ଜାତୀୟ ଦଳିତ ଖ୍ରୀଷ୍ଟିଆନ୍ ପରିଷଦ ପକ୍ଷରୁ କଳାଦିବସ ପାଳିତ

August 10, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ଜାତୀୟ ଦଳିତ ଖ୍ରୀଷ୍ଟିଆନ୍ ପରିଷଦ ପକ୍ଷରୁ କଳାଦିବସ ପାଳିତ
Bhagyaprabha News Bureau
August 10, 2019

ସମ୍ୱିଧାନର ଅନୁସୂଚିତ ଜାତି ଅଧ୍ୟାଦେଶ ୧୯୫୦ ଅନୁଚ୍ଛେଦ ୩ କୁ ଉଚ୍ଛେଦ କରି ମିଶ୍ର କମିଶନଙ୍କ ରିପୋର୍ଟକୁ ଗ୍ରହଣ କରିବା ସହ ଅନୁସୂଚିତ ହିନ୍ଦୁ ଧର୍ମାଲମ୍ୱିଙ୍କ ଭଳି ସାରା ଖ୍ରୀଷ୍ଟିୟାନ୍ ଦଳିତ ବର୍ଗ ଙ୍କୁ ଅନୁସୂଚିତ ଜାତିର ମାନ୍ୟତା ଦିଆଯିବାକୁ ଦାବୀ କରି ଆଜି ଜାତୀୟ ଦଳିତ ଖ୍ରୀଷ୍ଟିଆନ୍ ପରିଷଦ ଓଡିଶା ଶାଖା ପକ୍ଷରୁ ବ୍ରହ୍ମପୁର ଠାରେ ଜାତୀୟ କଳାଦିବସ(ଆର୍ତ୍ତନାଦ ଦିବସ) ପାଳନ କରାଯାଇଛି । ଏହି ଅବସରରେ ଏକ ପଦଯାତ୍ରା ବିଜିପୁର ସ୍ଥିତ ଚର୍ଚ୍ଚ ସମୁଖରୁ ବାହାରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଙ୍କ କାର୍ଯ୍ୟାଳୟରେ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଏଥିରେ ଦକ୍ଷିଣ ଓଡିଶାର ଗଞ୍ଜାମ, ଗଜପତି, କୋରାପୁଟ, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ରାୟଗଡା କଳାହାଣ୍ଡି ଜିଲ୍ଲାର ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ଯୋଗ ଦେଇ ଏଇ ଶାନ୍ତି ଶୋଭାଯାତ୍ରା ରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସର ରେ ଜାତୀୟ ଦଳିତ ଖ୍ରୀଷ୍ଟିଆନ୍ ପରିଷଦ ଓଡିଶା ଶାଖା ର ସମ୍ପାଦକ ଆଚାର୍ଯ୍ୟ ବିକାଶ ବର୍ଦ୍ଧନ, ସଭାପତି ପ୍ରଫୁଲ୍ଲ ଲିମା, ସହ ସମ୍ପାଦକ ସାଗର ବଳିୟାରସିଂ, ଜାତୀୟ ସହସମ୍ପlଦକ ଶାନ୍ତନା ଡରାଇ, ଉତ୍କଳ ବାପଟିଷ୍ଟ ଚର୍ଚ୍ଚ ସଂଗଠନ ଓ ଦକ୍ଷିଣ ଓଡିଶା କଥୋଲିକ ସଙ୍ଗଠନ ବହୁ ର ଫାଦର ଓ ସିଷ୍ଟର ମାନେ, ସ୍ଥାନୀୟ ପାଳକ ଆଚାର୍ଯ୍ୟ ଅଜୟ ପାତ୍ର, ଫାଦର ଅଜିତ ଲିମା, ଶାମ୍ଶୋନ ଦାସ ରବୀନ ସାହୁ ,ମିଡ଼ିଆ ସେଲ ପ୍ରମୁଖ ଧିରେନ୍ଦ୍ର ନାଥ ସଭାପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ lଉକ୍ତ ଅହିଂଶl ଆନ୍ଦୋଳନ ରେ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ଯୋଗ ଦେଇ ଶାନ୍ତି ଶୃଙ୍ଖଳା ର ସହ ସହଯୋଗ କରିଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ

ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ

Read More...

କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକ

କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: