ଆଦିବାସୀଙ୍କ ଦୁଃଖ ବୁଝିଲେ ଉପଜିଲ୍ଲାପାଳ

September 09, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ଆଦିବାସୀଙ୍କ ଦୁଃଖ ବୁଝିଲେ ଉପଜିଲ୍ଲାପାଳ
Bhagyaprabha News Bureau
September 09, 2019

ଗ୍ରାମବାସୀଙ୍କ ସହ ନଦୀ ପାର ହୋଇ ଆଦିବାସୀ ଗାଁରେ ପହଞ୍ଚିିଲେ ଗଞ୍ଜାମ ଉପ ଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ । ପାତ୍ରପୁର ତହସିଲର ବାଘଲଟି ମଧ୍ୟମ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଅନେକ ଆଦିବାସୀ ଗାଁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ପ୍ରକଳ୍ପରେ ପାଣି ଭର୍ତ୍ତି ହେବାପୂର୍ବରୁ ୮ଟି ଗ୍ରାଁର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ଥଇଥାନ କରାଯାଇଥିଲା ।


1568009693.jpg


ତେବେ ଜଳଭଣ୍ଡାର ଉପରେ ଅଂଶରେ ଥିବାରୁ ବେହରାପୁଟୁ, ଶିରିଶିଗଣ୍ଡ, ଏଲଗଲ ଓ ମାଡ଼ୁଆ ଗ୍ରାମର ଲୋକଙ୍କୁ ସ୍ଥାନାନ୍ତର କରାଯାଇନଥିଲା । ପ୍ରକଳ୍ପ ପରେ ତିତଲି ବାତ୍ୟା ସମୟରେ ଆଦିବାସୀ ଗ୍ରାମ ଗୁଡ଼ିକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ପ୍ରାକୃତିକ ବିପର୍ଯ୍ୟୟ ଏହି ଗ୍ରାମ ଗୁଡ଼ିକ ଉପରେ ଦାଉ ସାଧୁଥିଲା । ତେବେ ଗତ ୩୧ ତାରିଖରେ ବାଦଲଫଟା ବର୍ଷାରେ ଏଲଗଲ ଗାଁ ଭିତରକୁ ପାହାଡ଼ରୁ ପାଣି ପଶିଆସିଥିଲା ।


1568009702.jpg


ବର୍ଷା ଜଳ ପ୍ରବେଶ ପରେ ଅତି ଦୟନୀୟ ଅବସ୍ଥାରେ କାଳ କାଟୁଥିଲେ ଗ୍ରାମବାସୀ । ଗାଁର ଲୋକଙ୍କ ଅସୁବିଧା ସମ୍ପର୍କରେ ଅବଗତ ହେବାପରେ ନଦୀନାଳ ପାର ହୋଇ ସ୍ଥିତି ପରଖିବା ପାଇଁ ନିଜେ ପହଞ୍ଚିଯାଇଥିଲେ ଉପ ଜିଲ୍ଲାପାଳ ।


1568009715.jpg


ଉପଜିଲ୍ଲାପାଳ ତାଙ୍କ ଗସ୍ତ କାଳରେ ଆଦିବାସୀ ଲୋକଙ୍କ ସୁବିଧା ପାଇଁ ଡୁରୁବୁଡ଼ି ପଞ୍ଚାୟତର ଝଗଡ଼ାପଲ୍ଲୀ ଗାଁ ନିକଟ ଦେଇ ଯାଇଥିବା ପକ୍କା ରାସ୍ତା ନିକଟରେ ଥଇଥାନ୍ ଜମି ଚିହ୍ନଟ କରିଛନ୍ତି । ଉକ୍ତ ଜମିରେ ଲୋକଙ୍କୁ ଥଇଥାନ୍ କଲେ ସେମାନଙ୍କୁ ଗମନାଗମନ ସୁବିଧା ପାଇପାରିବେ । ଏହାବ୍ୟତିତ ମହିଳାଙ୍କୁ ବିଭିନ୍ନ ପ୍ରକାରର ସହାୟତା ଯୋଗାଇ ଦେବାସହ ଗାଁ ଗୁଡ଼ିକର ଉନ୍ନତି ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।












Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆରମ୍ଭ ହେଲା ମିଶନ ନୋ ସ୍କୁଲ ବ୍ୟାଗ ଡେ'

ଆରମ୍ଭ ହେଲା ମିଶନ ନୋ ସ୍କୁଲ ବ୍ୟାଗ ଡେ'

Read More...

ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ପରଲୋକ

ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ପରଲୋକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: