ଓଡିଶାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କର୍ମୀମାନଙ୍କୁ ଦେବେ ଗୁରୁ ମନ୍ତ୍ର

February 06, 2019, ରାଜନୀତି, ସୁନ୍ଦରଗଡ଼, Bhagyaprabha News Bureau
ଓଡିଶାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ  କର୍ମୀମାନଙ୍କୁ ଦେବେ ଗୁରୁ ମନ୍ତ୍ର
Bhagyaprabha News Bureau
February 06, 2019

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବାୟୁ ସେନାର ସ୍ୱତନ୍ତ୍ର ବିମାନ ଯୋଗେ ଓଡିଶାରେ ପହଞ୍ଚିଛନ୍ତି । ସେ ଭବାନୀପାଟଣା ଓ ରାଉରକେଲାରେ ହେବାକୁଥିବା କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେବାସହ କର୍ମୀଙ୍କୁ ଦେବେ ଗୁରୁ ମନ୍ତ୍ର । ଭବାନୀପାଟଣାର ଶ୍ରୀକୃଷ୍ଣନଗର ପଡିଆରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଛତିଶଗଡର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଭୂପେସ ବଘେଲ, କଂଗ୍ରେସର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ , ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଙ୍କ ସହିତ ବହୁ ବରିଷ୍ଠ ନେତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଶାଣିତ ଆକ୍ରମଣ କରିବେ । ଦଳର ମୁଖିଆଙ୍କ ଗସ୍ତକୁ ନେଇ କଂଗ୍ରେସ ଶିବିରରେ ବ୍ୟାପକ ଉତ୍ସାହ ଦେଖିବାକୁ ମିଳିଛି । ଅପରାହ୍ନ ୨ଟାରେ ରାଉରକେଲାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ଉଦବୋଧନ ଦେବେ ରାହୁଲ ଗାନ୍ଧୀ । ଦୁଇ ବିଧାୟକ ନବ ଦାସ ଓ ଯୋଗେଶ ସିଂ କଂଗ୍ରେସ ଦଳ ଛାଡିବା ପରେ ପଶ୍ଚିମ ଓଡିଶାରେ କଂଗ୍ରେସ ଦୁର୍ବଳ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି , ଆଉ ଠିକ ଏହି ସମୟରେ ପଶ୍ଚିମ ଓଡିଶାରେ ସମାବେଶ କରି କର୍ମିଙ୍କୁ ଉତ୍ସାହିତ କରିବ କଂଗ୍ରେସ । ଏବେ ଦେଖିବାକୁ ବାକି ରହିଲା ରାହୁଲ କଣ କହିବେ ଏହି ପରିବର୍ତ୍ତନ ସଂକଳ୍ପ ସମାବେସରେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡିଶାରେ କେନ୍ଦ୍ର ମନ୍ତ୍ରୀ  ନୀତିନ ଗଡକରୀ

ଓଡିଶାରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ

Read More...

ଭାରତର ୪୦ତମ ଯୋଗାଯୋଗ କୃତ୍ରିମ ଉପଗ୍ରହ ଜିସାଟ୍‌-୩୧ର ସଫଳ ଉତକ୍ଷେପଣ

ଭାରତର ୪୦ତମ ଯୋଗାଯୋଗ କୃତ୍ରିମ ଉପଗ୍ରହ ଜିସାଟ୍‌-୩୧ର ସଫଳ ଉତକ୍ଷେପଣ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: