ହେଲମେଟ୍‌ ନାହିଁ ତ ଚା' ନାହିଁ

September 15, 2019, ଦେଶଦୁନିଆ, , Bhagyaprabha News Bureau
ହେଲମେଟ୍‌ ନାହିଁ ତ ଚା' ନାହିଁ
Bhagyaprabha News Bureau
September 15, 2019

କେନ୍ଦୁଝର ସଦର ବ୍ଲକ ପଳାଶପଙ୍ଗା ନିକଟସ୍ଥ ସ୍ପଞ୍ଜ ଛକଠାରେ ଥିବା ଏକ ଚା' ଦୋକାନ ଆଗରେ ଝୁଲୁଛି ଏକ ବ୍ୟାନର। କୌଣସି ବାଇକ ଆରୋହୀ ହେଲ୍‌ମେଟ ପିନ୍ଧି ନ ଥିଲେ ତାଙ୍କୁ ଚା' ଦିଆଯିବ ନାହିଁ ବୋଲି ଏଥିରେ ଉଲ୍ଲେଖ ରହିଛି। ହେଲମେଟ ସଚେତନତା ଲାଗି ଜଣେ ଚା' ଦୋକାନୀଙ୍କ ଏଭଳି ପ୍ରୟାସ ଅଞ୍ଚଳରେ ଚର୍ଚ୍ଚାକୁ ଆସିଛି। ବ୍ୟାନର ଝୁଲୁଥିବା ଚା'ଦୋକାନ ସ୍ପଞ୍ଜ ଛକରେ ଦୁଇ ବର୍ଷ ହେଲା ଆରମ୍ଭ ହୋଇଛି। ସରାସକୋଲା ଗ୍ରାମର ଅନାଦି ଚରଣ ପ୍ରଧାନ ଏହି ଦୋକାନ ଚଳାଛନ୍ତି। ତାଙ୍କ ପସ୍ତୁତ ଚା'ର ସ୍ବାଦ ନିଆରା ହୋଇ ଥିବାରୁ ରାସ୍ତାରେ ଯାଉଥିବା ଅଧିକାଂଶ ଦୁଇଚକିଆ ଯାନ ଆରୋହୀ ଅଟକି ଚା' ପିଇଥାନ୍ତି। ସଡକ ସୁରକ୍ଷା ସଚେତନତା ସୃଷ୍ଟି କରାଯାଉଥିବା ପରିପ୍ରେକ୍ଷୀରେ ସେ ନିଜକୁ ଅଭିନବ ଉପାୟରେ ଏଥିରେ ସାମିଲ କରିଛନ୍ତି ।କେହି ହେଲମେଟ୍‌ ପିନ୍ଧି ନ ଥିଲେ ଅନାଦି ତାଙ୍କୁ ଚା' ଦେବାକୁ ରୋକଠୋକ୍‌ ମନା କରି ଦେଉଛନ୍ତି। ଅନାଦି କହିଛନ୍ତି, ଆଜିର ଯୁବପିଢି ସମାଜସେବା ଭଳି କାର୍ଯ୍ୟରୁ ଦୂରେଇ ଯାଉଛନ୍ତି। ସେ ମଧ୍ୟ ଏ ଦିଗରେ ସଚେତନତା ସୃଷ୍ଟି କରି ଆସୁଛନ୍ତି। ନିଜକୁ ସମାଜସେବାରେ ନିୟୋଜିତ କରି ଅସହାୟ ଲୋକଙ୍କୁ ସେବା ଯୋଗାଇଥାନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହାପି ବାର୍ଥ ଡେ ରିଦ୍ଧିମା

ହାପି ବାର୍ଥ ଡେ ରିଦ୍ଧିମା

Read More...

ବିଜେପିର ୨  ନୂଆ ପ୍ରଦେଶାଧ୍ୟକ୍ଷ ନିଯୁକ୍ତ

ବିଜେପିର ୨ ନୂଆ ପ୍ରଦେଶାଧ୍ୟକ୍ଷ ନିଯୁକ୍ତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: