ଦିଗପହଣ୍ଡିରେ ଶ୍ରମିକ ପଞ୍ଜିକରଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

September 10, 2019, ଓଡ଼ିଶା, ଗଞ୍ଜାମ, Kiran Behera
ଦିଗପହଣ୍ଡିରେ ଶ୍ରମିକ ପଞ୍ଜିକରଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ
Kiran Behera
[ Reporter,Digapahandi ]
Bhagyaprabha News Bureau
September 10, 2019

ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଗଞ୍ଜାମ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସହାୟତାରେ ମଙ୍ଗଳବାର କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ପଞ୍ଜିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଡ଼ିଓ ହଳଧର ଶବର, ସହକାରୀ ଶ୍ରମ ଅଧିକାରୀ ଆକାଶ ବିଷୋୟୀ , ଶ୍ରମ ବିଭାଗ ଡି ଇ ଓ ସୁନିଲକୁମାର,ଲୋକନାଥ ବେହେରା , ବ୍ଲକ୍ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଅନିଲ କୁମାର ପାଣି, ସରପଞ୍ଚ ଭୀମସେନ ସାହୁ, ଚୈତନ୍ୟ ପ୍ରଧାନ, ସରପଞ୍ଚ ପ୍ରତିନିଧି ଅସିତ କୁମାର ସାହୁ,ଭଗବାନ ବାଡତ୍ୟାଙ୍କ ସମେତ ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ ଉପସ୍ଥିତ ଥିଲେ। ବ୍ଲକ ଅଧିନ ୨୫ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଚିହ୍ନଟ କରାଯାଇଥିବା ୧୬୯୪ ଶ୍ରମିକଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୪ ଶହ ଯୋଗ୍ୟ ଶ୍ରମିକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଲେବର କାର୍ଡ ପ୍ରଦାନ ନିମନ୍ତେ ପଞ୍ଜିକରଣ କରାଯାଇଥିବା ବିଡିଓ ହଳଧର ଶବର ଜଣାଇଛନ୍ତି। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨୦୧୮-୧୯ ଓ ୨୦୧୯-୨୦ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଯେଉଁ ଜବ କାର୍ଡ ଧାରୀ ଶ୍ରମିକ ୧ ସହ କର୍ମ ଦିବସ ମଧ୍ୟରୁ ଅନ୍ୟୁନ୍ୟ ୯୫ ଦିନ କାମ କରି ମଜୁରି ପାଇଥିବେ ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ଲେବର କାର୍ଡ ପ୍ରଦାନ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ଜଣାପଡିଛି।ଶ୍ରମିକ ପଞ୍ଜିକରଣ ସମୟରେ ସେମାନଙ୍କଠାରୁ ଭୋଟର ପରିଚୟପତ୍ର , ଆଧାର କାର୍ଡ,ବ୍ୟାଙ୍କ୍ ଜମା ଖାତା ଓ ୪ ଟି ଲେଖାଏଁ ପାସ ଫଟୋ ସଂଗ୍ରହ କରାଯାଇଛି।ଗ୍ରାମାଞ୍ଚଳ ମାନଙ୍କରେ ଏମ୍ ଜି ଏନ୍ ଆର ଇ ଜି ଏସ ଯୋଜନାରେ ରାସ୍ତା , ପୋଖରୀ ଖୋଳା, ଚାରା ରୋପଣ ପ୍ରଭୃତି ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ଯେଉଁ ଜବ କାର୍ଡ ଧାରୀ ଶ୍ରମିକ ମାନେ ଅନ୍ତତଃ ୯୫ ଦିନ କାମ କରି ମଜୁରି ପାଇଥିବା ନେଇ ରେକର୍ଡ ଥିବ ସେମାନଙ୍କୁ ହିଁ ଲେବର କାର୍ଡ ପ୍ରଦାନ କରାଯିବ। ଦିଗପହଣ୍ଡି ବ୍ଲକ ଅଧିନ ଦିଗପହଣ୍ଡି ବ୍ଲକ ଅଧିନ ଗ୍ରାମାଞ୍ଚଳର ବାଦ୍ ପଡ଼ିଥିବା ବଳକା ପ୍ରକୃତ ଜବ କାର୍ଡ ଧାରୀ ଶ୍ରମିକ ମାନଙ୍କ ନିମନ୍ତେ ପରବର୍ତ୍ତୀ ସମୟରେ ପଞ୍ଜିକରଣ ଶିବିର ଆୟୋଜନ କରାଯାଇ ସେମାନଙ୍କ ଠାରୁ ଲେବର କାର୍ଡ ନିମନ୍ତେ ଦରଖାସ୍ତ ଗ୍ରହଣ କରାଯିବ ବୋଲି ବିଡ଼ିଓ କହିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ବୁଢୀ ଠାକୁରାଣୀ ଯାତ୍ରା ଶୁଭଖୁଣ୍ଟି ସ୍ଥାପନ

ବୁଢୀ ଠାକୁରାଣୀ ଯାତ୍ରା ଶୁଭଖୁଣ୍ଟି ସ୍ଥାପନ

Read More...

ମାଁ ଫୁଲସୁନ୍ଦରୀ ଯାତ୍ରା ସମାପ୍ତ

ମାଁ ଫୁଲସୁନ୍ଦରୀ ଯାତ୍ରା ସମାପ୍ତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: