ହିଞ୍ଜିଳିରେ ଡେଙ୍ଗୁ ରୋଗୀ ଚିହ୍ନଟ

September 01, 2019, ସ୍ବାସ୍ଥ୍ୟ, ଗଞ୍ଜାମ, Bhagyaprabha News Bureau
ହିଞ୍ଜିଳିରେ ଡେଙ୍ଗୁ ରୋଗୀ ଚିହ୍ନଟ
Bhagyaprabha News Bureau
September 01, 2019

ଗଂଜାମ ଜିଲ୍ଲାରେ ଡେଙ୍ଗୁଜ୍ଵର କାୟା ବିସ୍ତାର କରିବାରେ ଲାଗିଛି। ଏହା ବର୍ତ୍ତମାନ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପାଇଁ ଅଡୁଆ ସୃଷ୍ଟି କରିଛି। ବିଶେଷ କରି ଗ୍ରାମାଞ୍ଚଳରୁ ଲୋକେ ଡେଙ୍ଗୁରେ ଆକ୍ରାନ୍ତ ହେଉଛନ୍ତି। ଏଥି ପାଇଁ ସଚେତନାର ଅଭାବ ଓ ବିପଯ୍ୟାପ୍ତ ପରିମଳ ବ୍ୟବସ୍ଥା ଦାୟୀ ବୋଲି ସାଧାରଣ ଲୋକେ ଅଭିଯୋଗ କରିଛନ୍ତି। ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀ ପ୍ରଥମେ ଶେରଗଡ଼ ବ୍ଲକ ପରେ ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରେ ଏବେ ଡେଙ୍ଗୁର ଭୟ ଦେଖା ଦେଇଛି କହିବାକୁ ଗଲେ ଏହି ରୋଗ ଏବେ ଅଞ୍ଚଳ ରେ ଚିନ୍ତାର କାରଣ ପାଲଟିଛି । ଏଡିସ ମଶା କାମୁଡିବା ଫଳରେ ସୃଷ୍ଟି ହେଉଥିବା ଏହି ମାରାତ୍ମକ ରୋଗ ଯେ କେତେ ଭୟାନକ ତାହା ଆକ୍ରାନ୍ତିତ ହୋଇଥିବା ରୋଗୀ ହଁ ଅନୁଭବ କରିପାରିବ।ହିଞ୍ଜିଳି କାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଶେଷ ବର୍ଷର ଅନର୍ସ ଛାତ୍ର ଜଣେ ଡେଙ୍ଗୁଜ୍ବରରେ ରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।ପୀଡିତ ଜଣକ ହେଲେ ହିଞ୍ଜିଳିକାଟୁ ବ୍ଳକ ଚାନ୍ଦୁଲି ଗ୍ରାମର ଫକୀର ମୋହନ ସାହୁଙ୍କ ପୁଅ ରୁଷିକେଶ ସାହୁ(୧୯)।ବର୍ତ୍ତମାନ ସେ ବଡ ମେଡିକାଲର ଡେଙ୍ଗୁ ୱାର୍ଡର ୩ ନଂ ବେଡ଼ରେ ଚିକିତ୍ସିତ ହେଉଥିବା ଜଣାପଡିଛି।ସୂଚନା ପ୍ରକାରେ ରୁଷିକେଶସାହୁ ଗତ ୨୦ ତାରିଖରେ ଜ୍ବରରେ ଆକ୍ରାନ୍ତ ହୋଇଥିଲେ।ପ୍ରଥମେ ସେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିଲେ।କିନ୍ତୁସେଠାରେ ଡାକ୍ତରମାନେ ତାଙ୍କ ରୋଗର ଲକ୍ଷଣକୁ ଚିହ୍ନି ପାରି ନଥିଲେ। ଫଳରେ ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ସେ ଡେଙ୍ଗୁଜ୍ବରରେ ଆକ୍ରାନ୍ତ ହୋଇଥିବା ଶନିବାର ଡାକ୍ତରଙ୍କ ଠାରୁ ସୂଚନା ମିଳିଛି।ବର୍ତ୍ତମାନ ସେ ଡେଙ୍ଗୁ ୱାର୍ଡରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି। ପୌର ଅଞ୍ଚଳ ରେ ଦିନକୁ ଦିନ ମଶା ଉପଦ୍ରବ ବୃଦ୍ଧି ପାଉଥିବା ବେଳେ ଅଞ୍ଚଳ ରେ ନିୟମିତ ମଶା ତେଲ ଛିଞ୍ଚନ୍ ହେଉନଥିବା ବେଳେ ଟିପା ମେସିନ ମଧ୍ୟ ବୁଲା ଯାଉ ନଥିବା ନଜର ରହିଛି କେବଳ ଡେଙ୍ଗୁ ବ୍ୟାପିଲେ ହିଁ ପ୍ରଶାସନର ଚେତା ପଶିବ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍କୁଲରେ କାଗଜକୁ ସିଗାରେଟ ଭାବେ ବ୍ୟବହାର କରୁଛନ୍ତି ଛାତ୍ରଛାତ୍ରୀ !

ସ୍କୁଲରେ କାଗଜକୁ ସିଗାରେଟ ଭାବେ ବ୍ୟବହାର କରୁଛନ୍ତି ଛାତ୍ରଛାତ୍ରୀ !

Read More...

ଭୋଟର ମତଦାତା ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୋଟର ମତଦାତା ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: