ଜନ୍ମାଷ୍ଟମୀ ପାଇଁ ମଥୁରା-ବୃନ୍ଦାବନ ଉତ୍ସବ ମୁଖର

August 24, 2019, ଦେଶଦୁନିଆ, , Bhagyaprabha News Bureau
ଜନ୍ମାଷ୍ଟମୀ ପାଇଁ ମଥୁରା-ବୃନ୍ଦାବନ ଉତ୍ସବ ମୁଖର
Bhagyaprabha News Bureau
August 24, 2019

ଦେଶର ଅନେକ ସ୍ଥାନରେ ଶନିବାର ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଜନ୍ମାଷ୍ଟମୀ ଭକ୍ତି ଓ ଉଲ୍ଳାସର ସହ ପାଳିତ ହେଉଛି। ଉତ୍ତର ପ୍ରଦେଶର ମଥୁରା ଏବଂ ବୃନ୍ଦାବନରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି । ହଜାର ହଜାର ମଠ, ମନ୍ଦିର ସମେତ ବାଙ୍କବିହାରୀ ମନ୍ଦିର, ପ୍ରେମ ମନ୍ଦିର, ଇସ୍କନ ମନ୍ଦିର, ଶ୍ରୀକୃଷ୍ଣଙ୍କ ଜନ୍ମଭୂମିରେ ଥିବା ମନ୍ଦିରଗୁଡ଼ିକୁ ସୁନ୍ଦରଭାବେ ସଜ୍ଜା ଯାଇଛି।ସୂଚନାଯୋଗ୍ୟ ଶୁକ୍ରବାର ଓଡିଶା ସମେତ ଦେଶର ଅନେକ ସ୍ଥାନରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ଆଜି ରାଜ୍ୟର ଅନେକ ସ୍ଥାନରେ ନନ୍ଦୋ​ତ୍ସବ ପାଳନ କରାଯାଉଛି।ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ମଥୁରାରେ ଆୟୋଜିତ ହେବାକୁଥିବା ଜନ୍ମାଷ୍ଟମୀ ପାଳନ ଉତ୍ସବରେ
ଯୋଗଦେବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ବାର୍ତ୍ତାରେ କହିଛନ୍ତି । ଯୋଗୀରାଜ ଶ୍ରୀକୃଷ୍ଣ ହେଉଛନ୍ତି ନ୍ୟାୟୋଚିତ ଭାବେ ଅନ୍ୟାୟ ଓ ଅସତ୍ୟ ଉପରେ ବିଜୟ ଏବଂ ସତ୍ୟ ପ୍ରତି ଆନୁଗତ୍ୟର ମୂର୍ତ୍ତିମନ୍ତ ପ୍ରତୀକ। ସେ କହିଛନ୍ତି, ଭଗବାନ ଶ୍ରୀକୃଷ୍ଣ ଆମକୁ ନିଷ୍କାମ କର୍ମର ଶିକ୍ଷା ଦେଇଛନ୍ତି, ଯାହାର ଅର୍ଥ ପୁରସ୍କାରଠାରୁ କର୍ତ୍ତବ୍ୟନିଷ୍ଠ ହେବା ଆବଶ୍ୟକ। ରାଷ୍ଟ୍ରପତି କହିଛନ୍ତି ଜନ୍ମାଷ୍ଟମୀ ଆମକୁ ଜୀବନର ପ୍ରତିବଦ୍ଧତା ସହ ପରିଚିତ କରାଇଥାଏ। ଶ୍ରୀକୃଷ୍ଣଙ୍କର ଏହି ସାର୍ବଜନୀନ ସତ୍ୟକୁ ଆମେ ଅନୁସରଣ କରିବା ଉଚିତ ବୋଲି ରାଷ୍ଟ୍ରପତି କହିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
୫ ମାଓବାଦୀ ମୃତ, ୨ ଯବାନ ଗୁରୁତର

୫ ମାଓବାଦୀ ମୃତ, ୨ ଯବାନ ଗୁରୁତର

Read More...

ଫ୍ରାଇଡେରେ ରିଲିଜ ହେଲା ଆନିମେଟଡ ଫିଲ୍ମ ଆଙ୍ଗ୍ରିବାର୍ଡସ-୨

ଫ୍ରାଇଡେରେ ରିଲିଜ ହେଲା ଆନିମେଟଡ ଫିଲ୍ମ ଆଙ୍ଗ୍ରିବାର୍ଡସ-୨

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: