ପଥର କଟାଳୀଙ୍କ ପୁଅ ଏବେ ନାସା ବୈଜ୍ଞାନିକ

February 09, 2019, ଓଡ଼ିଶା, ଯାଜପୁର, Bhagyaprabha News Bureau
ପଥର କଟାଳୀଙ୍କ ପୁଅ ଏବେ ନାସା ବୈଜ୍ଞାନିକ
Bhagyaprabha News Bureau
February 09, 2019

ଦିନେ ପାଖରେ ପଇସା ନ ଥିବାରୁ କଲେଜରେ ନାଁ ଲେଖାଇ ପାରୁ ନ ଥିଲେ । କିନ୍ତୁ ଆଜି ସେ ଆମେରିକା ନାସାର ବୈଜ୍ଞାନିକ ହେବାକୁ ଯାଉଛନ୍ତି । କେବଳ କଠିନ ପରିଶ୍ରମ ଏବଂ ନିଜର ଦୃଢ଼ ଇଚ୍ଛା ଶକ୍ତି ବଳରେ ସବୁ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଯାଜପୁର ଧର୍ମଶାଳା ରାଇଛନ୍ଦା ଗ୍ରାମର ହେମନ୍ତ କୁମାର ଓଝା ।ରାଇଛନ୍ଦାର ଜଣେ ଦିନ ମଜୁରି ଲାଗି ପଥର କାଟୁଥିବା ଅର୍ଜୁନ ଓଝା ଓ ସାବିତ୍ରୀ ଓଝାଙ୍କ ସାନ ପୁଅ ହେମନ୍ତ (୨୫)ଙ୍କୁ ଆମେରିକା ନାସାରେ ଯୋଗ ଦେବାକୁ ଚିଠି ଆସିଛି । ଦିନରେ ଅର୍ଥାଭାବରୁ ହେମନ୍ତ ୨୦୦୯ରେ ମାଟ୍ରିକ ପାସ କରିବା ପରେ କଲେଜରେ ନାଁ ଲେଖାଇ ପାରି ନ ଥିଲେ । କିନ୍ତୁ ତାଙ୍କର ବୈଜ୍ଞାନିକ ହେବାର ନିଶା ତାଙ୍କୁ ଅଟକାଇ ପାରି ନ ଥିଲା । ଶେଷରେ ସେ ଟ୍ୟୁସନ୍‌ କରି କଲେଜରେ ନାଁ ଲେଖାଇଥିଲେ । ଏହା ପରେ ସେ ଆଉ ପଛକୁ ଚାହିଁ ନ ଥିଲେ । ରେଭନ୍ସାରେ ଯୁକ୍ତ ତିନି ପରେ ମାଡ୍ରାସ୍‌ ଆଇଆଇଟିରେ ଇଣ୍ଟିଗ୍ରେଟେଡ଼୍‌ ପିଏଚ୍‌ଡି କରିଥିଲେ । ବିଭିନ୍ନ ପ୍ରକଳ୍ପ ପରେ ସେ ଜଳବାୟୁ ପରିବର୍ତ୍ତନ ଓ ସେଟେଲାଇଟ୍‌ ମେସେଜ୍‌ ପ୍ରୋଜେକ୍ଟ କରିଥିଲେ । ଯାହା ନାସାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଏହା ପରେ ତାଙ୍କୁ ଆମେରିକାର ନାସାରୁ କନିଷ୍ଠ ବୈଜ୍ଞାନିକ ପାଇଁ ଚିଠି ଆସିଛି । ଆସନ୍ତା ମାର୍ଚ୍ଚ ୧୩ରେ ନାସାରେ ଯୋଗ ଦେବାକୁ କୁହାଯାଇଛି ।ତେବେ ଏଭଳି ଏକ ଖବର ହେମନ୍ତ ଓ ତାଙ୍କ ପରିବାର ଲୋକ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି । ତେବେ ହେମନ୍ତ ଆଗାମି ଦିନରେ ଏଲିୟନ୍‌ଙ୍କ ଉପରେ ଗବେଷଣା କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ପୁଅ ଆଗାମୀ ଦିନରେ ଓଡ଼ିଶାର ନାଁକୁ ଆହୁରି ଉଚ୍ଚସ୍ତରକୁ ନେଉବୋଲି ଆଶା ରଖିଛନ୍ତି ତାଙ୍କ ବାପା ଅର୍ଜୁନ ଓଝା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ଶେଷ ଟି-ଟ୍ୱେଣ୍ଟି: ସିରିଜ୍‌ ହାତେଇବା ଲକ୍ଷ୍ୟରେ ଦୁଇ ଦଳ

ଆଜି ଶେଷ ଟି-ଟ୍ୱେଣ୍ଟି: ସିରିଜ୍‌ ହାତେଇବା ଲକ୍ଷ୍ୟରେ ଦୁଇ ଦଳ

Read More...

ଗଞ୍ଜାମ ପୋଲିସର ସମନ ସତ୍ତ୍ୱେ ହାଜର ହେଲେନି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସି ପାତ୍ର

ଗଞ୍ଜାମ ପୋଲିସର ସମନ ସତ୍ତ୍ୱେ ହାଜର ହେଲେନି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସି ପାତ୍ର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: