ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବ ପଥ ପାର୍ଶ୍ୱ ସେବା କେନ୍ଦ୍ର

August 26, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବ ପଥ ପାର୍ଶ୍ୱ ସେବା କେନ୍ଦ୍ର
Bhagyaprabha News Bureau
August 26, 2019

ବ୍ରହ୍ମପୁର ମୁଖ୍ୟ ରାସ୍ତା ପାଶ୍ୱରେ ରହିଛି ପଥପାର୍ଶ୍ୱ ସେବା କେନ୍ଦ୍ର । ବିଶ୍ୱ ବ୍ୟାଙ୍କ ଅନୁମୋଦନରେ ହୋଇଥିବା ସମସ୍ତ ରାସ୍ତା ପ୍ରକଳ୍ପରେ ଗୋଟିଏ ଲେଖାଏଁ ପଥପାର୍ଶ୍ୱ ସେବା କେନ୍ଦ୍ର ରହିଛି । ଦିଗପହଣ୍ଡିରେ ମଧ୍ୟ ଏକ ବସ୍ ଟର୍ମିନାଲ୍ ସଦୃଶ ପଥ ପାର୍ଶ୍ୱ ସେବା କେନ୍ଦ୍ର ନିର୍ମାଣ କରାଯାଇଥିଲା । ସେଠାରେ ଯାତ୍ରୀ ବାହୀ ବସ୍ ଗୁଡିକ ରହିବା ସହିତ ଯାତ୍ରୀ ମାନଙ୍କ ପାଇଁ ଖାଇବା ପାଇଁ ରେସ୍ତୁରାଁ, ଉତ୍ତମ ପାନୀୟ ଜଳ ଯୋଗାଣ , ରହିବା ବନ୍ଦୋବସ୍ତ, ଉତ୍ତମ ବିଶ୍ରାମ ପାଇଁ ବ୍ୟବସ୍ଥା ଯୋଗାଇଦେବା ସହ ଶିଶୁ ମାନଙ୍କ ଆମୋଦ ପ୍ରମୋଦ ପାଇଁ ଶିଶୁ ଉଦ୍ୟାନ ପାର୍କ ନିର୍ମାଣ କରାଯାଇଥିଲା । ୨୦୧୮ ଅଗଷ୍ଟ ମାସରେ ଏହାର ଶୁଭ ଉଦଘାଟନ କରାଯାଇଥିଲା । ତାହା ପର ଠାରୁ ତାହାର ପରବର୍ତ୍ତୀ ସୌନ୍ଦର୍ଯ୍ୟ କରଣ ଏବଂ ରକ୍ଷଣା ବେକ୍ଷଣ ପୂର୍ତ୍ତ ବିଭାଗ ପକ୍ଷରୁ ତଦାରଖ କରାଯାଇ ଆସୁଛି । ସେହିପରି ସହରରେ ହନୁମାନ ପାର୍କ ଗୋଟିଏ କେବଳ ମନୋରଞ୍ଜନ ଏବଂ ଆମୋଦ ପ୍ରମୋଦ ପାଇଁ ରହିଥିବା ବେଳେ ଅନ୍ୟ ବିକଳ୍ପ ବ୍ୟବସ୍ଥା ନଥିଲା । ସମ୍ପ୍ରତ୍ତି ପଥପାଶ୍ୱର୍ ସେବା କେନ୍ଦ୍ରରେ ସମସ୍ତ ପ୍ରକାର ବ୍ୟବସ୍ଥା ଏବଂ ସାରଞ୍ଜାମ ଆଦି କରାଯାଇଥିବାରୁ ସେଠାରେ ମୁକ୍ତାକାଶରେ ପବନ ଖାଇବା ସହ ବୁଲିବା ପାଇଁ ଲୋକଙ୍କ ଭିଡ ପରିଲକ୍ଷିତ ହେଉଛି । ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳର ଲୋକେ ମଧ୍ୟ ଦୀର୍ଘ ସମୟ ଧରି ସେଠାରେ ରହିବା ସହିତ ମନଲୋଭା ପରିବେଶର ଭରପୁର ମଜା ଉଠାଉଛନ୍ତି । ବିଶେଷ କରି ସେଲ୍ଫି କର୍ଣ୍ଣର୍ ଭାବେ ଦିଗପହଣ୍ଡିରେ ଏହା ପରିଚିତ ହୋଇଥିବା ଚର୍ଚ୍ଚା ହେଉଛି । ମନୋଲୋଭା ଏବଂ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ସନ୍ଧ୍ୟା ଏବଂ ପ୍ରାତଃ ସମୟରେ ଏଠାରେ ଫଟୋ ସୁଟ୍ କରିବା ପାଇଁ ପ୍ରାୟତଃ ଭିଡ ପରିଲକ୍ଷିତ ହେଉଛି । ବର୍ତ୍ତମାନ ଏହା ଆକର୍ଷଣୀୟ କେନ୍ଦ୍ର ବିନ୍ଦୁ ପାଲଟିଥିବାରୁ ସେଠାରେ ଉନ୍ନତ ମାନର ସେବା ଯୋଗାଇଦେବା ସହିତ ତାହାକୁ ଅଧିକରୁ ଅଧିକ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବିଭିନ୍ନ ପ୍ରକାର ଉଦ୍ୟମ ଆରମ୍ଭ କରାଯାଇଥିବା ଜାଣିବାକୁ ମିଳିଛି । ସେଠାରେ ଭଳିକି ଭଳି ରଙ୍ଗ ବେରଙ୍ଗ କୋଟନ୍ନ ଗଛ ଏବଂ ବିଭିନ୍ନ ପ୍ରକାର ଔଷଧିୟ ଗୁଳ୍ମ ଆଦି ବୃକ୍ଷ ଚାରା ରୋପଣ କରାଯିବାର ଲକ୍ଷ୍ୟ ରହିଛି । ବୃକ୍ଷ ଲତାରେ ସାଜସଜ୍ଜା କରି ଉଦ୍ୟାନ ସଦୃଶ ପରିଣତ କରିବା ପାଇଁ ଲକ୍ଷ ରଖାଯାଇଥିବା ବେଳେ ସୋମବାର ଆଉ କିଛି ବୃକ୍ଷ ଲତା ଚାରା ରୋପଣ କରାଯାଇଥିଲା । ପୂର୍ତ୍ତ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ବାବୁଲିଚାନ୍ଦ ଗୌଡ, ଏବଂ କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ପୁହାଣ୍ ପ୍ରମୁଖ ପଥ ପାଶ୍ୱର୍ ସେବା କେନ୍ଦ୍ରରେ ପହଞ୍ଚି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ । ତେବେ ପଥ ପାଶ୍ୱର୍ ସେବା କେନ୍ଦ୍ରର ଚତୁଃ ପାଶ୍ୱର୍ ପାଚେରୀ ନଥିବାରୁ ବିଭିନ୍ନ ସମୟରେ ସମସ୍ୟା ଉପୁଜିଥିବା ସାଧାରଣରେ ମତ ପ୍ରକାଶ ପାଇଛି । ବିଶେଷ କରି ସନ୍ଧ୍ୟା ସମୟରେ ଚଳପ୍ରଚଳ ହେବା ବେଳେ ଅନ୍ଧାର ଏବଂ ପାଚେରୀ ବିହୀନ ଯୋଗୁଁ ଭୟାଶଙ୍କା ରହୁଛି । ନିକଟରେ ପଥ ପାଶ୍ୱର୍ ସେବା କେନ୍ଦ୍ର ପାଚେରୀ ଡେଇଁ ରାସ୍ତା ଅତିକ୍ରମ କରୁଥିବା ବେଳେ ଗୋଟିଏ କୃଷ୍ଣ ସାର ମୃଗର ଅଜଣା ଗାଡି ଧକ୍କାରେ ମୃତ୍ୟୁ ଘଟିଥିଲା । ପାଚେରୀ ଥିଲେ ହୁଏତ ଏସବୁ ହୋଇନଥାନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ବିଭାଗୀୟ କର୍ତ୍ତୃପକ୍ଷ ଏଦିଗରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ନେଇ ବିଜୁ ଯୁବ ବାହିନୀ ସଭାପତି ସମୀରକାନ୍ତ ତ୍ରିପାଠୀ, ନୀଳାଞ୍ଚଳ ରଥ, ଚନ୍ଦନ ପଣ୍ଡା, ମିଲନ୍ ପାଣିଗ୍ରାହୀ, ଶଙ୍କର୍ଷଣ ରଥ, ମୁନା ବିଷୋୟୀ ପ୍ରମୁଖ ଦାବୀ କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରଷିକୂଲ୍ୟା ନଦୀରେ ଭାସିଯାଇଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର

ରଷିକୂଲ୍ୟା ନଦୀରେ ଭାସିଯାଇଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର

Read More...

୪୫ତମ ଜି ୭ ବୈଠକରେ ମୋଦି

୪୫ତମ ଜି ୭ ବୈଠକରେ ମୋଦି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: