ବିଧାନସଭାରେ ଶାସକ ଓ ବିରୋଧୀ ମୁହାଁମୁହିଁ: ଗୃହ ୩ଟା ପର୍ଯ୍ୟନ୍ତ ମୁଲତବୀ

February 06, 2019, ରାଜନୀତି, , Bhagyaprabha News Bureau
ବିଧାନସଭାରେ ଶାସକ ଓ ବିରୋଧୀ ମୁହାଁମୁହିଁ: ଗୃହ ୩ଟା ପର୍ଯ୍ୟନ୍ତ ମୁଲତବୀ
Bhagyaprabha News Bureau
February 06, 2019

ଆଜି ବିଧାନସଭାରେ ପ୍ରଶ୍ନ କାଳ ଆରମ୍ଭ ହେବାମାତ୍ରେ ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଆସି ସରକାରୀ ବିରୋଧୀ ନାରା ଦେବା ସହିତ ଚାଷୀ ସମସ୍ୟା ଓ ଅନାନ୍ୟ ପ୍ରସଙ୍ଗ ଉଠାଇବା ଦ୍ୱାରା ଲଗାତାର ଦ୍ୱିତୀୟ ଦିନ ପାଇଁ ବଜେଟ ଅଧିବେସନ କାର୍ଯ୍ୟ ହୋଇପାରିନାହିଁ । ଗୃହ କାର୍ଯ୍ୟ ଚାଲୁ ରଖିବା ଅସମ୍ଭବ ହେବାରୁ ଗୃହର ବାଚସ୍ପତି ପ୍ରଦୀପ କୁମାର ଅମାତ୍ୟ ପ୍ରଥମେ ୧ଘଣ୍ଟା ଓ ପରେ ୩ଟା ପର୍ଯ୍ୟନ୍ତ ମୂଲତବୀ ଘୋଷଣା କରିଛନ୍ତି ।ଖାଦ୍ୟ ଓ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ବିଜେଡି ସଭ୍ୟା ରାସେଶ୍ୱରୀ ପାଣୀଗ୍ରାହୀଙ୍କର ପ୍ରଶ୍ନର ଉତ୍ତର ରଖୁଥିଲା ବେଳେ ଗୃହରେ ହଟଗୋଳ ଆରମ୍ଭ କରିଥିଲେ ବିରୋଧୀ । ରେମୁଣା ଜମିହରାଙ୍କ ସମସ୍ୟା ଓ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗକୁ ନେଇ ବିଜେପି ସଦସ୍ୟ ମାନେ ଗୃହରେ ହୋ ହାଲା କରିଥିଲେ । ସେହିପରି ଚାଷୀ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲା କଂଗ୍ରେସ । ଅପରପାର୍ଶ୍ୱରେ ଦୁଇଟି ପ୍ରସଙ୍ଗକୁ ଏଡାଇବାକୁ ଯାଇ ଶାସକ ବିଜେଡି ସ୍ୱତନ୍ତ୍ର ରାଜ୍ୟା ପାହ୍ୟା ପ୍ରସଙ୍ଗ ଉଠାଇବା ସହ କେନ୍ଦ୍ର ବିରୋଧୀ ନାରାବାଜୀ କରିଥିଲେ । ତିନିଦଳର ସଦସ୍ୟଙ୍କ ହଟ୍ଟଗୋଳ ଓ ହୋହାଲା କାରଣରୁ ଗୃହରେ ଅସ୍ୱାଭାଭିକ ପରିସ୍ଥିତି ସୃଷ୍ଠି ହୋଇଥିଲା । ଫଳରେ ବାଚସ୍ପତି ଗୃହକୁ ଏକ ଘଣ୍ଟା ଓ ପରେ ୩ଟା ପର୍ଯ୍ୟନ୍ତ ମୂଲତବୀ ଘୋଷଣା କରିଛନ୍ତି । ଆଜି ଗୃହରେ ସାଂସଦ ଲଡୁ କିଶୋର ସ୍ୱାଇଁ ଏବଂ ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ପ୍ରିୟ ନାଥ ଦେ ଙ୍କର ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏହାକୁ ବିରୋଧୀ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନିପତି ଓ ବିଜେପି ପିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂଦେଓ ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇବା ସହ ସେମାନଙ୍କ ଉଦ୍ଦେଶ୍ୟରେ ଗୃହରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହା ପରେ ଏକ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା । ଆସନ୍ତାକାଲି ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା ୨୦୧୯-୨୦ ପାଇଁ କାମଚଳା ବଜେଟ ଉପସ୍ଥାପନା କରିବେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଚାରପତିଙ୍କ ସଫେଇ କାର୍ଯ୍ୟକ୍ରମ

ବିଚାରପତିଙ୍କ ସଫେଇ କାର୍ଯ୍ୟକ୍ରମ

Read More...

ଓଡିଶାରେ କେନ୍ଦ୍ର ମନ୍ତ୍ରୀ  ନୀତିନ ଗଡକରୀ

ଓଡିଶାରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: