ନିର୍ବାଚନ ବାତିଲ ପ୍ରତିବାଦରେ ଛାତ୍ରମାନଙ୍କ ବିକ୍ଷୋଭ ପ୍ରଦର୍ଶନ

August 29, 2019, ରାଜନୀତି, ଗଞ୍ଜାମ, Kiran Behera
ନିର୍ବାଚନ ବାତିଲ ପ୍ରତିବାଦରେ ଛାତ୍ରମାନଙ୍କ ବିକ୍ଷୋଭ ପ୍ରଦର୍ଶନ
Kiran Behera
[ Reporter,Digapahandi ]
Bhagyaprabha News Bureau
August 29, 2019

ରାଜ୍ୟ ସରକାରଙ୍କ ଛାତ୍ର ସଂସଦ ନିର୍ବାଚନ ବାତିଲକୁ ଦୃଢ ବିରୋଧ କରି ଗୁରୁବାର ଦିନ ସ୍ଥାନୀୟ ଖେମୁଣ୍ଡି ମହାବିଦ୍ୟାଳୟ ଛାତ୍ରମାନେ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସୁଚନାଯୋଗ୍ୟ , ଛାତ୍ରଛାତ୍ରୀମାନଙ୍କ ଶିକ୍ଷାର ଉନ୍ନତି ନିମନ୍ତେ ଚଳିତ ବର୍ଷ ରାଜ୍ୟ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଛନ୍ତି । ଛାତ୍ର ନେତା ରଞ୍ଜନ କୁମାର ସାହୁ ଓ ଶିବପ୍ରସାଦ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଆଜି ମହାବିଦ୍ୟାଳୟ ଛାତ୍ରମାନେ ଉତ୍ୟକ୍ତ ହୋଇ ସକାଳ ୧୧ଘଣ୍ଟା ସମୟରେ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସରକାରଙ୍କ ଏହି ନିଷ୍ପତ୍ତିକୁ ଛାତ୍ରମହଲରେ ଦୃଢ ବିରୋଧ କରିବା ସହ ଛାତଛାତ୍ରୀ ମାନଙ୍କ ଗାଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରି ନିଜ ମନପସନ୍ଦ ନେତା ସୃଷ୍ଟି କରୁଥିଲେ ଓ ସେହି ଛାତ୍ର ନେତା ଆଗାମୀ ଦିନ ରେ ସାମାଜର ନେତୃତ୍ୱ ନେଉଥିଲେ । ଆଗାମୀ ଦିନରେ ଯଦି ସରକାର ଏହାର ପୁନଃ ବିଚାର ନ କରାନ୍ତି ତାହାଲେ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆ ଯାଇଛି। ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ଆକାଶ ନାୟକ , ଶକ୍ତି ସ୍ଵରୁପ ପାଣିଗ୍ରାହୀ , ସୁରେଶ ସ୍ବାଇଁ , ସୁଧୀର କୁମାର ପଣ୍ଡା , ହୃଷିକେଶ ପାଢ଼ୀ , ଗଜେନ୍ଦ୍ର ସାହୁ , ଗଣେଶ ରାଉତ , ସୁରଜ ଗୈାଡ , ବିକ୍ରମ ମିଶ୍ର , ସଚିନ ବେହେରା , ଆଦିତ୍ୟ ଦେବଦାସ ପ୍ରମୁଖ ଉପସ୍ଥିତ ଥିଲେ




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିମ୍ନ ମାନର ମଧ୍ୟାନ୍ନ ଭୋଜନ ଦିଆ ଯାଇଥିବା ଅଭିଯୋଗ

ନିମ୍ନ ମାନର ମଧ୍ୟାନ୍ନ ଭୋଜନ ଦିଆ ଯାଇଥିବା ଅଭିଯୋଗ

Read More...

ଭଞ୍ଜନଗର ଖାଲା ସାହି ଜବରଦଖଲ ଉଛେଦ

ଭଞ୍ଜନଗର ଖାଲା ସାହି ଜବରଦଖଲ ଉଛେଦ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: