ସକ୍ରିୟ ବାଲି ମାଫିଆ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ଗ୍ରାମବାସୀ

September 14, 2019, ବିଶେଷ, କେନ୍ଦୁଝର, Bhagyaprabha News Bureau
ସକ୍ରିୟ ବାଲି ମାଫିଆ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ଗ୍ରାମବାସୀ
Bhagyaprabha News Bureau
September 14, 2019

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କନ୍ଦୁଆ ଗ୍ରାମରେ ଦୁଇହଜାର ରୁ ଅଧିକ ଲୋକ ବାସ କରିଥାନ୍ତି। ଗ୍ରାମର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରନ୍ତି ଏବଂ କିଛି ଲୋକ ବ୍ରହ୍ମଣୀପାଳ ଠାରେ ଥିବା ବ୍ରହ୍ମଣୀପାଳ କମ୍ପାନୀରେ କାମ କରିଥାନ୍ତି।ଗ୍ରାମର ରାସ୍ତା ଅଣଓସାରିଆ ଏବଂ ରାସ୍ତା ଖାଲଖମାରେ ଭର୍ତ୍ତି ହେଇଥିବାରୁ ଯିବା ଆସିବା ପାଇଁ ବହୁତ ଅସୁବିଧାହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।କିଛି ଖଳ ଦୃଷ୍ଟ ଶ୍ରେଣୀ ର ଲୋକ ସେହି ରାସ୍ତା ଦେଇ ବୈତରଣୀ ନଦୀ ଏବଂ ରେମଣା ଡ଼୍ୟାମ କଂସ ନଦୀ ଘାଟ ଓ ଖଲିଆ ନଦୀ ଘାଟ ଠାରୁ ବାଲିମାଫିଆ ମାନେ ଭାରିଯାନ ଦ୍ବାରା ବାଲି ଚ଼ୋରା ଚ଼ାଲାଣ କରୁଛନ୍ତି।ସୂଚ଼ନା କି ବିଭିନ୍ନ ଜାଗାକୁ କଂସ କେନ୍ଦୁଆ ଗ୍ରାମର ରାସ୍ତାଦେଇ ସେମାନେ କେନାଲ ରୋଡ଼,ଗାଇ ଗଡ଼ ଛକ ଦେଇ ଷ୍ଟେସନ ରୋଡ଼ ଦେଇ ବିଭିନ୍ନ ଜାଗାକୁ ଭାରିଯାନଦ୍ବାରା ଯଥା ହାଇୱା,ଡ଼୍ରମ୍ପର,ଟିପ୍ପର,ଟ୍ରଲର,ସହାଯ୍ୟରେ ଚ଼ୋରା ଚ଼ଲାଣ କରୁଛନ୍ତି।ଯାହା ଫଳରେ ଗ୍ରାମର ରାସ୍ତା ଭାଙ୍ଗିରୁଜି ଅନେକ କ୍ଷୟକ୍ଷତି ହେଉଛି।ବିନା କାଗଜ ପତ୍ର ରେ ବାଲି ମାଫିଆ ମାନେ କୈାଣସି ଅନୁମତି ନ ଆଣି ସେମାନେ ବାଲି ଚ଼ୋରା ଚ଼ାଲାଣ କରୁଛନ୍ତି।ଗ୍ରାମର ରାସ୍ତା ବହୁତ ଜନ ଗହଳି ହେଇଥିବାବେଳେ ଏହିରାସ୍ତା ଦେଇ ବିଦ୍ୟାଳୟ,ମହାବିଦ୍ୟାଳୟ ସ୍ଥାନୀୟ ଅଞ୍ଚଳବାସୀ ଦୈନ ଦିନ ରାସ୍ତା ଅଟେ ଏହି ଭାରିଯାନ ଚ଼ଳାଚ଼ଳ ଫଳରେ ପ୍ରତ୍ୟେକ ମୂହୁର୍ତ୍ତରେ ଜୀବନ ପ୍ରତି ବିପଦ ଲାଗିରହୁଛି।ଗ୍ରାମବାସୀ ମନାକରିବାରୁ ଅଶିଳ ଭାଷା ସହ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି।ଏ ପ୍ରତି ଅଭିଯୋଗକଲେ କୈାଣସି ବିଭାଗୀୟ ଅଫିସର କିଛିହେଲେ ପଦକ୍ଷେପ ନେଉନଥିବା ଜଣାପଡ଼ିଛି।ତେବେ ତୁରନ୍ତ ଏଥିପ୍ରତି ତଦନ୍ତ କରି ଗ୍ରାମ ରାସ୍ତା ମରାମତି କରିବା ସହ ଏହି ବାଲିମାଫିଆଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବାଲିମାଫିଆଙ୍କ କବଳରୁ ଗ୍ରାମ ତଥା ଅଞ୍ଚଳବାସୀ ଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଗ୍ରାମବାସୀ ଦାବିକରିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଇକକୁ ଧକ୍କା ଦେଲା ଅଟୋ ବାଇକ ଆରୋହି ଗୁରୁତର

ବାଇକକୁ ଧକ୍କା ଦେଲା ଅଟୋ ବାଇକ ଆରୋହି ଗୁରୁତର

Read More...

ବନ ବିଭାଗର ଚଢାଉ ଶାଳ କାଠ ସହ ଦୁଇ ଗିରଫ

ବନ ବିଭାଗର ଚଢାଉ ଶାଳ କାଠ ସହ ଦୁଇ ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: