ସୁନାରଣ ପ୍ରଦାନକାରୀ ସଂସ୍ଥା ଉପରେ ଲୁଟ ଉଦ୍ୟମ ବିଫଳ-ତିନି ଆହାତ

July 31, 2019, ଅପରାଧ, ଗଞ୍ଜାମ, Swadhina Kumar Sahu
ସୁନାରଣ ପ୍ରଦାନକାରୀ ସଂସ୍ଥା ଉପରେ ଲୁଟ ଉଦ୍ୟମ ବିଫଳ-ତିନି ଆହାତ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
July 31, 2019

ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ଅଞ୍ଚଳର ଇଂଞ୍ଜିନିୟରିଙ୍ଗ୍ ସ୍କୁଲ ରାସ୍ତାରେ ରହିଥିବା ଏକ ଘରୋଇ ସୁନାରଣ ପ୍ରଦାନକାରୀ ସଂସ୍ଥା ଉପରେ ହୋଇଥିବା ଲୁଟ ଉଦ୍ୟମ ବିଫଳ ହୋଇଥିବା ବେଳେ ଏହି ଘଟଣାରେ ତିନି ଜଣ ଆହାତ ହୋଇଛନ୍ତି । ସକାଳ ସମୟରେ ଚାରି ରୁ ପାଞ୍ଚ ଜଣ ଦୁବୁର୍ତ୍ତ କମ୍ପାନୀ ଭିତରେ ଧସେଇ ପଶିଥିଲେ। ହଠାତ୍ ଲୁଟେରା ମାନେ ମାଉଜର ଦେଖାଇ ତିନିଜଣ କର୍ମଚାରୀଙ୍କୁ ମାଡ ମାରିବା ସହ ଲକ୍କର ଚାବି ମାଗି ଖୋଲିବାକୁ ଉଦ୍ୟମ କରିଥିଲେ । ହେଲେ ଓଟିପି ସିଷ୍ଟମ ରହିଥିବାରୁ ଦୁବୁର୍ତ୍ତ ମାନେ ଲୁଟ କରିବାରେ ବିଫଳ ହୋଇଥିଲେ । ହେଲେ ଏହି ଘଟଣାରେ ଦୁର୍ବୃତ୍ତ ମାନେ କର୍ମଚାରୀଙ୍କୁ ମାଡ଼ ମାରିବା ସହ ବାନ୍ଧି ଦେଇ ରଖିଖିବା ବେଳେ ଉକ୍ତ ସମୟରେ ସେହି ସଂସ୍ଥାରେ କାର୍ଯ୍ୟରତ ଜଣେ ମହିଳା ସୁଇପର ଭିତରକୁ ଆସିଯାଇଥିବାରୁ ମାଉଜର ଦେଖାଇ ଧମକ ଦେବା ସହ ପାଟି ବନ୍ଦ କରିବାକୁ କହିଥିଲେ ।



ଦୁର୍ବୃତ ମାନେ ଏହି ଘଟଣାରେ କାର୍ଯ୍ୟରତ ତିନି ଜଣ କର୍ମଚାରୀ ଡି.ଶ୍ରୀଧର ଆଚାରୀ ,ମୃତ୍ୟୁଞ୍ଜୟ ନାୟକ ଓ ମିହିର ପ୍ରଧାନଙ୍କୁ ମାଡ ମାରିବା ସହ ସେମାନଙ୍କ ମୋବାଇଲ ଛଡାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ବୈଦ୍ୟନାଥପୁର ଥାନା ପୋଲିସ ସମେତ ବହୁ ବରିଷ୍ଠ ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛନ୍ତି ।ଏପରିକି ସେଠାରେ ରହିଥିବା ସିସି ଟିଭି ଫୁଟେଜକୁ ଅନୁଧ୍ୟାନ କରାଯିବ ବୋଲି କୁହାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସିଦ୍ଧେଶ୍ବର ଆଦର୍ଶ ବିଦ୍ୟାଳୟରେ ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ

ସିଦ୍ଧେଶ୍ବର ଆଦର୍ଶ ବିଦ୍ୟାଳୟରେ ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ

Read More...

ସନ୍ଦିଗ୍ଧ ବ୍ୟାଗକୁ ନେଇ ଭୟ

ସନ୍ଦିଗ୍ଧ ବ୍ୟାଗକୁ ନେଇ ଭୟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: