ର, କୋଲାବ ନଦୀ ଉପରେ ହାଇଲେଭେଲ୍ ସେତୁ ଓ ବହୁ ପ୍ରତୀକ୍ଷିତ ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ ଯାହାଦ୍ୱାରା ଜିଲ୍ଲାର ୧୦ ହଜାର ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ।ଦୀର୍ଘ ୧୪ବର୍ଷ ପରେ ଜଳସେଚନ ପ୍ରକଳ୍ପ ଲୋକାର୍ପିତ ହେଉଥିବାରୁ ଲୋକେ ଖୁସି ଅଛନ୍ତି। ଏହାସହ ସହରାଞ୍ଚଳର ଭୂମିହୀନଙ୍କୁ ଜମିପଟ୍ଟା ପ୍ରଦାନ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଟ୍ରିକ୍‌ ପରୀକ୍ଷା ନିମନ୍ତେ ବୋର୍ଡ ପକ୍ଷରୁ କାର୍ଯ୍ୟସୂଚୀ ପ୍ରସ୍ତୁତି:ଆଜିଠୁ ସେଣ୍ଟର ସୁପରିଟେଣ୍ତେଣ୍ଟ, ନୋଡାଲ ଇନଚାର୍ଜଙ୍କ ଓରିଏଣ୍ଟେସନ ପ୍ରୋଗ୍ରାମ୍

ମାଟ୍ରିକ୍‌ ପରୀକ୍ଷା ନିମନ୍ତେ ବୋର୍ଡ ପକ୍ଷରୁ କାର୍ଯ୍ୟସୂଚୀ ପ୍ରସ୍ତୁତି:ଆଜିଠୁ ସେଣ୍ଟର ସୁପରିଟେଣ୍ତେଣ୍ଟ, ନୋଡାଲ ଇନଚାର୍ଜଙ୍କ ଓରିଏଣ୍ଟେସନ ପ୍ରୋଗ୍ରାମ୍

Read More...

ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ  ଓ ବରିଷ୍ଠ କ୍‌ଗ୍ରେସ ନେତା ହରିହର କରଣ

ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ କ୍‌ଗ୍ରେସ ନେତା ହରିହର କରଣ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: