ଟି.-ଟ୍ୱେଣ୍ଟି କ୍ରିକେଟ : ଦକ୍ଷିଣ ଆଫ୍ରିକାକୁ ୭ ୱିକେଟ୍‌ରେ ପରାସ୍ତ କରି ଭାରତ ବିଜୟ

September 19, 2019, ଖେଳ, , Bhagyaprabha News Bureau
ଟି.-ଟ୍ୱେଣ୍ଟି କ୍ରିକେଟ : ଦକ୍ଷିଣ ଆଫ୍ରିକାକୁ ୭ ୱିକେଟ୍‌ରେ ପରାସ୍ତ କରି ଭାରତ ବିଜୟ
Bhagyaprabha News Bureau
September 19, 2019

ଅଧିନାୟକ ବିରାଟ କୋହଲିଙ୍କ ଅପରାଜିତ ୭୨ ରନ୍‍ ବଳରେ ଗତକାଲି ମୋହାଲିଠାରେ ଅନୁଷ୍ଠିତ ଦ୍ୱିତୀୟ ଟି.-ଟ୍ୱେଣ୍ଟି କ୍ରିକେଟ୍‍ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟ୍‍ରେ ପରାସ୍ତ କରିଛି । ଓପେନିଙ୍ଗ୍‍ ବ୍ୟାଟମ୍ୟାନ୍‍ ରୋହିତ ଶର୍ମା ଓ ଶିଖର ଧୱନ୍‍ଙ୍କ ଉତ୍ତମ ପ୍ରଦର୍ଶନ ସହ ଭାରତ ୧୯ ଓଭରରେ ନିର୍ଦ୍ଧାରିତ ୧୫୦ ରନ୍‍ର ବିଜୟ ଲକ୍ଷ୍ୟ ହାସଲ କରିଥିଲା । ବିରାଟ ୫୨ ବଲ୍‍ରୁ ୭୨ ରନ୍‍ ସଂଗ୍ରହ କରିଥିଲେ । ସେହିପରି ଶିଖର ଧୱନ୍‍ ୩୧ ବଲ୍‍ରୁ ୪୦ ରନ୍‍ ସଂଗ୍ରହ କରିଥିଲେ । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଅଧିନାୟକ କ୍ୱିଣ୍ଟନ୍‍ ଡି କକ୍‍ଙ୍କ ୫୨ ଏବଂ ତେମ୍ବା ବାଭୁମାଙ୍କ ୪୯ ରନ୍‍ ସହାୟତାରେ ୫ ୱିକେଟ୍‍ ହରାଇ ୧୪୯ ରନ୍‍ ସଂଗ୍ରହ କରିଥିଲା । ପ୍ରଥମ ଟି.-ଟ୍ୱେଣ୍ଟି ମ୍ୟାଚ୍‍ ବର୍ଷା ଯୋଗୁଁ ବାତିଲ୍‍ ହୋଇଥିଲା । ଏହି ବିଜୟ ସହ ଭାରତ ତିନିଟିକିଆ ଟି-ଟ୍ୱେଣ୍ଟି ମ୍ୟାଚରେ ୧-୦ରେ ଅଗ୍ରଣୀ ରହିଛି । ସୁଚନାଯୋଗ୍ୟ, ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଅନ୍ତିମ ମ୍ୟାଚ ଆସନ୍ତା ରବିବାର ଦିନ ବେଙ୍ଗାଲୁରୁର ଏମ୍‍. ଚିନ୍ନାସ୍ୱାମୀ ଷ୍ଟାଡିୟମ୍‍ରେ ଖେଳାଯିବ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସେପ୍ଟେମ୍ବର ମାସକୁ ରାଷ୍ଟ୍ରୀୟ ପୋଷଣ ମାସ ଭାବେ ପାଳନ କରାଯିବ : ଡଃ.ରାଜୀବ କୁମାର

ସେପ୍ଟେମ୍ବର ମାସକୁ ରାଷ୍ଟ୍ରୀୟ ପୋଷଣ ମାସ ଭାବେ ପାଳନ କରାଯିବ : ଡଃ.ରାଜୀବ କୁମାର

Read More...

ମାହିଳା କମିଶନ ସଦସ୍ୟା ଚନ୍ଦ୍ରମୁଖୀ ଦେବି ଆଜି ରାୟଗଡା ଜିଲ୍ଲା ଗସ୍ତ

ମାହିଳା କମିଶନ ସଦସ୍ୟା ଚନ୍ଦ୍ରମୁଖୀ ଦେବି ଆଜି ରାୟଗଡା ଜିଲ୍ଲା ଗସ୍ତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: