ଆଜି ଭଗବାନ ବିଷ୍ଣୁଙ୍କ ବାମନ ଅବତାର

September 09, 2019, ଓଡ଼ିଶା, , Bhagyaprabha News Bureau
ଆଜି ଭଗବାନ ବିଷ୍ଣୁଙ୍କ ବାମନ ଅବତାର
Bhagyaprabha News Bureau
September 09, 2019

ହିରଣ୍ଯକଶିପୁର ନାତି ହେଉଛି ବଳି । ବଳି ତପସ୍ୟାବଳରେ ବଳଶାଳୀ ହୋଇ ସ୍ବର୍ଗରୁ ଦେବତାମାନଙ୍କୁ ତଡିଦେଲା । ଦେଵତାମାନେ ସ୍ବର୍ଗରୁ ପଳାଇଯାଇ ଗିରିଗୁହାରେ ଆଶ୍ରୟ ନେଲେ । ବଳି ନିଶ୍ଚିନ୍ତରେ ସ୍ବର୍ଗର ଅଧିକାରୀ ହୋଇ ରହିଲା। ସ୍ବର୍ଗରାଜ୍ଯରୁ ବଳିକୁ ବିଦୂରିତ କରିବା ପାଇଁ ଦେଵତାମାନେ ସୁଯୋଗ ଅପେକ୍ଷାରେ ଥିଲେ । ଏହି ସମୟରେ ବଳ ନର୍ମଦାନଦୀ କୂଳରେ ଯଜ୍ଞ ଆରମ୍ଭ କଲା । ଏହା ଶୁଣି ଦେବତାମାନେ ଇନ୍ଦ୍ରଙ୍କ ସହିତ ଏହି ସିଦ୍ଧାଶ୍ରମକୁ ଆସି ଏଠାରେ ବିଷ୍ଣୁଙ୍କୁ ନିବେଦନ କରି କହିଲେ-ବଳି ଏକ ଦୁର୍ଦ୍ଦାନ୍ତ ରାକ୍ଷସ । ସେ ଆମକୁ ସ୍ବର୍ଗ ପୁରରୁ ତଡି ନିଜେ ସ୍ବର୍ଗରେ ରହିଛି । ତା' ଯୋଗୁ ଆମେ ବହୁତ କଷ୍ଟ ଭୋଗ କରୁଛୁ । ସେ ବର୍ତ୍ତମାନ ନର୍ମଦାନଦୀ କୂଳରେ ଯଜ୍ଞ କରୁଛି । ଯିଏ ଯାହା ମାଗୁଛି ତାକୁ ସେ ତାହା ଦାନ କରୁଛି । ଆପଣ ଏହି ସୁଯୋଗରେ ସେଠାରେ ପହଞ୍ଚି କିଛି ଉପାୟ କରନ୍ତୁ ଯାହାଦ୍ବାରା କି ବଳିର ପତନ ଘଟିବ,ଆଉ ଆମ୍ଭେମାନେ ସ୍ବର୍ଗରାଜ୍ଯକୁ ଫେରିପାଇଲୁ ।


ବିଷ୍ଣୁଙ୍କଠାରୁ ପ୍ରତିଶ୍ରୁତି ପାଇ ଇନ୍ଦ୍ର ଆଦି ଦେବତାମାନେ ଫେରିଗଲେ । ଏହି ସମୟରେ ସେଠାରେ କଶ୍ଯପ ମୁନି ଓ ତାଙ୍କ ପତ୍ନୀ ଅଦିତି ବ୍ରତ ଉଦଯାପନ କରି ବିଷ୍ଣୁଙ୍କୁ ସ୍ତୁତି କରିବାରେ ଲାଗିଲେ । ଏଥିରେ ସନ୍ତୁଷ୍ଟ ହୋଇ ବିଷ୍ଣୁ ସେ ଦୁହିଁଙ୍କୁ ବର ମାଗିବାକୁ କହିଲେ । ତହୁଁ କଶ୍ୟପମୁନି ବିଷ୍ଣୁଙ୍କୁ କହିଲେ- ଇନ୍ଦ୍ର ହେଉଛନ୍ତି ଅଦିତିଙ୍କର ଜ୍ଯେଷ୍ଠପୁତ୍ର । ଆପଣ ତାଙ୍କର ସବା ସାନଭାଇ ରୂପେ ଅଦିତିଙ୍କ ଗର୍ଭରୁ ଜନ୍ମଗ୍ରହଣ କରିବେ । ତା'ହେଲେ ଦେବତାମାନଙ୍କର ଦୁଃଖ ଦୂରୀଭୂତ ହେବ । ଆଜି ମୋର ତପସ୍ଯା ସିଦ୍ଧିଲାଭ କରୁଥିବାରୁ ଏଣିକି ଏହି ବନଭୂମିର ନାମ ସିଦ୍ଧାଶ୍ରମ ହେଉ । ଆପଣଙ୍କଠାରେ ମୋର ଏହାହିଁ ମାଗୁଣି ।


ଶ୍ଯପ ଓ ଅଦିତିଙ୍କୁ ବିଷ୍ଣୁ ଏହି ବରଦେଇ ଅନ୍ତର୍ଦ୍ଧାନ ହୋଇଗଲେ । ତତ୍ପରେ ଅଦିତିଙ୍କ ଗର୍ଭରେ ରହି ଭାଦ୍ରମାସ ଶୁକ୍ଳପକ୍ଷଦ୍ବାଦଶୀ ତିଥିରେ ଅଦିତିଙ୍କ ଗର୍ଭରୁ ଶଙ୍ଖ,ଚକ୍ର,ଗଦା ଓ ପଦ୍ମକୁ ଚତୁର୍ଭୁଜରେ ଧାରଣକରି ବିଶାଳ ରୂପରେ ଜନ୍ମଲାଭ କଲେ । ମୁଣ୍ଡରେ ମୁକୁଟ,କର୍ଣ୍ଣରେ କୁଣ୍ଡଳ,କଟୀରେ ପୀତବସ୍ତ୍ର ଓ ବକ୍ଷରେ ଶ୍ରୀବତ୍ସଲାଞ୍ଛନ । ନବଦୁର୍ବାଦଳ ପରି କାନ୍ତି ଓ ପଦ୍ମ ସଦୃଶ ନେତ୍ର ଯୁଗଳ ।


ବିଷ୍ଣୁଙ୍କର ଏହି ରୂପକୁ ଦେଖି ଅଦିତି ପରମ ଭକ୍ତିରେ ପ୍ରଣାମ କଲେ ଓ ଏହି ବିଶାଳ ରୂପ ଅଦିତିଙ୍କ ପକ୍ଷେ ଅସହ୍ଯ ହେବାରୁ ତାଙ୍କ ପ୍ରାର୍ଥନାରେ ବିଷ୍ଣୁ କ୍ଷୁଦ୍ର ରୂପ ଗ୍ରହଣ କଲେ । ଏହି କ୍ଷୁଦ୍ର ରୂପ ହେଉଛି ବିଷ୍ଣୁଙ୍କର ବାମନ ରୂପ ଏବଂ ଏହାହିଁ ହେଉଛି ବିଷ୍ଣୁଙ୍କର ବାମନ ଅବତାର । ବାମନ ଅବତାର ହେଉଛି ବିଷ୍ଣୁଙ୍କର ପଞ୍ଚମ ଅବତାର ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜୁ ଯୁବ ବାହିନୀ ପକ୍ଷରୁ ସବୁଜ ବନାନୀ କାର୍ଯ୍ୟକ୍ରମ

ବିଜୁ ଯୁବ ବାହିନୀ ପକ୍ଷରୁ ସବୁଜ ବନାନୀ କାର୍ଯ୍ୟକ୍ରମ

Read More...

ଆଜିଠାରୁ ବର୍ଷାର ପରିମାଣ ହ୍ରାସ ପାଇବ - ପାଣିପାଗ ବିଭାଗ

ଆଜିଠାରୁ ବର୍ଷାର ପରିମାଣ ହ୍ରାସ ପାଇବ - ପାଣିପାଗ ବିଭାଗ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: