ବ୍ଲାଡିଭୋଷ୍ଟୋକ୍‌ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗାର୍ଡ ଅଫ ଅନର

September 04, 2019, ଦେଶଦୁନିଆ, , Bhagyaprabha News Bureau
ବ୍ଲାଡିଭୋଷ୍ଟୋକ୍‌ରେ ପ୍ରଧାନମନ୍ତ୍ରୀ  ମୋଦୀଙ୍କୁ ଗାର୍ଡ ଅଫ ଅନର
Bhagyaprabha News Bureau
September 04, 2019

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ରୁଷିଆ ଗସ୍ତ କରି ବ୍ଲାଡିଭୋଷ୍ଟୋକ୍‌ରେ ପହଞ୍ଚିଛନ୍ତି । ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ପଞ୍ଚମ ଇଷ୍ଟ ଇକୋନୋମିକ୍‌ ଫୋରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୋଦି। ଏଥିପାଇଁ ରୁଷ ରାଷ୍ଟ୍ରପତି ପୁଟିନ ତାଙ୍କୁ ନିମନ୍ତ୍ରଣ କରିଛନ୍ତି। ବ୍ଲାଡିଭୋଷ୍ଟୋକ୍‌ ଗସ୍ତ କରିବାରେ ମୋଦି ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ଏହି ଫୋରମର ଅନ୍ୟ ସଦସ୍ୟ ରାଷ୍ଟ୍ରର ମୁଖ୍ୟଙ୍କ ସହ ମଧ୍ୟ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ସେହିପରି ଭାରତୀୟ ଶିଳ୍ପ ଓ ବ୍ୟବସାୟ ପ୍ରତିନିଧିଙ୍କ ସହ ଆଲୋଚନା କରିବା କାର‌୍ୟ୍ୟକ୍ରମ ରହିଛି। ଏହା ବ୍ୟତୀତ ଭାରତ-ରୁଷିଆ ବାର୍ଷିକ ସମ୍ମିଳନୀରେ ଯୋଗ ଦେବେ। ଦ୍ୱିପାକ୍ଷିକ ସଂପର୍କ ସହ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗରେ ପୁଟିନଙ୍କ ସହ ଆଲୋଚନା କରିବେ ମୋଦି।୧୫ ଟି ପ୍ରସଙ୍ଗରେ ଭାରତ ଓ ରୁଷ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇପାରେ। ଦୁଇ ଦେଶ ମଧ୍ୟରେ ବୈଷୟିକ ଜ୍ଞାନର ଆଦାନ ପ୍ରଦାନ ଉପରେ ମୋଦି ଗୁରୁତ୍ୱ ଦେବେ। ଉଭୟ ରାଷ୍ଟ୍ର ମିଶି ଭାରତରେ ଶସ୍ତାରେ ଯୁଦ୍ଧ ଉପକରଣ ନିର୍ମାଣ କରି ତୃତୀୟ ଦେଶକୁ ବିକ୍ରି କରିବା ନେଇ ପୁଟିନ୍‌ଙ୍କ ସହ ଆଲୋଚନା କରିବା ଲକ୍ଷ୍ୟ ରଖିଛନ୍ତି ମୋଦି।







Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ସମ୍ଭଧୀୟ ଶିକ୍ଷଣୀୟ ସାମଗ୍ରୀ ମେଳା ଅନୁଷ୍ଠିତ

ସମ୍ଭଧୀୟ ଶିକ୍ଷଣୀୟ ସାମଗ୍ରୀ ମେଳା ଅନୁଷ୍ଠିତ

Read More...

୧୧୬ ପ୍ରହର ନାମଯଜ୍ଞ ନିମନ୍ତେ ଶୁଭଖୁଣ୍ଟି ସ୍ଥାପନl

୧୧୬ ପ୍ରହର ନାମଯଜ୍ଞ ନିମନ୍ତେ ଶୁଭଖୁଣ୍ଟି ସ୍ଥାପନl

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: