ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ କଲେଜ ବନ୍ଦ

September 06, 2019, ଓଡ଼ିଶା, ଗଞ୍ଜାମ, Srabani Nayak
ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ କଲେଜ ବନ୍ଦ
Srabani Nayak
[ Desk Head ]
Bhagyaprabha News Bureau
September 06, 2019

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ଷା ପ୍ରଭାବରେ ଗଞ୍ଜାମ ଜିଲ୍ଲାର ସ୍ଥିତି ବେହାଲ । ବିଭିନ୍ନ ନଦୀରେ ଜଳସ୍ତର ବଢିବାରେ ଲାଗିଛି। ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନ ଜଳମଗ୍ନ ହେବା ସହ ଅନେକ ଲୋକଙ୍କ ଘର ଭିତରେ ପାଣି ପଶି ଯାଇଛି । ପାଣି ସୁଅରେ ସାନଖେମୁଣ୍ଡି ବ୍ଲକ ପଳାସପୁର ନିକଟରେ ପୋଚକାନାଳ ଉପରେ ଥିବା ପୋଲ ଭୁଷୁଡି ପଡିଛି । ଫଳରେ ଆସିକା-ଦିଗପହଣ୍ଡି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସାନଖେମୁଣ୍ଡି, ଦିଗପହଣ୍ଡି, ଶେରଗଡ଼, ହିଞ୍ଜିଳିକାଟୁ, ଚିକିଟି, ଧରାକୋଟ ବ୍ଲକର ବିଭିନ୍ନ ଗାଁ ବର୍ଷା ଦ୍ୱାରା ପ୍ରଭାବିତ ହୋଇଛି । ଏକର ଏକର ଚାଷ ଜମିରେ ପାମି ପସି ବ୍ୟାପକ ଫସଲ ନଷ୍ଟ ହୋଇଛି। ବର୍ଷା ପାଇଁ ଆଜି ଜିଲ୍ଲାର ସମସ୍କୁ ସ୍କୁଲ, କଲେଜକୁ ବନ୍ଦ ରଖାଯାଇଛି । ଅଙ୍ଗନଓ୍ଵାଡି କେନ୍ଦ୍ରକୁ ମଧ୍ୟ ବନ୍ଦ ଘୋଷଣା କରାଯାଇଛି ।ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି । ତେବେ ଆଜି ବିଦ୍ୟାଳୟରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ରହିବେ । ସ୍କୁଲଗୁଡ଼ିକୁ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯିବ । ସେପଟେ ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଫିଲ୍ମ ଫ୍ରାଇଡେ' ରେ ରିଲିଜ ହେଲା

ଫିଲ୍ମ ଫ୍ରାଇଡେ' ରେ ରିଲିଜ ହେଲା "ଛିଛୋରେ"

Read More...

କେନାଲରେ ଭାସିଯାଇ ବୃଦ୍ଧା ମୃତ

କେନାଲରେ ଭାସିଯାଇ ବୃଦ୍ଧା ମୃତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: