ବାଲି ବୋଝେଇ ଟ୍ରାକ୍ଟର ଓଲଟି ଜଣେ ମୃତ ଜଣେ ଆହତ

July 23, 2019, ଅପରାଧ, ଗଞ୍ଜାମ, Kiran Behera
ବାଲି ବୋଝେଇ ଟ୍ରାକ୍ଟର ଓଲଟି ଜଣେ ମୃତ ଜଣେ ଆହତ
Kiran Behera
[ Reporter,Digapahandi ]
Bhagyaprabha News Bureau
July 23, 2019

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣୀ ନିକଟସ୍ଥ ରଜନାପଲ୍ଲୀ କୁକୁଡା ଫାର୍ମଠାରେ ମଙ୍ଗଳବାର ଅପରାହ୍ନରେ ଏକ ବାଲି ବୋଝେଇ ଟ୍ରାକ୍ଟର ଓଲଟି ଜଣେ ମୃତ ହୋଇଥିବା ବେଳେ ଟ୍ରାକ୍ଟର ଚାଳକ ଗୁରୁତର ଆହାଚ ହୋଇଥିବା ଜଣାପଡିଛି । ସୁଚନାପ୍ରକାରେ, ମୃତକ ଜଣକ ହେଲେ ପାଟପୁର ଥାନା ଅନ୍ତର୍ଗତ ଟି ଗୋବିନ୍ଦପୁର ପଞ୍ଚାୟତ ରାମପଲ୍ଲୀ ଗ୍ରାମର କୈଳାଶ ବଡରଇତ (୩୫) ଏବଂ ଆହାତ ଚାଳକ ଜଣକ ହେଲେ ପୋଡାମାରି ପଞ୍ଚାୟତ ରାଜପୁର ଗ୍ରାମର ଓପିନ ଗମାଙ୍ଗ (୨୪) ବୋଲି ସୁଚନା ମିଳିଛି । ଖବର ପ୍ରକାରେ ଓପିନ ଗମାଙ୍ଗୋ ନିଜ ଟ୍ରାକ୍ଟର (ଓଆର୨୦-୭୪୮୫) ଯୋଗେ ମୌଳାଭଞ୍ଜା ଗ୍ରାମର ଗୁମା ଗ୍ରାମଦେଇ ଯାଇଥିବା ଘୋଡାହାଡ ନଦୀରୁ ବାଲି ନେଇ କୃଷ୍ଣପୁର ଗ୍ରାମକୁ ଯିବା ସମୟରେ ପୋଡାମାରିଠାରେ ମୃତକ କୈଳାଶ ଟ୍ରାକ୍ଟର ଡ୍ରାଇଭରଙ୍କୁ ନିଜ ଗ୍ରାମ ରାମପଲ୍ଲି ଯିବାପାଇଁ ଲିପ୍ଟ ମାଗିଗାଡିରେ ଯାଇଥିଲେ । କିଛି ଦୁର ଯିବା ପରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଏକ ବିଲରେ ଓଲଟି ପଡିଥିଲା । ଗ୍ରାମବାସୀଙ୍କ ଦ୍ବାରା ପାଟପୁର ଦମକଳ ବାହିନୀ ଖବର ପାଇ ଘଟଣଆସ୍ଥଳରେ ପହଞ୍ଚି ଗୁରୁତର ଆହାତ ହୋଇଥିବା ଚାଳକଙ୍କୁ ଦିଗପହଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଚାଳକ ଜଣକ ସୁସ୍ଥ ଥିବା ଜଣାପଡିଛି କିନ୍ତୁ କୈଳାଶଙ୍କର ଘଟଣାସ୍ଥଳରେ ହିଁ ମୃତ ହୋଇଛି । ଘଟଣାସ୍ଥଳରେ ପାଟପୁର ପୋଲିସ ପହଞ୍ଚି ମୃତ କୈଳାଶଙ୍କ ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ଏମକେସିଜିକୁ ସ୍ଥାନାନ୍ତରଣ କରିବାସହ ତଦନ୍ତ ଜାରି ରଖିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଘରୋଇ କୋଚିଂ ସେଣ୍ଟର ଗୁଡିକରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ଚଢାଉ

ଘରୋଇ କୋଚିଂ ସେଣ୍ଟର ଗୁଡିକରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ଚଢାଉ

Read More...

ଆସନ୍ତାକାଲି କଂଗ୍ରେସର ରାଜ୍ୟବ୍ୟାପୀ ବିକ୍ଷୋଭ

ଆସନ୍ତାକାଲି କଂଗ୍ରେସର ରାଜ୍ୟବ୍ୟାପୀ ବିକ୍ଷୋଭ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: