ବକ୍ସ ଅଫିସରେ ଧମାଲ କରିବ ପ୍ରଭାସ ଓ ଶ୍ରଦ୍ଧାଙ୍କ ଯୋଡି

August 29, 2019, ମନୋରଞ୍ଜନ, , Bhagyaprabha News Bureau
ବକ୍ସ ଅଫିସରେ ଧମାଲ କରିବ ପ୍ରଭାସ ଓ ଶ୍ରଦ୍ଧାଙ୍କ ଯୋଡି
Bhagyaprabha News Bureau
August 29, 2019

ସାଉଥ୍‌ ସୁପରଷ୍ଟାର ପ୍ରଭାସ ଓ ବଲିଉଡ଼୍‌ ଅଭିନେତ୍ରୀ ଶ୍ରଦ୍ଧା କାପୁରଙ୍କ ଅଭିନୀତ ' ସାହୋ ' ଫିଲ୍ମ ଆସନ୍ତାକାଲି ରିଲିଜ ହେବାକୁ ଯାଉଛି । ପରଦାକୁ ଆସିବା ପୂର୍ବରୁ ସାହୋ ରଜନୀକାନ୍ତଙ୍କ ଫିଲ୍ମ ୨.୦ ଏବଂ ବାହୁବଳୀ-୨ର ରେକର୍ଡ ଭାଙ୍ଗି ଦେଇଛି । ଏହି ଫିଲ୍ମ ଦେଶର ୧୦ ହଜାର ପ୍ରେକ୍ଷାଳୟରେ ରିଜିଲ୍‌ ହେବ । ୩୫୦ କୋଟି ବଜେଟ୍‌ ନିର୍ମାଣ ହୋଇଥିବା ଏହି ଫିଲ୍ମଟିଉତ୍ତର ଭାରତରେ ସାହୋକୁ ୪ ହଜାର ୫୦୦ ସ୍କ୍ରିନ୍‌ ମିଳିଥିବାବେଳେ ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶରେ ୨ ହଜାରରୁ ଅଧିକ ସ୍କ୍ରିନ୍‌ ମିଳିଛି ।


1567066543.jpg


ତେଣୁ ରିଲିଜ୍‌ର ପ୍ରଥମ ଦିନରେ ସାହୋ ୭୫ କୋଟି ଟଙ୍କା ଆୟ କରିବ ବୋଲି ଅନୁମାନ କରାଯାଉଛି । ସାହୋ ୪ଟି ଭାଷା ଯଥା ହିନ୍ଦୀ , ତାମିଲ , ତେଲୁଗୁ ଓ ମାଲୟାଲମରେ ତିଆରି ହୋଇଛି । ହିନ୍ଦୀରେ ପ୍ରଭାସ ନିଜେ ହିଁ ଡାଇଲଗ୍‌ କହିଛନ୍ତି । ସେହିପରି ସାହୋକୁ କିଣିବାକୁ କମ୍ପାନୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଛି । ତାମିଲ , ତେଲୁଗୁ ଓ ମାଲୟାଲମ ଭାଷାରେ ୭୦ କୋଟିରେ କିଣାଯାଇଛି ।


1567066536.jpg


ସେହିପରି ହିନ୍ଦୀରେ ମଧ୍ୟ ୭୦ କୋଟି ଟଙ୍କାରେ କିଣାଯାଇଛି । ଏମିତିକି ଆମାଜନ୍‌ ମଧ୍ୟ ସାହୋକୁ ୪୦ କୋଟିରେ କିଣିଛି । ସୁଚନାଯୋଗ୍ୟ , ଗତକାଲି ଫିଲ୍ମଟି ୟୁଏଇରେ ରିଲିଜ୍ ହୋଇଛି। ସେଠାରେ ଫିଲ୍ମଟିକୁ ନେଇ ମିଶ୍ର ପ୍ରତିକ୍ରିୟା ମିଳିଛି। ସେଠାକାର କିଛି ଚଳଚ୍ଚିତ୍ର ସମୀକ୍ଷକ ଏହାର ବଢ଼ିଆ ହୋଇଛି କହି ୪ଟି ଷ୍ଟାର୍ ଦେଇଥିବା ବେଳେ ଆଉ କେହି କେହି ଏହା ଭାରି ବୋରିଂ ହୋଇଛି ବୋଲି କହିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କ୍ରୀଡ଼ା ଦିବସରେ ପୁରସ୍କାର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

କ୍ରୀଡ଼ା ଦିବସରେ ପୁରସ୍କାର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

Read More...

ଜାହାଜ ମାଲିକ ଅମିତ ଶାହାଙ୍କୁ ଜିଲ୍ଲା ପ୍ରଶାସନର ନୋଟିସ୍‌

ଜାହାଜ ମାଲିକ ଅମିତ ଶାହାଙ୍କୁ ଜିଲ୍ଲା ପ୍ରଶାସନର ନୋଟିସ୍‌

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: