ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଙ୍କ ଦାୟିତ୍ୱ ଗ୍ରହଣ

August 08, 2019, ଓଡ଼ିଶା, , Bhagyaprabha News Bureau
ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଙ୍କ ଦାୟିତ୍ୱ ଗ୍ରହଣ
Bhagyaprabha News Bureau
August 08, 2019

ଓଡିଶା ପୋଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଶ୍ରୀ ବିଜୟ କୁମାର ଶର୍ମା ଆଜି ପୂର୍ବାହ୍ନରେ କଟକସ୍ଥିତ ମୁଖ୍ୟ କାର୍ଯ୍ୟଳୟ ଠାରେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ଶର୍ମା ପୋଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ “ ଗାର୍ଡ ଅଫ୍ ଅନର” ପ୍ରଦାନ କରାଯିବା ସହ ଉପସ୍ଥିତ ବରିଷ୍ଠ ଅଧିକାରୀ ମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ଵାଗତ ଜଣାଇଥିଲେ । ଦାୟିତ୍ଵ ଗ୍ରହଣ ପରେ ଗଣମାଧ୍ୟମର ପ୍ରତିନିଧି ମାନଙ୍କର ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଶର୍ମା କହିଲେ ଯେ ତାଙ୍କୁ ସରକାର ଯେଉଁ ଗୁରୁ ଦାୟିତ୍ଵ ପ୍ରଦାନ କରିଛନ୍ତି ତାକୁ ସେ ନିଷ୍ଠାର ସହ ସମ୍ପାଦନ କରିବେ । ପୋଲିସକୁ ଲୋକାଭିମୁଖୀ, ଦାୟିତ୍ଵବାନ, ସମ୍ବେଦନଶୀଳ ଓ ମାନବୀୟ କରିବାକୁ ଚେଷ୍ଟା କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ “୫-ଟି” ମନ୍ତ୍ରକୁ ପୋଲିସ ବିଭାଗରେ ମଧ୍ୟ ପ୍ରୟୋଗ କରି କାର୍ଯ୍ୟ କରିବେ । ନକ୍ସଲ ଦମନ କ୍ଷେତ୍ରରେ ଓଡିଶା ପୋଲିସ ଅତୀତରେ ଅନେକ ସଫଳତା ପାଇଛି । ଭବିଷ୍ୟତରେ ମଧ୍ୟ ଆମେ ସେହିସବୁ କାର୍ଯ୍ୟକ୍ରମକୁ ଆହୁରି ଜୋରଦାର କରି ଓଡିଶାରେ ନକ୍ସଲ ପ୍ରଭାବ ଓ କାର୍ଯ୍ୟକ୍ରମ କୁ ସୀମିତ କରିବୁ । ମାଓବାଦୀ ସମସ୍ୟା ହ୍ରାସ ପାଇଲେ ରାଜ୍ୟରେ ବିକାଶ ତ୍ୱରାନ୍ୱିତ ହୋଇପାରିବ । ସେହିପରି ଅପରାଧ ଅନୁସନ୍ଧାନ, ଅପରାଧ ନିରାକରଣ ଓ କୋର୍ଟରେ ମାମଲା ପରିଚାଳନା ଉପରେ ମଧ୍ୟ ସ୍ଵତନ୍ତ୍ର ଧ୍ୟାନ ଦିଆଯିବା ସହ ଅପରାଧ ଅନୁସନ୍ଧାନରେ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର କରାଯିବ । ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାରର ବୃଦ୍ଧି ଉପରେ ମଧ୍ୟ ସ୍ଵତନ୍ତ୍ର ଧ୍ୟାନ ଦିଆଯିବ । ସୂଚନାଯୋଗ୍ୟ ଯେ ୧୯୮୬ ବ୍ୟ।ଚର ଆଇ.ପି.ଏସ୍ ଅଧିକାରୀ ଶ୍ରୀ ଶର୍ମା ବାରିପଦାର ମୂଳ ବାସିନ୍ଦା ଅଟନ୍ତି । ତାଙ୍କ ଚାକିରି କାଳ ମଧ୍ୟରେ ସେ ସୁନ୍ଦରଗଡ, କନ୍ଧମାଳ, ସମ୍ବଲପୁର, ଖୋର୍ଦ୍ଧା ଆଦି ଜିଲ୍ଲାରେ ଆରକ୍ଷୀ ଅଧିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି ।


୧୯୯୯ ରୁ ୨୦୦୬ ମସିହା ପର୍ଯନ୍ତ କେନ୍ଦ୍ରୀୟ ସଂସ୍ଥା ସି.ବି. ଆଇ ରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପଦ ପଦବୀରେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଏହାପରେ ଶ୍ରୀ ଶର୍ମା ରାଜ୍ୟ କ୍ରାଇମବ୍ରାଞ୍ଚରେ ଆଇ.ଜି, ଅତିରିକ୍ତ ଡି.ଜି ଓ ସ୍ଵତନ୍ତ୍ର ଡି.ଜି ଭାବେ ମଧ୍ୟ ଖୁବ ସଫଳତାର ସହ କାର୍ଯ୍ୟ କରିଛନ୍ତି । ତା ୦୭.୦୫.୨୦୦୮ ରୁ ୨୪.୦୫.୨୦୧୧ ରିଖ ପର୍ଯ୍ୟନ୍ତ ସେ ଭୁବନେଶ୍ବର-କଟକ ପୋଲିସ କମିଶନରେଟରେ ପୋଲିସ କମିଶନର ଭାବେ ଖୁବ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ପରେ ତା ୦୩.୧୧.୨୦୧୭ ରିଖ ଠାରୁ ଆଜି ପର୍ଯ୍ୟନ୍ତ ଶ୍ରୀ ଶର୍ମା ରାଜ୍ୟ ଅଗ୍ନିଶମ ସେବାର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ଦାୟିତ୍ଵ ଗ୍ରହଣ ସମୟରେ ରାଜ୍ୟ ପୋଲିସର ବହୁ ପୋଲିସ ଅଧିକାରୀ ଓ ପୋଲିସ ମୁଖ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ,ଦେଶୀମଦ ଜବତ ଜଣେ ଗିରଫ

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ,ଦେଶୀମଦ ଜବତ ଜଣେ ଗିରଫ

Read More...

ଜାତୀୟ କୃମିନାଶକ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜାତୀୟ କୃମିନାଶକ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: