ବ୍ୟାଙ୍କ ମ୍ୟାନେଜର ପରିଚୟ ଦେଇ ବୃଦ୍ଧଙ୍କ ଠାରୁ ଟଙ୍କା ଲୁଟ୍

July 24, 2019, ଅପରାଧ, ଗଞ୍ଜାମ, Kiran Behera
ବ୍ୟାଙ୍କ ମ୍ୟାନେଜର ପରିଚୟ ଦେଇ ବୃଦ୍ଧଙ୍କ ଠାରୁ ଟଙ୍କା ଲୁଟ୍
Kiran Behera
[ Reporter,Digapahandi ]
Bhagyaprabha News Bureau
July 24, 2019

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହରରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ନିକଟରୁ ବାରମ୍ବାର ଲୁଟେରାଙ୍କ ଶିକାର ହେଉଛନ୍ତି ଅସହାୟ ବୃଦ୍ଧ । ଏଭଳି ଘଟଣା ବୁଧବାର ସକାଳ ସାଢେ଼ ୯ ଘଣ୍ଟା ସମୟରେ ଜଣେ ଲୁଟେରା ନିଜକୁ ବ୍ୟାଙ୍କ ମ୍ୟାନେଜର ପରିଚୟ ଦେଇ ଜଣେ ଅସହାୟ ବୃଦ୍ଧଙ୍କ ଠାରୁ ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଲୁଟର ଶିକାର ହୋଇଥିବା ବୃଦ୍ଧ ଜଣକ ହେଲେ ଦିଗପହଣ୍ଡି ଥାନା ନୂଆ ମୈାଳାଭଞ୍ଜା ଗ୍ରାମ ଗୋପବନ୍ଧୁ ନଗର ସାହିର ଆପାରାଓ ଆଚାରୀ (୭୨) ବୋଲି ଖବର ମିଳିଛି । ସୂଚନା ପ୍ରକାରେ ,ଆପାରାଓ ବୁଧବାର ସକାଳେ ଦିଗପହଣ୍ଡି ଷ୍ଟେଟ ବ୍ୟାଙ୍କ ଶାଖାରେ ଥିବା ନିଜ ଜମା ଖାତାରେ ଟଙ୍କା ବାନ୍ଧିବା ପାଇଁ ଆସୁଥିବା ସମୟରେ ବ୍ୟାଙ୍କ ନିକଟସ୍ଥ ଜନସେବା କେନ୍ଦ୍ର ନିକଟରେ ଏକ ଯୁବକ ବାଇକରେ ଆସି ବୃଦ୍ଧ ଜଣକ ସହ ଭଲମନ୍ଦ କଥାବାର୍ତ୍ତା ହେବାପରେ ମୁଁ ଉକ୍ତ ବ୍ୟାଙ୍କର ମ୍ୟାନେଜର କହିଥିଲା ପରେ ତୁମ ଜମା ଖାତାରେ କମ୍ ଟଙ୍କା ଅଛି ଏଣୁ ମେଡିକାଲ ପରିଚୟ ପତ୍ର ଲୋଡା କହି ନିଜ ବାଇକରେ ବୃଦ୍ଧ ଜଣକୁ ବସାଇ ନେଇ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ବୃଦ୍ଧଙ୍କୁ ଓହ୍ଲାଇ ତୁମେ ଏଠାରେ ବସିଥାଓ କହି ନଗଦ ଛଅ ହଜାର ଟଙ୍କା ନେଇ ସେଠାରୁ ଚମ୍ପଟ ମାରିଥିଲା । କିଛି ସମୟ ଜଗି ରହିବା ପରେ ଲୁଟେରା ଜଣକ ନ ଫେରିବାରୁ ବୃଦ୍ଧ ଜଣକ ଏହି ବିଷୟରେ ଲୋକମାନଙ୍କୁ ଅବଗତ କରାଇଥିଲେ । ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚି ଦିଗପହଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ବ୍ୟାଙ୍କ ନିକଟରେ ସୁରକ୍ଷା ବ୍ୟବସ୍ଥା ଯେତେ କଡା ହେଲେ ମଧ୍ୟ ଲୁଟେରା ମାନେ ଦିନ ଦ୍ବିପହରରେ ପୋଲିସକୁ ଖାତିରି ନକରି ଲୁଟୁଥିବା ନେଇ ସହରବାସୀ ଘୋର ନିନ୍ଦା ପ୍ରକାଶ କରୁଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଘୋଡାହଡ ପାଣିପଞ୍ଚାୟତ ଶୀର୍ଷ କମିଟି ପକ୍ଷରୁ ଆଲୋଚନା ସଭା

ଘୋଡାହଡ ପାଣିପଞ୍ଚାୟତ ଶୀର୍ଷ କମିଟି ପକ୍ଷରୁ ଆଲୋଚନା ସଭା

Read More...

ବିଜେପିର ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା

ବିଜେପିର ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: