ଗୋପୀନାଥ ମନ୍ଦିର ଶତବାର୍ଷିକ ଉତ୍ସବ ପାଇଁ କଳଶଯାତ୍ରା

February 08, 2019, ମନୋରଞ୍ଜନ, , Bhagyaprabha News Bureau
ଗୋପୀନାଥ ମନ୍ଦିର ଶତବାର୍ଷିକ ଉତ୍ସବ ପାଇଁ କଳଶଯାତ୍ରା
Bhagyaprabha News Bureau
February 08, 2019

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଭୀମପୁର ବ୍ରାହ୍ମଣ ଶାସନ ଗ୍ରାମରେ ଗୁରୁବାର ଠାରୁ ଆରମ୍ଭ ହୋଇଯାଇଛି ଗୋପୀନାଥ ମନ୍ଦିର ଶତବାର୍ଷିକ ଉତ୍ସବ । ଏହି ଉତ୍ସବ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଗ୍ରାମର ଦେଉଳବନ୍ଧରୁ ଅଣାଯାଇଛି ଜଳକଳଶ । ବ୍ରାହ୍ମଣ ପୁରୋହିତ ମାନଙ୍କ ବେଦ ମନ୍ତ୍ରଧ୍ୱନିର ତାଳେ ତାଳେ ଜଳକଳଶ ଅଣାଯିବାପରେ ମନ୍ଦିର ନିକଟରେ ଆରମ୍ଭ ହୋଇଥିବା ବିଶ୍ୱଶାନ୍ତିଯଜ୍ଞସ୍ଥଳରେ କରାଯାଇଛି ଘଟସ୍ଥାପନ । ଗୁରୁବାର ଦିନ ଜଳକଳଶ ଶୋଭାଯାତ୍ରା ଘଟସ୍ଥାପନ ଦୀକ୍ଷାଗ୍ରହଣ ଅଙ୍କୁରାରୋପମ ଇତ୍ୟାଦି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଶୁକ୍ରବାରଠାରୁ କର୍ମାରମ୍ଭ ହେବ । ଉତ୍ସବ ରବିବାର ଦିନ ପୂର୍ଣ୍ଣାହୁତି ହେବ । ଏହି ଅବସରରେ ନାମଯଜ୍ଞ , ଘୃତଯଜ୍ଞ, ଅର୍ଣ୍ଣଯଜ୍ଞ ପ୍ରବଚନ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଗ୍ରାମର ବରିଷ୍ଠ ପୁରୋହିତ ପଣ୍ଡିତ ମଧୁସୁଦନ ରଥ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶତବାର୍ଷିକ ଉତ୍ସବ ପାଳନ ଚାଲିଛି । କର୍ତ୍ତାରୂପେ ଗ୍ରାମର ବୟୋଜ୍ୟେଷ୍ଠ ବ୍ରହ୍ମା ହରିହର ବ୍ରହ୍ମା ଦାୟିତ୍ୱରେ ରହିଛନ୍ତି । ଗ୍ରାମର ବରିଷ୍ଠ ବୈଦିକ ସଂସ୍କୃତି ସଂରକ୍ଷକ ଲଳିତମୋହନ ଦାଶଙ୍କ ନେତୃତ୍ୱରେ ପୁରୋହିତ ପଣ୍ଡିତ ନାରାୟଣ ଦାଶ , ଗୋବର୍ଦ୍ଧନ ରଥ , ସଦାନନ ରଥ , ଅସିତ କୁମାର ରଥ ପ୍ରମୁଖ ଯାଜ୍ଞିକ ପଣ୍ଡିତ ଦାୟିତ୍ୱ ବହନ କରି ପରିଚାଳନା କରୁଛନ୍ତି । ଶତବାର୍ଷିକ ଉତ୍ସବ କମିଟି ପକ୍ଷରୁ ସଚ୍ଚିଦାନନ୍ଦ ମିଶ୍ର , ନବୀନ ରଥ , ଶିବପ୍ରସାଦ ରଥ , ରଞ୍ଜନ ରଥ , ମୁକୁନ୍ଦ ରଥ ପ୍ରମୁଖ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି । ଉତ୍ସବ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଖେମଣ୍ଡି ଓକିଲସଂଘର କାର୍ଯ୍ୟବନ୍ଦ ନିଷ୍ପତ୍ତି

ଖେମଣ୍ଡି ଓକିଲସଂଘର କାର୍ଯ୍ୟବନ୍ଦ ନିଷ୍ପତ୍ତି

Read More...

 ଜିଲ୍ଲାପାଳଙ୍କୁ   ସ୍ମାରକପତ୍ର ଦେଲେ ଶିବସେନା ମହିଳା ମୋର୍ଚ୍ଚା ସଘଂ

ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଲେ ଶିବସେନା ମହିଳା ମୋର୍ଚ୍ଚା ସଘଂ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: