ଦିଗପହଣ୍ଡି ଏନ୍ଏସି କର୍ମଚାରୀ ସଂଘର ସାଙ୍ଗଠନିକ ବୈଠକ କାର୍ଯ୍ୟକ୍ରମ

August 23, 2019, ଓଡ଼ିଶା, ଗଞ୍ଜାମ, Kiran Behera
ଦିଗପହଣ୍ଡି ଏନ୍ଏସି କର୍ମଚାରୀ ସଂଘର ସାଙ୍ଗଠନିକ ବୈଠକ କାର୍ଯ୍ୟକ୍ରମ
Kiran Behera
[ Reporter,Digapahandi ]
Bhagyaprabha News Bureau
August 23, 2019

ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦରେ କାର୍ଯ୍ଯରତ କର୍ମଚାରୀ ସଂଘର ଏକ ସାଙ୍ଗଠନିକ ବୈଠକ ସଂଘ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ନଗରପାଳ ପ୍ରଫୁଲ୍ଲ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂପାଦକ ପ୍ରଭାକର ମେକାପଙ୍କ ଦ୍ଵାରା ଉପସ୍ଥାପିତ ଆୟବ୍ୟୟ ରିପୋର୍ଟକୁ ଗୃହୀତ କରାଯିବା ପରେ ସାଙ୍ଗଠନିକ ବିଷୟ ଉପରେ ଆଲୋଚନା କରାଯାଇଥିଲା । ସଦସ୍ୟମାନେ ସେମାନଙ୍କର ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାକୁ ବୈଠକରେ ଉପସ୍ଥାପିତ କରିବାପରେ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କ ସହିତ ଆଲୋଚନା କରାଯାଇ ସେଗୁଡିକର ସମାଧାନ କରାଯିବାକୁ ସ୍ଥିର କରାଯାଇଥିଲା । ଏହି ବୈଠକରେ ରାଜକିଶୋର ରଥ , ହରିକୃଷ୍ଣ ସାହୁ , ସାହେବ ରେଡି , ରଞ୍ଜିତ କୁମାର ପଟ୍ଟନାୟକ , ସନ୍ତୋଷ ମହାନ୍ତି , ବାଳକୃଷ୍ଣ ପାଣିଗ୍ରାହୀ , ଭେଙ୍କଟ ପାତ୍ର , ସ୍ନେହଲତା ମିଶ୍ର , ସିଏଚ୍. ଲୋକେଶ୍ବରୀ , ପବିତ୍ରା ପ୍ରଧାନ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ ।






Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୋଡାମାରୀରେ ସଡକସୁରକ୍ଷା ଓ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପୋଡାମାରୀରେ ସଡକସୁରକ୍ଷା ଓ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Read More...

ଦିଗପହଣ୍ଡିରେ ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଦିଗପହଣ୍ଡିରେ ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: