ମାଁ ଫୁଲସୁନ୍ଦରୀ ଯାତ୍ରା ମହାସମାରୋହରେ ଉଦଘାଟିତ

September 07, 2019, ଓଡ଼ିଶା, ଗଞ୍ଜାମ, Kiran Behera
ମାଁ ଫୁଲସୁନ୍ଦରୀ ଯାତ୍ରା ମହାସମାରୋହରେ ଉଦଘାଟିତ
Kiran Behera
[ Reporter,Digapahandi ]
Bhagyaprabha News Bureau
September 07, 2019

ଶନିବାର ଦିନ ଠାରୁ ଦିଗପହଣ୍ଡି ନୂଆସାହି/ ଫୁଲସୁନ୍ଦରୀ ସାହିରେ ଅବସ୍ଥାପିତ ଆରାଧ୍ୟ ଦେବୀ ମାଁ ଫୁଲସୁନ୍ଦରୀ ବାର୍ଷିକ ଯାତ୍ରା ଉଦଘାଟିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ଭାଦ୍ରବ ମାସ ଶୁକ୍ଳ ନବମୀ ଶନିବାର ଦିନ ମାଁଙ୍କ ଯାତ୍ରା ଆରମ୍ଭ ହୋଇ ମଙ୍ଗଳବାର ଦିନ ଅର୍ଥାତ ୪ ଦିନ ଧରି ଯାତ୍ରା ଚାଲିବ ବୋଲି କମିଟି ପକ୍ଷରୁ ଖବର ମିଳିଛି । ମୁଖ୍ୟ ପୁରୋହିତ ଅନାଦିପାଣିଗ୍ରାହୀ ଓ ମନ୍ଦିର ପୂଜକ କୃଷ୍ଣ ପାଣିଗ୍ରାହୀଙ୍କ ନେତୃତ୍ୱରେ ପ୍ରଥମେ ମାଙ୍କ ଫୁଲବେଶ , ପୂଜା ଏବଂ ହୋମଯଜ୍ଞ ଆରମ୍ଭ ହୋଇଥିଲା । ଏନେଇ ଶନିବାର ସନ୍ଧ୍ୟା ପରଠାରୁ ମାଁ ଙ୍କ ଆଳତୀ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ଲୋକମାନେ ଆସିବା ପରେ ଯାତ୍ରାପିଠ ଚଳଚଞ୍ଚଳ ହୋଇପଡିଥିବା ଜଣାପଡିଛି । ଯାତ୍ରା କମିଟି ସଭାପତି ପ୍ରଦୀପ୍ତ କୁମାର ପଟ୍ଟନାୟକ , ଉପସଭାପତି ନରସିଂହ ଦୋରା , ସମ୍ପାଦକ ପବିତ୍ର ବେହେରା ଓ ଯୁଗ୍ମ ସମ୍ପାଦକ କମଳାକାନ୍ତ ବେହେରା ,କୃଷ୍ଣଚନ୍ଦ୍ର ସାହୁ ସମେତ ବହୁଯାତ୍ରା କମିଟି ବୃନ୍ଦ ଓ ଗ୍ରାମବାସୀ ମାଙ୍କ ଯାତ୍ରା ପରିଚାଳନା କରିବାରେ ସହଯୋଗ କରିଥିବା ଜଣାପଡ଼ିଛି ।। ଏହି ଯାତ୍ରା ୪ ଦିନ ଧରି ହେବାକୁ ଯାଉଥିବା ବେଳେ ପ୍ରତ୍ଯହ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ସଭାପତି ପ୍ରଦୀପ୍ତ ସୂଚନା ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଗପହଣ୍ଡିରେ ଭଜନ ସମାରୋହ ପରିବେଷିତ

ଦିଗପହଣ୍ଡିରେ ଭଜନ ସମାରୋହ ପରିବେଷିତ

Read More...

ନଦୀରେ ମହିଲା ନିଖୋଜ ଘଟଣା, ଓଡ୍ରାଫ୍ଟ ଟିମ ଉପରେ ସନ୍ଦେହ କଲେ ଗ୍ରାମବାସୀ

ନଦୀରେ ମହିଲା ନିଖୋଜ ଘଟଣା, ଓଡ୍ରାଫ୍ଟ ଟିମ ଉପରେ ସନ୍ଦେହ କଲେ ଗ୍ରାମବାସୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: