କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ

September 04, 2019, ଦେଶଦୁନିଆ, , Bhagyaprabha News Bureau
 କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ
Bhagyaprabha News Bureau
September 04, 2019

ଶାସକ ବିଜେଡି ଓ ବିଜେପିର ବାଟକୁ ଅନୁସରଣ କରି କଂଗ୍ରେସ ଦଳ ଏବେ ସଭ୍ୟ ସଂଗ୍ରହ ଅଭିଯାନ ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଛି। ତୃଣମୂଳ ସ୍ତରରେ ଦଳର ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଦଳ ପକ୍ଷରୁ ଖୁବ୍ ଶୀଘ୍ର ସଦସ୍ୟ ସଂଗ୍ରହ ଅଭିଯାନ ଚାଲିବ ବୋଲି ଖବର ଆସୁଛି। ଚଳିତ ମାସରେ ହିଁ ଏହି ଅଭିଯାନ ଆରମ୍ଭ କରାଯିବ। ଆଗକୁ ପୌର ନିର୍ବାଚନ ଓ ତା' ପରେ ପଞ୍ଚାୟତ ନିର୍ବାଚନ ଥିବା କାରଣରୁ କଂଗ୍ରେସ ଏବେଠାରୁ ନିଜକୁ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।୨୦୧୯ ବିଧାନସଭା ଓ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଏକ ପ୍ରକାର ସ୍ଥାଣୁ ଅବସ୍ଥାକୁ ଆସିଯାଇଛି। ନିର୍ବାଚନରେ ପରାସ୍ତ ହେବା ପରେ ଅବଶ୍ୟ ପିସିସି ସଭାପତି ପଦରୁ ନିରଞ୍ଜନ ଇସ୍ତଫା ଦେଇଥିଲେ। କିନ୍ତୁ ନିକଟରେ ଏଆଇସିସି ପକ୍ଷରୁ ତାଙ୍କ ଇସ୍ତଫା ପତ୍ରକୁ ଫେରାଇ ଦିଆଯିବା ସହ ଅନ୍ୟ ନିର୍ଦ୍ଦେଶ ପର୍ଯ୍ୟନ୍ତ ପଦରେ ରହିବା ପାଇଁ କୁହାଯାଇଥିଲା।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟ ମାନବଧିକାର ଅଧ୍ୟକ୍ଷ ହେଲେ ଜଷ୍ଟିସ୍‌ ବିମଳ ପ୍ରସାଦ ଦାସ

ରାଜ୍ୟ ମାନବଧିକାର ଅଧ୍ୟକ୍ଷ ହେଲେ ଜଷ୍ଟିସ୍‌ ବିମଳ ପ୍ରସାଦ ଦାସ

Read More...

ରାଜ୍ୟରେ ୩ ଦିନ ଧରି ମଧ୍ୟମ ଧରଣର ବର୍ଷା ସମ୍ଭାବନା - ପାଣିପାଗ ବିଭାଗ

ରାଜ୍ୟରେ ୩ ଦିନ ଧରି ମଧ୍ୟମ ଧରଣର ବର୍ଷା ସମ୍ଭାବନା - ପାଣିପାଗ ବିଭାଗ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: