ଓଲଟିଲା ବସ୍ : ୭ ଗୁରୁତର

February 07, 2019, ଓଡ଼ିଶା, , Bhagyaprabha News Bureau
ଓଲଟିଲା ବସ୍ : ୭ ଗୁରୁତର
Bhagyaprabha News Bureau
February 07, 2019

ଦିଗପହଣ୍ଡି-ଗୁରୁବାର ଦିନ ଦିଗପହଣ୍ଡି ଥାନା ଅନ୍ତର୍ଗତ ସହଦେବ . ଟିକରପଡା ପଞ୍ଚାୟତର ଦେଉଳବନ୍ଧ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ୭ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ମାନଙ୍କ ମଧ୍ୟରେ ଟିକରପଡା ଗ୍ରାମର ଲିଙ୍ଗା ସାହୁ (୪୫) , ବିଦ୍ୟାଧର ସାହୁ , ଜାଡି ଗୌଡ , ପ୍ରିୟା ଗୌଡ , ପଞ୍ଚାନନ ଗୌଡ, ସରସ୍ବତୀ ଗୌଡ ଓ ବ୍ରାହ୍ମଣପଙ୍କର ସୁନିତା ମହାପାତ୍ର । ସୂଚନା ପ୍ରକାରେ , ଗୁରୁବାର ଦିନ ସକାଳ ୧୧.୪୫ ସମୟରେ ବ୍ରହ୍ମପୁରରୁ ଦିଗପହଣ୍ଡି ଥାନା ଅଧିନସ୍ଥ ସହଦେବ . ଟିକରପଡା ଗ୍ରାମକୁ କିଛି ଯାତ୍ରୀକୁ ନେଇ ଯାଉଥିବା ହରିହର ନାମକ ବସ୍ (ଓଆର ୦୭ ଜେ ୨୭୯୯) ଭାରସାମ୍ୟ ହରାଇ ନିକଟସ୍ଥ ଦେଉଳବନ୍ଧ ସମ୍ମୁଖରେ ଓଲଟି ପଡିଥିଲା ଫଳରେ ଉକ୍ତ ବସରେ ବସିଥିବା ଯାତ୍ରୀମାନଙ୍କ ମଧ୍ୟରୁ ୭ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସ୍ବେଚ୍ଛାସେବକ ତଥା ଭୀଷ୍ମଗିରୀ ସେବା ସମବାୟ ସମିତିର ସଭାପତି ମନୋଜ କୁମାର ସାହୁ , ମାନସ ରଞ୍ଜନ ପଟ୍ଟନାୟକ ଓ ବିପ୍ରଚରଣ ଗୌଡ ଏବଂ ଦିଗପହଣ୍ଡି ଦମକଳ ବାହିନୀ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ସମସ୍ତ ସୁସ୍ଥ ଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ଲକସ୍ତରୀୟ ନିଯୁକ୍ତି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ଲକସ୍ତରୀୟ ନିଯୁକ୍ତି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

Read More...

ସାନଖେମୁଣ୍ଡିରେ ବିଶାଳ କଳାକାର ସମାବେଶ

ସାନଖେମୁଣ୍ଡିରେ ବିଶାଳ କଳାକାର ସମାବେଶ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: