ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କଲେ ଦୁର୍ବୃତ୍ତ

August 25, 2019, ଅପରାଧ, ଗଞ୍ଜାମ, Kiran Behera
ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କଲେ ଦୁର୍ବୃତ୍ତ
Kiran Behera
[ Reporter,Digapahandi ]
Bhagyaprabha News Bureau
August 25, 2019

ଦିଗପହଣ୍ଡି ଥାନା ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମରେ ରହୁଥିବା ଜଣେ ଅବସରପ୍ରାପ୍ତ ଶିକ୍ଷକ ସିଏଚ୍ . ରାଘବ ସୁବୁଦ୍ଧିଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତ ମାନେ ନଗଦ ଟଙ୍କା ସହ ସୁନା ଓ ରୂପା ଚୋରିକରି ନେଇଥିବା ଅଭିଯୋଗ ହୋଇଥିବା ଜଣାପଡିଛି । ପୋଲିସର କହିନୁଯାୟୀ , ରାଘବଙ୍କ ନିଜ ସ୍ତ୍ରୀଙ୍କ ଅନ୍ତ୍ୟେଷ୍ଟି କ୍ରିୟା କ୍ରମ ପାଇଁ ସମସ୍ତେ ପୁରୀ ଚାଲି ଯାଇଥିବା ବେଳେ ଦୁର୍ବୃତ୍ତ ମାନେ ଘରର ତାଲା ଭାଙ୍ଗି ବହୁ ମୂଲ୍ୟ ଟଙ୍କାର ରୁପା ସାମଗ୍ରୀ , ଗୋଟିଏ ସୁନା ମୁଦି ଏବଂ ନଗଦ ୨୨ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି । ଗତ ଅଗଷ୍ଟ ୧୫ ତାରିଖ ଦିନ ଏହି ଘଟଣା ଘଟିଥିଲେ ମଧ୍ୟ ଦ୍ବାଦଶାହ କାର୍ଯ୍ୟ ଶେଷ ପରେ ଗୁରୁବାର ଦିନ ରାଘବ ଦିଗପହଣ୍ଡି ଥାନାରେ ଅଭିଯୋଗ କରିଛନ୍ତି । ରାଘବଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଥାନା କେସ ନଂ- ୧୫୫/୧୯ ଅନୁସାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ ମଧ୍ୟ ଲୁଟେରାଙ୍କ ସମ୍ପର୍କରେ କୌଣସି ସୁରାକ ପାଇ ପାରିନଥିବା ଜଣାପଡ଼ିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଖରିଫ୍ ଧାନ କ୍ରୟ ନିମନ୍ତେ ପ୍ରସ୍ତୁତି ବୈଠକ

ଖରିଫ୍ ଧାନ କ୍ରୟ ନିମନ୍ତେ ପ୍ରସ୍ତୁତି ବୈଠକ

Read More...

ଶିକ୍ଷକ ସଂଘ ସଭାପତିଙ୍କ ଶପଥଗ୍ରହଣ

ଶିକ୍ଷକ ସଂଘ ସଭାପତିଙ୍କ ଶପଥଗ୍ରହଣ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: