ସମର୍ଥ ଭାରତ ଆନ୍ଦୋଳନ ପାଇଁ ମୋଦୀଙ୍କ ଆହ୍ବାନ

August 25, 2019, ଦେଶଦୁନିଆ, , Bhagyaprabha News Bureau
 ସମର୍ଥ ଭାରତ ଆନ୍ଦୋଳନ ପାଇଁ ମୋଦୀଙ୍କ ଆହ୍ବାନ
Bhagyaprabha News Bureau
August 25, 2019

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଜନତାଙ୍କୁ ରେଡିଓ କାର୍ଯ୍ୟକ୍ରମ "ମନ କି ବାତ" ମାଧ୍ୟମରେ ନିଜର ମନ କଥା କହିଛନ୍ତି । ଅଗଷ୍ଟ ୨୯ ତାରିଖକୁ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳିନ କରାଯାଏ। ତେବେ ଏହି ଦିନ ସମଗ୍ର ଦେଶରେ 'ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ୍‌' ବା 'ସମର୍ଥ ଭାରତ ଆନ୍ଦୋଳନ' ଆରମ୍ଭ କରାଯିବ ।


ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି -


-ନମସ୍କାର ପ୍ରିୟ ଦେଶବାସୀ। ଆଜିକାଲି ଗୋଟିଏ ପଟେ ଆମ ଦେଶ ବର୍ଷାରେ ଆମୋଦିତ ହେଉଥିବା ବେଳେ ଅନ୍ୟ ପଟେ ଦେଶର ସବୁ ପ୍ରାନ୍ତରେ ମେଳାମହୋତ୍ସବ ଲାଗିଛି। ଆଉ ଏ ସବୁ ଦୀପାବଳି ଯାଏଁ ଚାଲିବ।
-ବିଗତ ଦିନମାନଙ୍କରେ ଆମେ ଅଳ୍ପ କେତେକ ପର୍ବ ପାଳିଛନ୍ତି। ଗତକାଲି ଭାରତବ୍ୟାପୀ ଭଗବାନ କୃଷ୍ଣଙ୍କର ଜନ୍ମ ମହୋତ୍ସବ ପାଳନ କରିଛନ୍ତି।ତାଙ୍କର ବ୍ୟକ୍ତିତ୍ୱ କଥା କେହି କଳ୍ପନା କରି ପାରୁଛ। ହଜାର ହଜାର ବର୍ଷ ପରେ ବି ଏଇ ପର୍ବ ନୂତନତ୍ୱ ନେଇ ଆସୁଛି। ନୂଆ ପ୍ରେରଣା ନୂଆ ଶକ୍ତି ଯୋଗାଉଛି। ଶ୍ରୀକୃଷ୍ଣଙ୍କ ଜୀବନୀରୁ ସମସ୍ତେ ସାମ୍ପ୍ରତିକ ପରିସ୍ଥିତିର ସମାଧାନ ପାଉଛନ୍ତି।
-ମହାତ୍ମାଗାନ୍ଧୀଙ୍କର ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ଚାଲିଛି। ଏଇ ବିଶାଳ ଉତ୍ସବ କେବଳ ଭାରତ ନୁହେଁ, ସାରା ବିଶ୍ୱର ଆଲୋଚ୍ୟ। ମହାତ୍ମା ଗାନ୍ଧୀ ଦରିଦ୍ର, ନିରାଶ୍ରିତ, ଦୁର୍ବଳ ଓ ବୁଭୁକ୍ଷୁମାନଙ୍କର ସେବା କରୁଥିଲେ। ଏହାକୁ ସେ ଜୀବନର ବ୍ରତ କରି ନେଇଥିଲେ। ସେ ବର୍ଣ୍ଣବୈଷମ୍ୟବାଦର ସରବ୍ୟ ହୋଇଥିବା ଦକ୍ଷିଣ ଆଫ୍ରିକୀୟ ସମ୍ପ୍ରଦାୟମାନଙ୍କର ସେବା କରିଥିଲେ। ବାଛବିଚାରର ସମ୍ମୁଖୀନ ହୋଇଥିବା ଚମ୍ପାରଣ ଚାଷୀମାନଙ୍କର ମଧ୍ୟ ସେ ସେବା କରିଥିଲେ। ସ୍ୱଳ୍ପ ପାରିଶ୍ରମିକ ପାଉଥିବା ମିଲ୍‌ଶ୍ରମିକମାନଙ୍କର ମଧ୍ୟ ସେ ସେବା କରିଥିଲେ। ସତ୍ୟ ସହ ଅତୁଟ ବନ୍ଧନ ବାନ୍ଧିଥିଲେ ଗାନ୍ଧୀଜୀ। ସେମିତିକା ବନ୍ଧନ ସେ ଯୋଡ଼ିଥିଲେ ସେବାର ଉଚ୍ଛ୍ୱାସ ସହ। ସେ କେବଳ ସେବାର ଉଚ୍ଛ୍ୱାସ ସହ ନୁହେଁ, ସେବା ବାଟ କଢ଼ାଇ ନେଉଥିବା ଆନ୍ତରିକ ଖୁସି ସହ ମଧ୍ୟ ତାଙ୍କର ସମ୍ପର୍କ ଥିଲା ଅତୁଟ।ଚାଲନ୍ତୁ, ପ୍ଲାଷ୍ଟିକ୍‌ ବ୍ୟବହାର ବର୍ଜନ କରିବା ପାଇଁ ସହଯୋଗ କରିବା। ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ପାଳିବା ବେଳେ ଆମେ କେବଳ ବାହ୍ୟ ମଳମୁକ୍ତ ଭାରତ ପ୍ରତି ସମର୍ପିତ ହେବା ନାହିଁ ପ୍ଲାଷ୍ଟିକ୍‌ ମୁକ୍ତ ଭାରତ ପାଇଁ ଗଣ ଆନ୍ଦୋଳନ ମଧ୍ୟ ଆରମ୍ଭ କରିବା।
-ବ୍ୟାଘ୍ରସଂଖ୍ୟାର ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କହିଲେ: ଆମ ଦେଶ ବିବିଧତାରେ ଭରା ଏବଂ ଏଇ ପ୍ରସସ୍ଥ ବିବିଧତା ଜଣେ ଶିକ୍ଷକ ରୂପେ ଆପଣମାନଙ୍କ ମଧ୍ୟରେ ଭିନ୍ନତା ସୃଷ୍ଟି କରାଇବ। ଆପଣଙ୍କ ଜୀବନ ସମୃଦ୍ଧ ହେବ। ୨୦୧୦ରେ ରୁଷ୍‌ର ସେଣ୍ଟ୍‌ ପିଟର୍ସବର୍ଗରେ 'ଶାର୍ଦ୍ଦୂଳ ଶିଖର ସମ୍ମିଳନୀ' ଅନୁଷ୍ଠିତ ହୋଇଥିଲା। ଏହି ଶିଖର ବୈଠକରେ ବିଶ୍ୱର ବ୍ୟାଘ୍ରସଂଖ୍ୟାର ଦୋଦୁଲ୍ୟମାନ ସ୍ଥିତି ପ୍ରକାଶପୂର୍ବକ ପ୍ରସ୍ତାବନା ଗ୍ରହଣ କରାଯାଇଥିଲା।


-ବିବେକାନନ୍ଦଙ୍କ କଥା ସ୍ମରଣ କରି ସେ କହିଲେ, ମୋର ପ୍ରିୟ ଦେଶବାସୀ, ୧୮୯୩ ମସିହା ସେପ୍ଟେମ୍ବର ୧୧ ତାରିଖ ଦିନ ଦେଇଥିବା ଐତିହାସିକ ଭାଷଣକୁ କିଏ ଭୁଲି ପାରିବ।ଚାଲନ୍ତୁ, ସ୍ୱାମୀ ବିବେକାନନ୍ଦ ଦେଖିଥିବା ଭାରତକୁ ପୁଣି ଥରେ ଦେଖିବା ଏବଂ ସ୍ୱାମୀ ବିବେକାନନ୍ଦ ଅନୁଭବ କରିଥିବା ଭାରତର ଅନ୍ତର୍ନିହିତ ଶକ୍ତିକୁ କାର୍ଯ୍ୟକାରୀ କରିବା। ଆମ ଭିତରେ ସବୁ ଜିନିଷ ରହିଛି, ଆସନ୍ତୁ, ଆତ୍ମବିଶ୍ୱାସର ସହ ଆଗେଇ ଯିବା।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୁବର୍ଣ୍ଣପୁରରେ  ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ସୁବର୍ଣ୍ଣପୁରରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

Read More...

ପଞ୍ଚଭୂତରେ ଲୀନ ହେଲା ଜେଟଲୀଙ୍କ ପାର୍ଥିବ ଶରୀର

ପଞ୍ଚଭୂତରେ ଲୀନ ହେଲା ଜେଟଲୀଙ୍କ ପାର୍ଥିବ ଶରୀର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: