ଦିଗପହଣ୍ଡିରେ ବାଚସ୍ପତିଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା

September 18, 2019, ରାଜନୀତି, ଗଞ୍ଜାମ, Kiran Behera
ଦିଗପହଣ୍ଡିରେ ବାଚସ୍ପତିଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା
Kiran Behera
[ Reporter,Digapahandi ]
Bhagyaprabha News Bureau
September 18, 2019

ଦିଗପହଣ୍ଡିରେ ବୁଧବାର ଦିନ ଦିନିକିଆ ଗସ୍ତରେ ଆସିଥିବା ବିଧାୟକ ତଥା ବାଚସ୍ପତି ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ପାତ୍ର ଓ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସରରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାପଡିଛି । ଖବରନୁଯାୟୀ , ବାଚସ୍ପତି ଶ୍ରୀ ପାତ୍ର ଓ ସାଂସଦ ଶ୍ରୀ ସାହୁ ବୁଧବାର ସକାଳ ସାଢେ଼ ଦଶଟାରେ ଦିଗପହଣ୍ଡି ଗସ୍ତରେ ଆସି ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମରେ ଥିବା ଆଦର୍ଶ ବିଦ୍ୟାଳୟରେ ପହଞ୍ଚି ସେଠାରେ ବାଳିକା ହଷ୍ଟେଲ କୋଠା , ପରେ ବାସୁଦେବପୁର - ଡଙ୍କାରୀ - ଚଢିଆଗରଡା , ଗୋକର୍ଣ୍ଣପୁର , ଅନଙ୍ଗପୁର ଆଦି ଗ୍ରାମରେ ପହଞ୍ଚି ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିଥିବା ଜଣାପଡିଛି । ଏହାପରେ ଦିଗପହଣ୍ଡି -ବ୍ରହ୍ମପୁର ରାସ୍ତାରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିକଟରେ ପହଞ୍ଚିବା ପରେ ସେଠାରେ ଦଳୀୟ କର୍ମୀ ଏକତ୍ରିତ ହୋଇ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରି ଏକ ବିରାଟ ବାଇକ ଶୋଭାଯାତ୍ରାରେ ପାଛୋଟି ନେଇ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ ସେଠାରେ ମଧ୍ୟ ପୂର୍ବରୁ ଜଗି ରହିଥିବା ବିଭିନ୍ନ ସରକାରୀ ଅନୁଷ୍ଠାନର ଅଫିସର ମାନେ ସ୍ବାଗତ ସମ୍ବର୍ଦ୍ଧନା ଦେଇ ସଭାସ୍ଥଳକୁ ପାଛୋଟି ନେଇଥିଲେ । ଆୟୋଜିତ ସଭାକାର୍ଯ୍ୟରେ ବାଚସ୍ପତି ଶ୍ରୀ ପାତ୍ରଙ୍କ ଦ୍ୱାରା ୭ ଶହ ଜଣ ଯୋଗ୍ୟ ବିବେଚିତ ହିତାଧିକାରୀ ମାନଙ୍କୁ ବିଭିନ୍ନ ପ୍ରକାରର ଭତ୍ତା ବଣ୍ଟନ କରିଥିବା ଜଣାପଡିଛି । ଏଥିସହ ଆଗକୁ କାଳିଆ ଯୋଜନାରେ ଆହୁରି ୧୦ ଲକ୍ଷ ଲୋକ ଟଙ୍କା ପାଇବେ ବୋଲି ସଭାକାର୍ଯ୍ୟରେ ମତପ୍ରକାଶ ଦେଇଥିଲେ । ଏହାପରେ ଦିଗପହଣ୍ଡି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟରେ ନୂତନ ଭାବେ ଲାଗିଥିବା ପାଣି ସପ୍ଳାଇ ମେସିନକୁ ଉଦଘାଟନ କରିଥିଲେ । ବାଚସ୍ପତିଙ୍କ ଏହି ଗସ୍ତ ସମୟରେ ଦିଗପହଣ୍ଡି ବିଡ଼ିଓ ହଳଧର ଶବର , ତହସିଲଦାର ଅଦୈତ୍ୟ କୁମାର ସ୍ବାଇଁ , ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ , ସହକାରୀ ଯନ୍ତ୍ରୀ ଗଙ୍ଗାଧର ଲେଙ୍କା , ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ , ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀ , ସିଡିପିଓ ଯଶୋବନ୍ତୀ ସାହୁ , ବ୍ଲକ ବିଜେଡି ସଭାପତି ଉଦୟନାଥ ସ୍ବାଇଁ , ନଗର ସଭାପତି ପ୍ରମୋଦ ପାଣିଗ୍ରାହୀ , ସରପଞ୍ଚ ସଂଘ ସଭାପତି ହରିବନ୍ଧୁ ରେଡ୍ଡୀ , ଜିଲ୍ଲା ବିଜେଡି ସମ୍ପାଦକ ବି . କ୍ରିଷ୍ଣାରାଓ ସୁବୁଦ୍ଧି , ଯୁବ ବିଜେଡ଼ି ନେତା ରାମକୃଷ୍ଣ ପାଢ଼ୀ ,ସମବାୟ ସମିତି ସଭାପତି ଅସିତ ସାହୁ , ବ୍ଲକ ଯୁବ ବିଜେଡ଼ି ସଭାପତି ଚିତ୍ରସେନ ଗୈାଡ , ସମାଜସେବୀ ରଞ୍ଜନ ପାଣିଗ୍ରାହୀ ପ୍ରମୁଖ ସହ ଦିଗପହଣ୍ଡି ବ୍ଲକର ସମସ୍ତ ସରପଞ୍ଚ , ସମିତି ସଭ୍ୟ/ ସଭ୍ଯା , ଜିଲ୍ଲା ପରିଷଦ , ୱାର୍ଡ ସଭ୍ୟ/ ସଭ୍ଯା , ଅଙ୍ଗନୱାଡ଼ି କର୍ମୀ ଏବଂ ବହୁ କର୍ମୀ ସହ ବହୁ ଗ୍ରାମବାସୀ ଯୋଗ ଦେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୃଥକ ସ୍ଥାନରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୃଥକ ସ୍ଥାନରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ

Read More...

ହିଞ୍ଜିଳିରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ହିଞ୍ଜିଳିରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: