ଦିଗପହଣ୍ଡି ପୋଲିସ ପକ୍ଷରୁ ଦୁଇଟି କ୍ରସର ଉପରେ ଅତର୍କିତ ଚଢ଼ାଉ, ବିପୁଳ ପରିମାଣ ର ବିସ୍ଫୋରକ ସାମଗ୍ରୀ ଜବତ , ୧୨ ଗିରଫ

August 09, 2019, ଅପରାଧ, ଗଞ୍ଜାମ, Kiran Behera
ଦିଗପହଣ୍ଡି ପୋଲିସ ପକ୍ଷରୁ ଦୁଇଟି କ୍ରସର ଉପରେ ଅତର୍କିତ ଚଢ଼ାଉ, ବିପୁଳ ପରିମାଣ ର ବିସ୍ଫୋରକ ସାମଗ୍ରୀ ଜବତ , ୧୨ ଗିରଫ
Kiran Behera
[ Reporter,Digapahandi ]
Bhagyaprabha News Bureau
August 09, 2019

ରାଜ୍ୟ ସିବି- ସିଆଇଡି ସ୍ୱତନ୍ତ୍ର ଟାସ୍କ ଫୋର୍ସ ନିର୍ଦ୍ଦେଶନାରେ ଦିଗପହଣ୍ଡି ପୋଲିସ ସହାୟତାରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦ ଟା ରେ ମହୁଡ଼ା ଗ୍ରାମ ନିକଟ ଦୁଇଟି କ୍ରସର୍ ୟୁନିଟ୍ ଉପରେ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଥିବା ଜଣାପଡ଼ିଥିବା ବେଳେ ଏଥିରେ ବିସ୍ଫୋରକ ସାମଗ୍ରୀ ମହଜୁଦ ଓ ଚୋରାଚାଲାଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ମାନଙ୍କ ମଧ୍ୟରେ ବାଲାଜୀ ରେଡ୍ଡୀ , ଟୁକୁନା ବେହେରା , ଲକ୍ଷ୍ମଣ ନାହକ , ନିରଞ୍ଜନ ଜେନା , ପୁରୁଷୋତ୍ତମ ସ୍ବାମୀ , ବୁଲୁ ରେଡ୍ଡୀ , ରାଜୁ ଦାସ , ବି . କ୍ରିଷ୍ଣା ରେଡ୍ଡୀ , ଜି. ସନ୍ତୋଷ ରେଡ୍ଡୀ , ବିସ୍ଫୋରକ ଦ୍ରବ୍ୟ ଯୋଗାଉଥିବା କୋରା ସେଠୀ , ଏମ୍. ରାଘବ ରେଡ୍ଡୀ ଓ ହୀନ ଦଳାଇ ବୋଲି ଜଣାପଡିଛି । ଖବରପ୍ରକାରେ , ଗୁରୁବାର ଦିନ ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡା ପାହାଡ଼ରେ ଦୀର୍ଘ ଦିନ ବେଆଇନ ଭାବେ ପଥର ଖାଦାନ ଚଳାଇଥିବା ଖବରପାଇ ଦିଗପହଣ୍ଡି ପୋଲିସ ଓ ତହସିଲ ପ୍ରଶାସନ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ବହୁ ପରିମାଣର ବିସ୍ଫୋରକ ଦ୍ରବ୍ୟ , ପଥରଫୁଟା ପାଇଁ ବ୍ୟବହୃତ କଂପ୍ରେସର ,ଡିଲିମେସିନ , ପଥର ଚାଲାଣ ପାଇଁ ରଖାଯାଇଥିବା ଟ୍ରାକ୍ଟର ଓ ବାଇକ ଆଦି ଜବତ କରାଯାଇଛି । ଗୁରୁବାର ଦିନ ବ୍ରହ୍ମପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପି.କେ ମିଶ୍ର , ଚିକିଟି ଏସଡିପିଓ ଏସ୍ . ଏନ୍. ମୁର୍ମୁ , ଆଇଆଇସି ଗୋୖରାଙ୍ଗ ଚରଣ ସାହୁଙ୍କ ସମେତ କୁକୁଡାଖଣ୍ଡି ତହସିଲଦାର ସୁବାଷ ଚନ୍ଦ୍ର ରଇତ ଓ ରାଜସ୍ବ ନୀରିକ୍ଷକ ପକ୍ଷରୁ ଏହି ଧରପଗଡ ଚଢ଼ାଉ ବେଳେ ବାଲାଜୀ ରେଡ୍ଡୀଙ୍କ କ୍ରସର ନିକଟରୁ ୨୫ ଟି ଗିଲେଟିନ , ୪୦ ଟି ଡିଟୋନେଟର , ୫ ଟି ଟ୍ରାକ୍ଟର ସହିତ ୩ ଟି ବାଇକ , ଫେରାର ଥିବା ସନ୍ତୋଷ ବେହେରାଙ୍କ କ୍ରସରରୁ ୧୨ଟି ଗିଲେଟିନ , ୨୦ ଟି ଡିଟୋନେଟର , ୧ଟି ଟ୍ରାକ୍ଟର ଓ ଡ୍ରିଲି ମେସିନ ଓ କଂପ୍ରେସର ଏବଂ ବିସ୍ଫୋରକ ଦ୍ରବ୍ୟ ଯୋଗାଉଥିବା କୋରା ସେଠୀଙ୍କ ନିକଟରୁ ୧୩ ଟି ଗିଲେଟିନ ଓ ୨୫ ଟି ଡିଟୋନେଟର ଜବତ କରାଯାଇଥିବା ସୂଚନା ମିଳିଛି । ଏନେଇ ଅଭିଯୁକ୍ତ ବାଲାଜୀ ଓ ସନ୍ତୋଷ ନାମରେ ଏକ ମକଦ୍ଦମା ରୁଜୁ କରାଯାଇ ଦିଗପହଣ୍ଡି ଥାନା କେସ ନଂ- ୧୪୪/୧୯ ଏବଂ ୧୪୫/୧୯ ଓ ବିସ୍ଫୋରକ ନିରୋଧ ଆଇନର ଧାରା ୩,୪ଓ ୫ ଅନୁଯାୟୀ ସମସ୍ତ ଅଭିଯୁକ୍ତ ମାନଙ୍କୁ ଶୁକ୍ରବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି । ଏହିଭଳି ଭାବେ ଦିଗପହଣ୍ଡି ତହସିଲରେ ମଧ୍ୟ ପଥର ମାଫିଆ ମାନେ ବେଆଇନ ଭାବେ ପଥରଫୁଟା ଚଳାଇଥିବା ଜଣାପଡ଼ିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ହେଲେ   ଶ୍ରୀକାନ୍ତ ସାହୁ

ଗଞ୍ଜାମ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ହେଲେ ଶ୍ରୀକାନ୍ତ ସାହୁ

Read More...

ଆଜି ଅଗଷ୍ଟ କ୍ରାନ୍ତି ଦିବସ

ଆଜି ଅଗଷ୍ଟ କ୍ରାନ୍ତି ଦିବସ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: