ଆସ୍କା ଲୋକସଭା ସାଂସଦ ଲଡୁ କିଶୋର ସ୍ବାଇଁଙ୍କ ପରଲୋକ

February 06, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ଆସ୍କା ଲୋକସଭା ସାଂସଦ ଲଡୁ କିଶୋର ସ୍ବାଇଁଙ୍କ ପରଲୋକ
Bhagyaprabha News Bureau
February 06, 2019


ଆସ୍କା ଲୋକସଭା ସାଂସଦ ତଥା ପୁରୁଖା ବିଜେଡି ନେତା ଲଡୁ କିଶୋର ସ୍ବାଇଁଙ୍କ ମଙ୍ଗଳବାର ରାତ୍ର ପ୍ରାୟ ୧୧.୪୫ ମିନିଟରେ ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ସାଂସଦ ଲଡୁ ସ୍ୱାଇଁ ଦୀର୍ଘଦିନ ହେଲା କିଡନୀ ରୋଗରେ ପୀଡିତ ଥିଲେ । ସୋମବାର ରାତିରେ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକଙ୍କୁ ସହାୟତାରେ ରାତି ଗୋଟାଏରେ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ମଙ୍ଗଳବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ମଞ୍ଜୁଳା ସ୍ବାଇଁ , ୨ ପୁଅ ଓ ୧ ଝିଅ ଉପସ୍ଥିତ ଥିଲେ । ଆଜି ତାଙ୍କ ମରଶରୀରକୁ ନିଜମାଟି କବିସୂର୍ଯ୍ୟନଗରର ପଥରା ଗ୍ରାମକୁ ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ପକ୍ଷରୁ ଜଣାପଡିଛି । ୧୯୪୭ ମସିହା ଜୁଲାଇ ୮ ତାରିଖରେ ଗଞ୍ଜାମ ଜିଲ୍ଲାର ପଥରା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଲଡୁ କିଶୋର ସ୍ବାଇଁ ୨୦୧୪ ରେ ଆସ୍କା ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହାପୂର୍ବରୁ ୨୦୦୪ ଠାରୁ ୨୦୦୯ ମଧ୍ୟରେ ମସିହାକବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ବିବେଚିତ ହୋଇଥିଲେ । ତାଙ୍କରି ବିୟୋଗରେ ଗଞ୍ଜାମ ଜିଲ୍ଲା ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତିମଦର୍ଶନ ପାଇଁ ବହୁ ନେତା ଓ କର୍ମୀମାନେ ଉପସ୍ଥିତ ରହି ଗଭୀର ଶୋକ ପ୍ରକାଶ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିର୍ମାତା ନିର୍ଦ୍ଦେଶକ ତଥା ଚଳଚ୍ଚିତ୍ର ସମ୍ପାଦକ ଚକ୍ରଧର ସାହୁ ଆଉ ନାହାନ୍ତି

ନିର୍ମାତା ନିର୍ଦ୍ଦେଶକ ତଥା ଚଳଚ୍ଚିତ୍ର ସମ୍ପାଦକ ଚକ୍ରଧର ସାହୁ ଆଉ ନାହାନ୍ତି

Read More...

ସିବିଆଇ ତଦନ୍ତରେ ସହଯୋଗ କରିବା ପାଇଁ ରାଜିବ କୁମାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସିବିଆଇ ତଦନ୍ତରେ ସହଯୋଗ କରିବା ପାଇଁ ରାଜିବ କୁମାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: