ପଞ୍ଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ମୋ ନିବେଦନ

August 24, 2019, ବିଶେଷ, ଗଞ୍ଜାମ, Kiran Behera
ପଞ୍ଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ  କାର୍ଯ୍ୟକ୍ରମ  ମୋ ନିବେଦନ
Kiran Behera
[ Reporter,Digapahandi ]
Bhagyaprabha News Bureau
August 24, 2019

ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶନିବାର ଦିନ ଦିଗପହଣ୍ଡି ବ୍କକ ପଦ୍ମନାଭପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ତଥା ମୋ ନିବେଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ବି. କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶୁଣାଣୀ କାର୍ଯ୍ୟକ୍ରମରେ ସଂପ୍ରସାରଣ ଅଧିକାରୀ ଉମେଶ କୁମାର ସେଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସେହିପରି ସ୍ଥାନୀୟ ରାଜସ୍ବ ନୀରିକ୍ଷକ ଫକୀର ମୋହନ ରାଉତ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୈାରାଙ୍ଗ ଚରଣ ଲେଙ୍କା , ପଶୁ ଚିକିତ୍ସକ ଅନୀତା ଦୋରା , ନାଏବ ସରପଞ୍ଚ ଉର୍ବଷୀ ପୂଜାରୀ , ନାଏବ ସରପଞ୍ଚ ପ୍ରତିନିଧି ମନୋଜ କୁମାର ଚୋଧୁରୀ , ସ୍ଥାନୀୟ ଜିଆରଏସ୍ ବି. ଦୁର୍ଯୋଧନ ରେଡ୍ଡୀ , କଇଠଡା ଜିଆରଏସ୍ ସନ୍ତୋଷ କୁମାର ପାତ୍ର , ସମିତି ସଭ୍ୟ ସୁଶାନ୍ତ ସେଠୀ , ଦିପ୍ତିରେଖା ବେହେରା ପ୍ରମୁଖ ସମ୍ମାନୀୟ ଅତିଥିଭାବେ ମଞ୍ଚାସୀନ ଥିଲେ । ଏହି ପରିପ୍ରେକ୍ଷୀରେ ୩୫୦ ଜଣ ହିତାଧିକାରୀ ୪୩୨ ଟି ବିଭିନ୍ନ ଯୋଜନା ପାଇଁ ଆବେଦନ କରିଥିବା ଜଣାପଡିଛି । ବିଭିନ୍ନ ଭତ୍ତା ପାଇଁ ୧୩୧ ଜଣ , ପାଇଖାନା ନିର୍ମାଣ ପାଇଁ ୫୩ ଜଣ , ରାସନ୍ କାର୍ଡ ନିମନ୍ତେ ୪୨ ଜଣ , ଗୁହାଳ ନିର୍ମାଣ ପାଇଁ ୧୮ଜଣ , ରନ୍ଧନ ଗ୍ୟାସ ନିମନ୍ତେ ୦୬ ,ପଟ୍ଟା ନିମନ୍ତେ ୦୯ , ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ୦୩ , ବିଦ୍ୟୁତ ସଂଯୋଗ ପାଇଁ ୦୧ , ଗାଇଋଣ ନିମନ୍ତେ ୦୧ ଜଣ ନିବେଦନ କରିଥିଲେ । ଏଥିସହ କଇଠଡା ପଞ୍ଚାୟତର ବିଭିନ୍ନ ଯୋଜନା ପାଇଁ ୧୬ ଜଣ ହିତାଧିକାରୀ ଆବେଦନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସମସ୍ତ ଅଙ୍ଗନୱାଡ଼ି କର୍ମୀ , ୱାର୍ଡ ସଭ୍ୟ/ ସଭ୍ଯା ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଛାତ୍ର କଂଗ୍ରେସ ପକ୍ଷରୁ ଆରଡିସିଙ୍କୁ ଦାବିପତ୍ର ପ୍ରଦାନ

ଛାତ୍ର କଂଗ୍ରେସ ପକ୍ଷରୁ ଆରଡିସିଙ୍କୁ ଦାବିପତ୍ର ପ୍ରଦାନ

Read More...

ଏବିଭିପି ପକ୍ଷରୁ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ କୁଶ ପୁତଳିକା ଦାହ

ଏବିଭିପି ପକ୍ଷରୁ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ କୁଶ ପୁତଳିକା ଦାହ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: