ସୂର୍ଯ୍ୟ ମନ୍ଦିରର ସ୍ଥିତି ପରକ୍ଷିଲେ ଆମିକ୍‌ସ କ୍ୟୁରି

September 14, 2019, ଓଡ଼ିଶା, ପୁରୀ, Bhagyaprabha News Bureau
ସୂର୍ଯ୍ୟ ମନ୍ଦିରର ସ୍ଥିତି ପରକ୍ଷିଲେ ଆମିକ୍‌ସ କ୍ୟୁରି
Bhagyaprabha News Bureau
September 14, 2019

ଦ୍ୱିତୀୟଥର ପାଇଁ କୋଣାର୍କ ଗସ୍ତରେ ଆସି ସୂର୍ଯ୍ୟ ମନ୍ଦିରର ସ୍ଥିତି ଅନୁଧ୍ୟାନ କରିଛନ୍ତି ଆମିକ୍‌ସ କ୍ୟୁରି ଆଡଭୋକେଟ୍‌ ଏନ୍‌.କେ. ମହାନ୍ତି । ସୂର୍ଯ୍ୟ ମନ୍ଦିରର ବିଭିନ୍ନ ସ୍ଥାନ ବୁଲି ଦେଖିବା ପରେ ଗଣମାଧ୍ୟମକୁ ମନ୍ଦିର ଶତପ୍ରତିଶତ ସୁରକ୍ଷିତ ଥିବା କହିବା ସହ କେନ୍ଦ୍ରୀୟ କୋଠା ଗବେଷଣା କେନ୍ଦ୍ର(ସିବିଆରଆଇ)ର ରିପୋର୍ଟ ଅନୁଯାୟୀ ଜଗମୋହନ ଗର୍ଭଗୃହ ଭିତରେ ଥିବା ବାଲି ୧୭ଫୁଟ୍‌ ତଳକୁ ଦବିଥିବା ସୂଚନା ଦେଇଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ଆମିକସ୍‌ କ୍ୟୁରି ମହାନ୍ତି କୋଣାର୍କରେ ପହଞ୍ଚତ୍ଥିଲେ। ପରିଦର୍ଶନ ବେଳେ ସେ ଅଧିକାରୀମାନଙ୍କଠାରୁ ମନ୍ଦିରର ଉନ୍ନତି ଓ ରୂପରେଖ ବଢ଼ାଇବା ନେଇ କିଭଳି କାର୍ଯ୍ୟ ଚାଲୁଛି ସେ ବିଷୟରେ ପଚାରି ବୁଝିଥିଲେ। ତେବେ ଗର୍ଭଗୃହର ୧୭ଫୁଟ ଦବିଥିବା ଖାଲି ସ୍ଥାନର ପରିପୂର୍ତ୍ତି ନିମନ୍ତେ ପୁନର୍ବାର ବାଲି ଭର୍ତ୍ତି କରିବା ପାଇଁ ସିବିଆରଆଇର ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଗର୍ଭଗୃହ ଭିତରେ କେଉଁ କିସମର ବାଲି ଭର୍ତ୍ତି କରାଯିବ, ସେ ସମ୍ପର୍କରେ ବିଚାର କରାଯାଇ ନିଷ୍ପତ୍ତି ନିଆଯିବ। ଏଥିସହ ଆସନ୍ତା ଜାନୁୟାରୀ ସୁଦ୍ଧା ଜଗମୋହନ ଚାରିପଟେ ଲାଗିଥିବା ଲୁହା ପାଇପ ଭାରାକୁ କଢାଯାଇ ନୂଆ ସିଷ୍ଟମର ଭାରା ଲାଗିବ। ଯାହାଦ୍ୱାରା ଜଗମୋହନର ସମ୍ବେଦନଶୀଳ ଅଞ୍ଚଳକୁ ସୁରକ୍ଷା ଦିଆଯିବା ସହ ପର୍ଯ୍ୟଟକମାନେ ମନ୍ଦିରର ଭାସ୍କର୍ଯ୍ୟକୁ ଠିକ ରୂପେ ଦେଖିବାର ସୁଯୋଗ ପାଇବେ। ୧୯୦୨ ମସିହାରେ ୧୦ହଜାର ମେଟ୍ରିକ୍‌ ଟନ୍‌ ବାଲି ଗର୍ଭଗୃହରେ ଭର୍ତ୍ତି କରାଯାଇଥିଲା। ଏବେ ସାମାନ୍ୟ ଦବିଥିବା ସତ୍ତ୍ୱେ ଜଗମୋହନ ସୁରକ୍ଷିତ ଥିବାବେଳେ ମନ୍ଦିର ପ୍ରତି କୌଣସି ବିପଦ ନ ଥିବା ଆମିକସ କ୍ୟୁରି କହିଛନ୍ତି। ତାଙ୍କ ସହ ଭୁବନେଶ୍ୱର ସର୍କଲ ଇଞ୍ଜିନିୟର ଅନଙ୍ଗ ଦାସ, ଭୁବନେଶ୍ୱର ସର୍କଲ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ କୁମାର ମଲ୍ଲିକ ଥିବାବେଳେ କୋଣାର୍କ ମନ୍ଦିର ଦାୟିତ୍ୱରେ ଥିବା ଅଧିକାରୀ ସୁଶାନ୍ତ କୁମାର ଗୋଚ୍ଛାୟତ ଓ ଅନ୍ୟ ଅଧିକାରୀମାନେ ସହଯୋଗ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠୁ ବିଜେପିର 'ସେବା ସପ୍ତାହ'ର ଶୁଭାରମ୍ଭ

ଆଜିଠୁ ବିଜେପିର 'ସେବା ସପ୍ତାହ'ର ଶୁଭାରମ୍ଭ

Read More...

୧୯ କ୍ରୀଡାବିତଙ୍କୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

୧୯ କ୍ରୀଡାବିତଙ୍କୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: