ଦୂରଦର୍ଷୀ ସୁଷମା

August 07, 2019, ଦେଶଦୁନିଆ, , Bhagyaprabha News Bureau
ଦୂରଦର୍ଷୀ ସୁଷମା
Bhagyaprabha News Bureau
August 07, 2019

ସର୍ବଦା ସ୍ମିତ ହାସ୍ୟମୟୀ, ବାଗ୍ମୀ, ସଫଳ ରାଜନେତ୍ରୀ ସୁଷମା ସ୍ଵରାଜ ଆଉ ଇହଧାମରେ ନାହାନ୍ତି । ସାରା ଦେଶ ତାଙ୍କ ବିୟୋଗ ଖବରରେ ସ୍ତବ୍ଧ ହୋଇଯାଇଛି । ମାତ୍ର ୬୭ ବର୍ଷ ବୟସରେ ସେ ପ୍ରାଣତ୍ୟାଗ କରିଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ରାତି ୧୦ଟା ୧୫ ମିନିଟରେ ନୂଆଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଉଳ । ବରିଷ୍ଠ ଡାକ୍ତରମାନେ ତାଙ୍କୁ ଚିକିତ୍ସା କରୁଥିବାବେଳେ ସୁଷମା ଇହଧାମ ପରିତ୍ୟାଗ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ୨୦୧୬ରେ ସୁସମାଙ୍କ କିଡନୀ ପ୍ରତିରୋପଣ କରଯାଇଥିଲା । ହେଲେ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗିରହିଥିଲା । ଏହି କାରଣରୁ ସେ ୨୦୧୯ ଲୋକସଭା ନିର୍ବାଚନ ଲଢିନଥିଲେ ।


1565166897.jpg


ସୁଷମା ୧୯୫୨ ଫେବୃଆରୀ ୧୪ରେ ହରିୟାନା ଅମ୍ବାଲାରେ ଜନ୍ମଗ୍ରହଣ କରିଥିଲେ ।ସୁଷମା ସ୍ବରାଜଙ୍କ ବାପାଙ୍କ ନାମ ହରଦେବ ଶର୍ମା ଥିବାବେଳେ ମାଆଙ୍କ ନାମ ଲକ୍ଷ୍ମୀଦେବୀ।୧୯୭୫ରେ ସୁଷମାଙ୍କ ବିବାହ ସ୍ୱରାଜ କୌଶଳଙ୍କ ସହ ହୋଇଥିଲା। ସ୍ୱରାଜ କୌଶଳ ଦେଶର ଜଣେ ଜଣାଶୁଣା ଓକିଲ। ଚଣ୍ଡିଗଡ଼ରେ ପାଠ ପଢ଼ିବା ସମୟରେ ସ୍ୱରାଜଙ୍କ ସହ ସୁଷମାଙ୍କ ବନ୍ଧୁତା ହୋଇଥିଲା। ଦୁଇ ଜଣ ଭଲ ସାଙ୍ଗ ଥିଲେ। ପରବର୍ତ୍ତୀ ସମୟରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଓକିଲାତି ପଢ଼ା ସରିବା ପରେ ସୁଷମା ଯେତେବେଳେ ଦିଲ୍ଲୀରେ ସୁପ୍ରିମକୋର୍ଟରେ ଅଭ୍ୟାସ କରିବାକୁ ଆସିଥିଲେ ସେତେବେଳେ ସ୍ୱରାଜଙ୍କ ସହ ଘନିଷ୍ଠ ହୋଇଥିଲେ।ସୁଷମାଙ୍କ ସ୍ୱାମୀ ସ୍ୱରାଜ ୩୪ ବର୍ଷ ବୟସରେ ଆଡ୍‌ଭୋକେଟ୍ ଜେନେରାଲ୍ ହେବାର ଗୌରବ ହାସଲ କରିଥିଲେ। ୩୭ ବର୍ଷ ବୟସରେ ସେ ମିଜୋରାମ୍‌ର ରାଜ୍ୟପାଳ ହୋଇଥିଲେ। ୧୯୯୦ରୁ ୧୯୯୩ ପର୍ଯ୍ୟନ୍ତ ସେ ଏହି ପଦବୀରେ ଥିଲେ। ସେହିପରି ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ସେ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ।


1565166787.jpg


ସୁଷମା କିଛିଦିନ ସୁପ୍ରିମକୋର୍ଟରେ ଓକିଲାତି କରିଥିଲେ । ମାତ୍ର ୨୫ ବର୍ଷ ବୟସରେ ୧୯୭୭ରେ ହରିୟଣାରେ ଦେଶର ସର୍ବକନିଷ୍ଠ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ । ୧୯୯୦ରେ ସେ ରାଜ୍ୟସଭାକୁ ମନୋନୀତ ହୋଇଥିବା ବେଳେ ୧୯୯୬ରେ ଦକ୍ଷିଣ ଦିଲ୍ଲୀରୁ ବିଜେପି ଟିକଟରେ ବିଜୟୀ ହୋଇ ଅଟଳ ବିହାରୀ ବାଜପେୟୀଙ୍କ ୧୩ ଦିନିଆ ସରକାରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ହୋଇଥିଲେ। ୧୯୯୮ ଅକ୍ଟୋବର ୧୩ରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ସେ ଅଳ୍ପଦିନ ପାଇଁ ଦିଲ୍ଲୀର ପଞ୍ଚମ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ୧୯୯୮ରେ ସେ ଦକ୍ଷିଣ ଦିଲ୍ଲୀ ଲୋକସଭା ଆସନରୁ ବିଜୟୀ ହୋଇ ବାଜପେୟୀ ସରକାରରେ ପୁଣିଥରେ ସୂଚନା ପ୍ରସାରଣ ଓ ଟେଲିକମ୍‌ ବିଭାଗର ମନ୍ତ୍ରୀ ହୋଇଥିଲେ। ୧୯୯‌୯ରେ ସେ କର୍ଣ୍ଣାଟକର ବେଲାରି ଆସନରେ କଂଗ୍ରେସ ଅଧ୍ୟକ୍ଷା ‌ସେନିଆ ଗାନ୍ଧିଙ୍କ ବିରୋଧରେ ନିର୍ବାଚନ ଲଢ଼ି ହାରି ଯାଇଥିଲେ। ତେବେ ୨୦୦‌୦‌ ମସିହାରେ ସେ ଉତ୍ତରପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ପୁନର୍ବାର ସୂଚନା ପ୍ରସାରଣ ଓ ସ୍ବାସ୍ଥ୍ୟ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରିପଦ ସମ୍ଭାଳିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ଦେଶର ଦ୍ଵିତୀୟ ମହିଳା ଭାବେ ସେ ବହିର୍ବ୍ୟାପାର ମନ୍ତ୍ରଣାଳୟ ସମ୍ଭାଳିଥିଲେ । ୨୦୧୪ରୁ ୨୦୧୯ ସେ ବୈଦେଶିକ ମନ୍ତ୍ରୀ ଭାବେ ନିଜର ଦାୟିତ୍ଵ ସୂଚାରୁ ରୂପେ ତୁଲାଇଥିଲେ। ପାର୍ଲିଆମେଣ୍ଟକୁ ସେ ୭ଥର ଓ ବିଧାନସଭାକୁ ୩ ଥର ନିର୍ବାଚିତ ହୋଇଥିଲେ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଅଳଙ୍କୃତ କରି ବିଜେପିର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥିଲେ ।


1565166955.jpg


ସୁଷମା ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧାରା ୩୭୦ ଉଚ୍ଛେଦ ଓ ଜମ୍ମୁ-କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଥିବାରୁ ଅଭିନନ୍ଦନ ଓ ଧନ୍ୟବାଦ ଦେଇ ଏହି ଦିନକୁ ଦେଖିବା ପାଇଁ ଅପେକ୍ଷା କରିଥିଲେ ବୋଲି କହିଥିଲେ । ତାଙ୍କ ବିୟୋଗରେ କେବଳ ଭାରତୀୟ ଜନତା ପାର୍ଟି ନୁହେଁ, ସମଗ୍ର ଜାତୀୟ ରାଜନୀତିରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି । ତାଙ୍କ ମୃତ୍ୟୁରେ କଂଗ୍ରେସ ସମେତ ଅନେକ ରାଜନୈତିକ ଦଳ ଓ ନେତା ଗଭୀର ଶୋକବ୍ୟକ୍ତ କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେପି ମୁଖ୍ୟାଳୟରେ ପହଁଞ୍ଚିଲା ସୁଷମାଙ୍କ ପାର୍ଥିବ ଶରୀର

ବିଜେପି ମୁଖ୍ୟାଳୟରେ ପହଁଞ୍ଚିଲା ସୁଷମାଙ୍କ ପାର୍ଥିବ ଶରୀର

Read More...

 ଶୁଷମାଙ୍କ ଶେଷ ଦର୍ଶନ କଲେ ବହୁନେତା ଓ ମନ୍ତ୍ରୀ

ଶୁଷମାଙ୍କ ଶେଷ ଦର୍ଶନ କଲେ ବହୁନେତା ଓ ମନ୍ତ୍ରୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: