କାମରେ ଆସୁନି ଦର୍ଶକ ଗାଲେରୀ , ରାଧାମୋହନ ବିଦ୍ୟାପୀଠ ଖେଳପଡିଆ ଉନ୍ନତି ଅର୍ଥ ଆତ୍ମସାତ ଅଭିଯୋଗ !

August 04, 2019, ବିଶେଷ, ଗଞ୍ଜାମ, Bhagyaprabha News Bureau
କାମରେ ଆସୁନି ଦର୍ଶକ ଗାଲେରୀ , ରାଧାମୋହନ ବିଦ୍ୟାପୀଠ ଖେଳପଡିଆ ଉନ୍ନତି ଅର୍ଥ ଆତ୍ମସାତ ଅଭିଯୋଗ !
Bhagyaprabha News Bureau
August 04, 2019

ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ଗ୍ରାମ ସ୍ଥିତ ରାଧାମୋହନ ବିଦ୍ୟାପୀଠର ଖେଳପଡିଆ ଉନ୍ନତି ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି । ଖେଳ ପଡିଆ ଉନ୍ନତି ପାଇଁ ଆସିଥିବା ଅର୍ଥରେ ହୋଇଥିବା ଦର୍ଶକ ଗାଲେରୀ ଏବେ କୌଣସି କାମରେ ଆସୁନଥିବା ବେଳେ ତାହା ଏବେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ହୀନତା ଯୋଗୁଁ ଏହାର ରକ୍ଷଣା ବେକ୍ଷଣ ହେଉନଥିବା ଜାଣିବାକୁ ମିଳିଛି । ପ୍ରକାଶ ଯେ ଗତ ୨୦୧୬-୧୭ ଆର୍ଥିକ ବର୍ଷରେ ବିଦ୍ୟାଳୟର ଖେଳ ପଡିଆର ଉନ୍ନତି ସକାଶେ ୧ ଲକ୍ଷ ଟଙ୍କା ଅର୍ଥ ଅନୁମୋଦନ ହୋଇଥିଲା । ଏହି ଅର୍ଥରେ ଖେଳପଡିଆର ତିନି ଗୋଟି ସ୍ଥାନରେ ଦର୍ଶକ ଗାଲେରୀ ନିର୍ମାଣ କରାଯାଇଥିଲା । ଉକ୍ତ ଦର୍ଶକ ଗାଲେରୀ ଗୁଡିକରେ ଗୋଟିଏ ଲେଖାଏଁ ଦର୍ଶକ ଗାଲେରୀରେ ୩ ଜଣଙ୍କ ଠାରୁ ଅଧିକା ବସିବା କ୍ଷମତା ନଥିବା ଦେଖିବାକୁ ମିଳିଛି । ଖେଳପଡିଆଟି ବିଦ୍ୟାଳୟର ଠାରୁ ୫୦୦ ମିଟରରୁ ଉଦ୍ଧ୍ୱର୍ ଦୂରତାରେ ରହିଥିବା ବେଳେ ପିଲାମାନଙ୍କୁ ଖେଳ ପିରିୟଡ୍ରେ କିଭଳି କ୍ରୀଡା ଶିକ୍ଷା ଦିଆଯାଉଛି ତାହା ବେଶ୍ ଅନୁମେୟ । ଖେଳ ପଡିଆଟି ଦୂରରେ ରହିଥିବା ବେଳେ ତାହାର ଉପଯୁକ୍ତ ରକ୍ଷଣା ବେକ୍ଷଣ ହେଉନଥିବାରୁ ତାହା ଏବେ ଛୋଟ ବଡ ଗୁଳ୍ମ ଲତାରେ ଭର୍ତ୍ତି ହୋଇଯାଇଛି । ସେହିପରି ଦର୍ଶକ ଗାଲେରୀକୁ ଲାଗି ସବୁ ସ୍ଥାନରେ ଗଛଲତା ଭର୍ତ୍ତି ହୋଇଯାଇଛି । ରାସ୍ତା ପାଶ୍ୱର୍ରେ ଦେଶୀ ମଦ ଭାଟି ପାଶ୍ୱର୍ରେ ଖେଳପଡିଆଟି ରହିଥିବା ହେତୁ ସର୍ବଦା ଗଈ ଗୋରୁ ଚରିବା ପାଇଁ ଖେଳପଡିଆକୁ ଚାଲି ଆସୁଥିବା ବେଳେ ମଦ୍ୟପ ମାନଙ୍କର ପ୍ରାୟତଃ ଆଡ୍ଡା ଜମି ରହିଥାଉଛି । ଏଭଳି ସ୍ଥଳରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଏବେ ଦାୟୀତ୍ୱ ହୀନତା ଯୋଗୁଁ ବିଦ୍ୟାଳୟର ପିଲାମାନେ ଶାରିରୀକ ଶିକ୍ଷା ଏବଂ ବ୍ୟାୟାମ କ୍ରୀଡା ଆଦିରୁ ବଞ୍ଚିତ ହେଉଥିବା ଆଭାସ ମିଳିଛି । ଖେଳ ପଡିଆକୁ ଦେଖିଲେ ୧ ଲକ୍ଷ ଟଙ୍କାରେ କେଉଁ ସବୁ କାମ ହେଉଛି ତାହା ବାରି ହୋଇଯାଉଥିବା ବେଳେ ଭିଜିଲାନ୍ସ ସ୍ତରୀୟ ଯାଞ୍ଚ କରିଲେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପର ପର୍ଦ୍ଦାଫାସ୍ ହୋଇପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସମ୍ପ୍ରତ୍ତି ଉକ୍ତ ଖେଳପଡିଆଟି ବର୍ଷାରେ ନଷ୍ଟ ହୋଇଯାଇଥିବା ବେଳେ ବିଦ୍ୟାଳୟରୁ ଦୂରତାରେ ରହୁଥିବା ହେତୁ ବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ହେୟଜ୍ଞାନ ମଣୁନଥିବା ଜାଣିବାକୁ ମିଳିଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିକୁ ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ଜୋର୍ ଧରିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଙ୍କରୋଡା ସରପଞ୍ଚଙ୍କ ସଭ୍ୟ ପଦ କାଏମକୁ ନେଇ ଚର୍ଚ୍ଚା

ଆଙ୍କରୋଡା ସରପଞ୍ଚଙ୍କ ସଭ୍ୟ ପଦ କାଏମକୁ ନେଇ ଚର୍ଚ୍ଚା

Read More...

ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ମଋଡି ୪୩ ଟି ପଦବୀ ଖାଲି ପଡି ରହିଛି

ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ମଋଡି ୪୩ ଟି ପଦବୀ ଖାଲି ପଡି ରହିଛି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: