ପୋଲିସ ଏନକାଉଣ୍ଟରରେ ଦୃର୍ବ୍ଦାନ୍ତ ଅପରାଧୀ ଗୁରୁ ଗୁରୁତର

August 05, 2019, ଅପରାଧ, ଗଞ୍ଜାମ, Bhagyaprabha News Bureau
ପୋଲିସ ଏନକାଉଣ୍ଟରରେ ଦୃର୍ବ୍ଦାନ୍ତ ଅପରାଧୀ ଗୁରୁ ଗୁରୁତର
Bhagyaprabha News Bureau
August 05, 2019

ଗଞ୍ଜାମ ଜିଲ୍ଲା ଆସିକା ପୋଲିସର ବଡ ସଫଳତା । ବହୁ ଚର୍ଚ୍ଚିତ ଓ ବିଭିନ୍ନ ଅପରାଧିକ ମାମଲାରେ ଜଡିତ ଥିବା ଗୁରୁ ପ୍ରସାଦ ସ୍ବାଇଁ ସୋମବାର ସକାଳୁ ଆସିକା ଚାରିମାଇଲ ଛକ ନିକଟରେ ପୋଲିସ ଏନକାଉଣ୍ଟରରେ ଗୁରୁତର ଆହତ ହୋଇଛନ୍ତି । ଗୁରୁଙ୍କ ଗୋଡରେ ଗୁଳି ବାଜିଥିବା ବେଳେ ପୋଲିସ ତାଙ୍କ ନିକଟରୁ ଗୋଟିଏ ମାଉଜର , ଦୁଇଟି ଜୀବନ୍ତ ଗୁଳି ସହ ଗୋଟିଏ ମୋଟରସାଇକେଲ ଜବତ କରିଥିବା ସୂଚନା ମିଳିଛି ।ଗୁରୁ ଓ ଅନ୍ୟତମ ସହଯୋଗୀ ସୋମବାର ବଡ଼ି ଭୋରରୁ ଚାରିମାଇଲ ଛକ ନିକଟରେ ଘୁରି ବୁଲୁଥିବା ସମୟରେ ଆସିକା ପୋଲିସ ଖବର ପାଇଁ ଅପରାଧିକୁ ଧରିବା ପାଇଁ ପୋଲିସ ଟିମ୍ ପହଞ୍ଚିବା ମାତ୍ରେ ଗୁରୁ ପୋଲିସ ନିକଟରୁ ଖସି ପଳାଇଯିବା ଉଦ୍ୟମ କରିଥିଲା । ଏବଂ ପୋଲିସ ଉପରକୁ ପାଲଟା ଆକ୍ରମଣ କରିଥିଲା । ଏହି ଘଟଣାରେ ଦୁଇ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଗୁରୁଙ୍କ ସହଯୋଗୀ ତଥା ଅନ୍ୟତମ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଅଭିଯୁକ୍ତ ଗୁରୁ ନାମରେ ବଡଗଡ ଗାଙ୍ଗପୁର ସନ୍ୟାସୀ ବିଷୋୟୀ ହତ୍ୟା କାଣ୍ଡ ସମେତ ଜିଲ୍ଲାର ବିଭିନ୍ନ ଥାନା ରେ ୧୩ ଟି ଅପରାଧିକ ମାମଲା ରହିଛି ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଅଧ୍ୟାପକ ଟ୍ୟୁସନ୍ କରିଲେ ଦାୟୀ ରହିବେ ଅଧକ୍ଷ ! ନୋଟିସ୍ ଜାରି କଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ

ଅଧ୍ୟାପକ ଟ୍ୟୁସନ୍ କରିଲେ ଦାୟୀ ରହିବେ ଅଧକ୍ଷ ! ନୋଟିସ୍ ଜାରି କଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ

Read More...

ବନ୍ଧୁତ୍ୱ ଦିବସକୁ ନେଇ ବ୍ରହ୍ମପୁର ଯୁବପିଢିଙ୍କ ପ୍ରତିକ୍ରିୟା

ବନ୍ଧୁତ୍ୱ ଦିବସକୁ ନେଇ ବ୍ରହ୍ମପୁର ଯୁବପିଢିଙ୍କ ପ୍ରତିକ୍ରିୟା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: