ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ

August 09, 2019, ଓଡ଼ିଶା, , Bhagyaprabha News Bureau
ବରିଷ୍ଠ ଓଏଏସ୍ ଅଫିସରସ୍ତରରେ  ଅଦଳବଦଳ
Bhagyaprabha News Bureau
August 09, 2019

ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଏକ ଅଦଳବଦଳ କରିଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ ଅଫିସର ମୁରଲୀଧର ମଲ୍ଲିକଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିବାବେଳେ ଶୁଭକାନ୍ତ ମିଶ୍ରଙ୍କୁ ବୋର୍ଡ ଅଫ ରେଭନ୍ୟୁର ଭୁବନେଶ୍ୱରସ୍ଥିତ ଅତିରିକ୍ତ ରିଭିଜିନାଲ କୋର୍ଟରେ ଅତିରିକ୍ତ କମିଶନର ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ବରିଷ୍ଠ ଓଏଏସ୍ ଜୟନ୍ତ ଷଡ଼ଙ୍ଗୀଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇ ଓଡ଼ିଆ ବିଶ୍ୱବିଦ୍ୟାଳୟର ଓଏସଡି ରୂପେ ନିଯୁକ୍ତି ଦିଆଯାଇଛି। ସେହିପରି ମିର୍ଦ୍ଧା ଟପୋଙ୍କୁ ବରଗଡ଼ର ଅତିରିକ୍ତ ଜିଲ୍ଲାପାଳ, ବିନୟ କୁମାର ଦାଶଙ୍କୁ ପୁରୀ ଅତିରିକ୍ତ ଜିଲ୍ଲାପାଳ(ଆରଆଣ୍ଡଆର), ଅନାମ ଚରଣ ପାତ୍ରଙ୍କୁ ଗଞ୍ଜାମ ଆରଆଇସି ଜେନେରାଲ ମ୍ୟାନେଜର, ସୂର୍ଯ୍ୟମାଧବ ପାଣିଗ୍ରାହୀଙ୍କୁ ବ୍ରହ୍ମପୁରସ୍ଥିତ ଗଞ୍ଜାମ-କୋରାପୁଟ ପ୍ରମୁଖ ବନ୍ଦୋବସ୍ତ କାର୍ଯ୍ୟାଳୟରେ ଅତିରିକ୍ତ କମିଶନର, ବ୍ରହ୍ମାନନ୍ଦ ବେହେରାଙ୍କୁ ରାଜସ୍ୱ ପର୍ଷଦ କାର୍ଯ୍ୟାଳୟର ଯୁଗ୍ମ ସଚିବ, ପ୍ରଦୀପ କୁମାର ସାହୁଙ୍କୁ ପୁରୀ ଅତିରିକ୍ତ ଜିଲ୍ଲାପାଳ, ଅଞ୍ଜାଲିନା ପ୍ରଧାନଙ୍କୁ ବୁର୍ଲା ବଡ଼ ମେଡିକାଲର ପ୍ରଶାସନିକ ଅଧିକାରୀ, ବସନ୍ତ କୁମାର ହୋତାଙ୍କୁ ଗୃହ ବିଭାଗର ଉପସଚିବ ଏବଂ ସୁମିତା ସିଂହଙ୍କୁ କଟକସ୍ଥିତ ଶିଶୁଭବନର ପ୍ରଶାସନିକ ଅଫିସର ଭାବେ ବଦଳି କରାଯାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ପ୍ରବଳ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ

ପ୍ରବଳ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ

Read More...

ଖନ୍ତାପଡ଼ା ଥାନାଧିକାରୀଙ୍କ ନାମରେ ଆସିଲା ଜାତିଅଣା ସହ ଦୁର୍ବ୍ୟବହାର ଅଭିଯୋଗ । ଏସପିଙ୍କ ଠାରେ ଦ୍ୱାରସ୍ଥ ହେଲେ ମହିଳା

ଖନ୍ତାପଡ଼ା ଥାନାଧିକାରୀଙ୍କ ନାମରେ ଆସିଲା ଜାତିଅଣା ସହ ଦୁର୍ବ୍ୟବହାର ଅଭିଯୋଗ । ଏସପିଙ୍କ ଠାରେ ଦ୍ୱାରସ୍ଥ ହେଲେ ମହିଳା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: