ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର

August 16, 2019, ଓଡ଼ିଶା, , Bhagyaprabha News Bureau
ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର
Bhagyaprabha News Bureau
August 16, 2019

ଛତିଶଗଡ଼ରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି ।ଜଳଭଣ୍ଡାରରେ ଜଳସ୍ତର ବଢ଼ୁଥିବାରୁ ଗୁରୁବାର ସନ୍ଧ୍ୟାରେ ଆଉ ୪ଟି ଗେଟ୍ ଖୋଲାଯାଇଥିଲା । ଏବେ ଡ୍ୟାମ୍ ର ୨୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି ।ବାମପଟ ସ୍ପିଲ୍ ୱେରୁ ୧୩ଟି ଗେଟ୍ ଓ ଦକ୍ଷିଣ ପଟରୁ ୭ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୦.୮୭ ଫୁଟ ରହିଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୧ ହଜାର ୫୫୦ କ୍ୟୁସେକ ଜଳ ପ୍ରବେଶ କରୁଛି ।ସେହିପରି ପ୍ରତି ସେକେଣ୍ଡରେ ୩ ଲକ୍ଷ ୨୮ ହଜାର୨୯୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ନିୟନ୍ତ୍ରଣ ପାଇଁ ମୋଟ ୨୦ଟି ଗେଟ୍ ଖୋଲାଯାଇଛି । ଆବଶ୍ୟକ ପଡିଲେ ଆହୁରି ଗେଟ ଖୋଲାଯିବ ।ତେବେ ମୁଣ୍ଡଳୀରେ ଏହି ପାଣି ପହଁଚିବାକୁ ଆହୁରି ୨୪ ଘଣ୍ଟା ସମୟ ଲାଗିବ । ଏବେ ମୁଣ୍ଡଳୀରେ ୪ ଲକ୍ଷ ୭୪ ହଜାର ୬୨୪ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ମହାନଦୀର ନରାଜ ଠାରେ ୨୫.୭୫ ଫୁଟ ଜଳ ପ୍ରବାହିତ ହେଉଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଗପହଣ୍ଡିରେ ସ୍ୱାଧିନତା ଦିବସ ପାଳିତ

ଦିଗପହଣ୍ଡିରେ ସ୍ୱାଧିନତା ଦିବସ ପାଳିତ

Read More...

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: