ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

August 29, 2019, ଖେଳ, , Bhagyaprabha News Bureau
 ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟର  ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ
Bhagyaprabha News Bureau
August 29, 2019

ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍‌ରେ ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟର ଶୁଭାରମ୍ଭ କରି କହିଛନ୍ତି ଆଜିର ଦିନରେ ମେଜର ଧ୍ୟାନଚନ୍ଦ ଭଳି ଜଣେ ମହାନ ଖେଳାଳି ଦେଶରେ ଜନ୍ମ ହୋଇଥିଲେ । ଫିଟ୍‌ ଇଣ୍ଡିଆ ମାଧ୍ୟମରେ ଦେଶ ସୁସ୍ଥ ଇଣ୍ଡିଆ ଆଗକୁ ପାଦ ବଢାଇଛି । ନ୍ୟୁ ଇଣ୍ଡିଆ ମାଧ୍ୟମରେ ସମସ୍ତ ନାଗରିକଙ୍କୁ ଫିଟ୍‌ କରିବା ସରକାରଙ୍କ ଲକ୍ଷ୍ୟ । ଫିଟ୍‌ ଇଣ୍ଡିଆକୁ ଜନ ଆନ୍ଦୋଳନରେ ପରିଣତ କରିବାର ଆବଶ୍ୟକତା ରହିଛି । ଯେଉଁ ଖେଳାଳିମାନେ ଦେଶ ପାଇଁ ଗର୍ବ ଆଣୁଛନ୍ତି, ସେମାନଙ୍କୁ ଉତ୍ସାହିତ କରିବା ଦରକାର । ମୋଦି କହିଛନ୍ତି ଫିଟ୍‌ନେସ୍‌ କେବଳ ଏକ ଶବ୍ଦ ନୁହଁ, ସୁସ୍ଥ ଜୀବନ ପାଇଁ ଏହା ଏକ ଜରୁରୀ ଶବ୍ଦ । ଏହି ଫିଟ୍‌ ଇଣ୍ଡିଆ ଅଭିଯାନ ମାଧ୍ୟମରେ ପ୍ରତ୍ୟେକ କଲେଜ ଓ ବିଶ୍ୱବିଦ୍ୟାଳୟ ୧୫ ଦିନିଆ ଫିଟ୍‌ନେସ୍‌ ପ୍ଲାନ୍‌ ପ୍ରସ୍ତୁତ କରିବେ । ଏହାକୁ କଲେଜ କିମ୍ବା ବିଶ୍ୱବିଦ୍ୟାଳୟର ପୋର୍ଟାଲ, ୱେବସାଇଟ୍‌ରେ ଅପ୍‌ଲୋଡ୍‌ କରିବାକୁ ହେବ । କିଛି ଦିନ ତଳେ ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ନେଇ ପରାମର୍ଶ ଦେବାକୁ ଏକ କମିଟି ଗଠନ କରାଯାଇଛି । ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ମଧ୍ୟ ମୋଦି ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ସଂପର୍କରେ ଆଲୋଚନା କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ

ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ

Read More...

କ୍ରୀଡ଼ା ଦିବସରେ ପୁରସ୍କାର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

କ୍ରୀଡ଼ା ଦିବସରେ ପୁରସ୍କାର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: