ଲଗାଣ ବର୍ଷା ଯୋଗୁଁ ହିଞ୍ଜିଳି କଲେଜରେ ପାଠପଢା ବାଧାପ୍ରାପ୍ତ

September 07, 2019, ବିଶେଷ, ଗଞ୍ଜାମ, Bhagyaprabha News Bureau
ଲଗାଣ ବର୍ଷା ଯୋଗୁଁ ହିଞ୍ଜିଳି କଲେଜରେ ପାଠପଢା ବାଧାପ୍ରାପ୍ତ
Bhagyaprabha News Bureau
September 07, 2019

ରାଜ୍ୟ ସାରା ତିନି ଦିନ ଧରି ଲଘୁଚାପ ବର୍ଷା ଲାଗି ରହିବା ଫଳରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତେ ନାକେଦମ୍ ହୋଇଥିବା ବେଳେ ସେଥି ମଧ୍ୟରୁ ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ କଲେଜ ମଧ୍ୟ ବାଦ୍ ପଡ଼ିନାହିଁ । ହିଞ୍ଜିଳିକାଟୁ ଠାରେ ଥିବା ଏକମାତ୍ର ବିଜ୍ଞାନ ମହାବିଦ୍ୟାଳୟର ସ୍ଥିତି ଏବେ ବର୍ଷାରେ ବେହାଲ୍ ହୋଇଯାଇଛି । ତଳ ମହଲା ଠାରୁ ଉପର ମହଲା ପର୍ଯ୍ୟନ୍ତ ସମସ୍ତ କ୍ଲାସ୍ ରୁମ୍ ଓ ଅଫିସ ଜଳ ମଗ୍ନ ହୋଇ ରହିଛି । କଲେଜର ଉପର ମହଲା ଛାତରୁ ପାଣି ଗଳି କ୍ଲାସ୍ ରୁମ୍ ଗୁଡ଼ିକ ଜଳରେ ପରିପୂର୍ଣ୍ଣ ହୋଇ ରହିଛି । ଫଳରେ ପାଠ ପଢାରେ ବହୁ ସମସ୍ୟା ଦେଖାଦେଇଛି । ମହାବିଦ୍ୟାଳୟର ବିଭିନ୍ନ ବିଭାଗର କ୍ଲାସ୍ ରୁମ୍ ରେ ଦେଢ ଫୁଟ ଉଚ୍ଚତାରେ ପାଣି ଜମି ରହିବା ସହ ଟେବୁଲ୍ ବେଂଚ ଆଦି ପାଣିରେ ବୁଡ଼ି ରହିବା ସହ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ ଗୁଡ଼ିକ ମଧ୍ୟ ନଷ୍ଟ ହେବାର ଆଶଙ୍କା ରହିଛି । ଏହା ସହ ଛାତ୍ରଛାତ୍ରୀଙ୍କ ଗତ ଶନିବାରରୁ ହେବାକୁ ଥିବା ସେମିଷ୍ଟାର୍ ପରୀକ୍ଷା ବାତିଲ୍ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ଜଳ ଜମି ରହିବା ଫଳରେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଏନେଇ କଲେଜ ଅଧ୍ୟକ୍ଷଙ୍କ ପଚାରିବାରୁ କଲେଜ ପଛ ପଟ ଭାଗ ଠାରୁ କ୍ଲାସ୍ ରୁମ ଖାଲରେ ଥିବା ଯୋଗୁଁ କ୍ଲାସ ରୁମ୍ ରେ ପାଣି ପଶିଯିବା କଥା କହିଥିଲେ । ଏହା ସହ କଲେଜର ଛାତରୁ ପାଣି ଗଳିବା ଦ୍ୱାରା ଉପର ମହଲା କ୍ଲାସ୍ ରୁମରେ ବସିବା ମଧ୍ୟ ସମ୍ଭବପର ନୁହେଁ ବୋଲି କହିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କବାଟ ଭାଙ୍ଗି ଦୁଇଟି ଘରୁ କଳାକନା ବୁଲାଇଲେ ଦୁର୍ବୃତ୍ତ

କବାଟ ଭାଙ୍ଗି ଦୁଇଟି ଘରୁ କଳାକନା ବୁଲାଇଲେ ଦୁର୍ବୃତ୍ତ

Read More...

ହିଞ୍ଜିଳିରେ ଚୋର ଦଳ ସକ୍ରିୟ, ପୁଣି ବନ୍ଧା ହେଲେ ଜେଲଫେରନ୍ତା ନାବାଳକ

ହିଞ୍ଜିଳିରେ ଚୋର ଦଳ ସକ୍ରିୟ, ପୁଣି ବନ୍ଧା ହେଲେ ଜେଲଫେରନ୍ତା ନାବାଳକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: