ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଛିନ୍ନ - ଇସ୍ରୋ

September 10, 2019, ଦେଶଦୁନିଆ, , Bhagyaprabha News Bureau
ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଛିନ୍ନ - ଇସ୍ରୋ
Bhagyaprabha News Bureau
September 10, 2019

ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ମାତ୍ର ୨.୧ କିମି ଦୂରରୁ କେଉଁଆଡେ ଅଦୃଶ୍ୟ ହୋଇଯାଇଥିବା ଲ୍ୟାଣ୍ଡର ବିକ୍ରମ ସହ ଏଯାଏଁ ଯୋଗାଯୋଗ କରିହେଉ ନାହିଁ। ଇସ୍ରୋ ଟ୍ଵିଟ୍ କରି ଏହି ବିଷୟରେ ସୂଚନା ଦେଇଛି। ଇସ୍ରୋ ମୁତାବକ ଚନ୍ଦ୍ରଯାନ-୨ର ଅର୍ବିଟର ବିକ୍ରମ ଲ୍ୟାଣ୍ଡରକୁ ଖୋଜି ବାହାର କରିଛି। କିନ୍ତୁ ତାହା ସହ କୌଣସୀ ଯୋଗାଯୋଗ କରି ହେଉ ନାହିଁ। ଏଥିପାଇଁ ଯଥା ସମ୍ଭବ ଚେଷ୍ଟା କରାଯାଉଛି।ବିକ୍ରମ ଚନ୍ଦ୍ରପୃଷ୍ଠରେ ତେରଛା ପଡିଥିବା ଏବଂ ଏଥିରେ କୌଣସୀ ଭଙ୍ଗାରୁଜା ନହୋଇଥିବା ଗତକାଲି ଖବର ମିଳିଥିଲା। ଅର୍ବିଟର ଯେଉଁ ଫଟୋ ପଠାଇଥିଲା ସେଥିରେ ବିକ୍ରମର କୌଣସୀ ଟୁକୁଡା ନହୋଇଥିବା ଦେଖାଯାଇଥିଲା। ଏହାର ଅର୍ଥ ବିକ୍ରମ ବିଲକୁଲ ଠିକ୍ ଅଛି। ଏହାପରେ ବୈଜ୍ଞାନିକମାନେ ବିକ୍ରମ ସହ ସମ୍ପର୍କ କରିବାକୁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି। ସୁଚନାଯୋଗ୍ୟ, ଜୁଲାଇ ୨୨ରେ ଲଂଚ୍ ହୋଇଥିବା ଚନ୍ଦ୍ରଯାନ-୨ ୪୭ ଦିନ ଯାଏଁ ବିଭିନ୍ନ ବାଧାବିଘ୍ନ ପାର କରି ଚନ୍ଦ୍ରର ଖୁବ୍ ନିକଟତର ହୋଇଥିଲା। ସେପ୍ଟେମ୍ବର ୬-୭ର ମଧ୍ୟରାତ୍ରୀରେ ଲ୍ୟଣ୍ଡର ବିକ୍ରମ ନିଜ ଭିତରେ ଥିବା ରୋଭର ପ୍ରଜ୍ଞାନ ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ଧାର୍ଯ୍ୟ ହୋଇଥିଲା। କିନ୍ତୁ ୨.୧ କିମି ଦୂରରୁ ଏହା କେଉଁଆଡେ ଅଦୃଶ୍ୟ ହୋଇଯାଇଥିଲା। ତାହା ସହ ସମସ୍ତ ଯୋଗାଯୋଗ ବିଛିନ୍ନ ହୋଇଥିଲା। ଚନ୍ଦ୍ରର ଖୁବ୍ ନିକଟତର ହୋଇ ଚନ୍ଦ୍ରଯାନ-୨ ନିଜର ୯୫ପ୍ରତିଶତ ଲକ୍ଷ୍ୟପଥ ହାସଲ କରିସାରିଥିଲା। ତେବେ ଏହି ମିଶନର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଏହିକି ଯେ ଅର୍ବିଟର ଆଗାମୀ ୭ବର୍ଷ ଯାଏଁ ଚନ୍ଦ୍ରର ପରିକ୍ରମା କରିବ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Read More...

ବକ୍ସ ଅଫିସରେ ଆଗେଇ ଚାଲିଛି 'ଛିଛୋରେ'

ବକ୍ସ ଅଫିସରେ ଆଗେଇ ଚାଲିଛି 'ଛିଛୋରେ'

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: