ଭାରତୀୟ ମଜଦୁର ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳିତ ।

September 18, 2019, ବିଶେଷ, ରାୟଗଡ଼ା, Hari Narayan Das
ଭାରତୀୟ ମଜଦୁର ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳିତ ।
Hari Narayan Das
[ Reporter, Rayagada ]
Bhagyaprabha News Bureau
September 18, 2019

ରାୟଗଡ଼ାରେ ଭାରତୀୟ ମଜଦୁର ସଂଘ ପକ୍ଷରୁ ମହା ଆଡମ୍ବର ସହ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଭାରତ ମଜଦୁର ସଂଘ ୧୭ସେପ୍ଟେମ୍ବର ବିଶ୍ଵକର୍ମାଜୟନ୍ତୀକୁ ସାରା ଦେଶରେ ରାଷ୍ଟ୍ରୀୟ ଶ୍ରମିକ ଦିବସ ରୂପେ ପାଳନ କରି ଆସୁଅଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ଜାତୀୟ ଶ୍ରମିକ ଦିବସ ପାଳନ କରିଛି। ଏହି ଉପଲକ୍ଷେ ମଜଦୁର ସଂଘର ଜିଲ୍ଲା ସଭାପତି ଯୋଗେଶ୍ୱର ଦାସଙ୍କ ନେତୃତ୍ୱରେ ସ୍ଥାନୀୟ ରେଳବାଇ ଷ୍ଟେସନରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିଏମ୍ଏସ୍ ଜିନ୍ଦାବାଦ ନାରା ମୁଖ୍ୟ ବଜାର ଦେଇ ଅଶୋକ କଲ୍ୟାଣ ମଣ୍ଡପରେ ଠାରେ ପହଁଞ୍ଚିଥିଲେ। ଏହି ଶୋଭାଯାତ୍ରରେ ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜେ ୱର୍କର୍ସ ଆସୋଶିଏସନ, ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ, ସ୍ୱାବଲମ୍ବୀ କାରିଗର ସଂଘ, ପାଚିକା ସଂଘ, ଜେକେ ପେପର ମଜଦୁର ସଂଘ, ଉତ୍କଳ ଆଲୁମିନା ମଜଦୁର ସଂଘ, ଇମ୍ଫା ଠିକାଦାର କର୍ମଚାରୀ ମଜଦୁର ସଂଘ, କୋଠାବାଡ଼ି ଓ ଅନ୍ୟାନ୍ୟ ମଜଦୁର ସଂଘ, ରାୟଗଡ଼ା ଜିଲ୍ଲା ଉଠାଦୋକାନୀ ମଜଦୁର ସଂଘ, ରାୟଗଡ଼ା ଜିଲ୍ଲା ବ୍ୟବସାୟ ମଜଦୁର ସଂଘ, ରାୟଗଡ଼ା ଜିଲ୍ଲା ସଫେଇ ମଜଦୁର ସଂଘ, ରାୟଗଡ଼ା ଜିଲ୍ଲା ଅଟୋଚାଳକ ମଜଦୁର ସଂଘ ମାନଙ୍କର କର୍ମକର୍ତ୍ତା ଯୋଗଦେଇଥିଲେ । ଅଶୋକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ପ୍ରଭାଗୀୟ ଶ୍ରମ ଆୟୁକ୍ତ (ଡିଭିଜନାଲ ଲେବର କମିଶନର) ଶ୍ରୀ ପ୍ରଶାନ୍ତ କୁମାର ତ୍ରିପାଠୀ, ସ୍ନମ୍ମାନୀତ ଅତିଥି ଭାବେ ଭାରତୀୟ ମଜଦୁର ସଂଘର ରାଜ୍ୟ ସଭାପତି ଶ୍ରୀ ଦିଲ୍ଲୀପ କୁମାର ଦାସ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘ ସଭାପତିଙ୍କ ସମିତ ସମ୍ପାଦକ ଶ୍ରୀ ଖଗେଶ୍ବର ସିଂ, ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜେ ୱର୍କର୍ସ ଆସୋଶିଏସନ ସମ୍ପାଦିକା ଶ୍ରୀମତୀ ଉଷାରାଣୀ ଦାସ, ସଭାନେତ୍ରୀ ଜୟନ୍ତୀ ପଦ୍ମାଳୟା ସାହୁ, ପୋଷ୍ଟାଲ ଫେଡ୍ରେସନ ସମ୍ପାଦକ ରାଜେଶ ରାୟପଲି ପ୍ରମୁଖ ମଞ୍ଚାସିନ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାହିଳା କମିଶନ ସଦସ୍ୟା ଚନ୍ଦ୍ରମୁଖୀ ଦେବି ଆଜି ରାୟଗଡା ଜିଲ୍ଲା ଗସ୍ତ

ମାହିଳା କମିଶନ ସଦସ୍ୟା ଚନ୍ଦ୍ରମୁଖୀ ଦେବି ଆଜି ରାୟଗଡା ଜିଲ୍ଲା ଗସ୍ତ

Read More...

ରାୟଗଡ଼ାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସେବା ସପ୍ତାହ ପାଳିତ

ରାୟଗଡ଼ାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସେବା ସପ୍ତାହ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: