ଗୁଗୁଲରେ ସ୍ଥାନ ପାଇବ ଓଡିଆ ଭାଷା!

September 20, 2019, ଦେଶଦୁନିଆ, , Bhagyaprabha News Bureau
ଗୁଗୁଲରେ ସ୍ଥାନ ପାଇବ ଓଡିଆ ଭାଷା!
Bhagyaprabha News Bureau
September 20, 2019

ଖୁବଶୀଘ୍ର ଗୁଗୁଲରେ ସ୍ଥାନ ପାଇବ ଓଡିଆ ଭାଷା । ଗୁଗୁଲ ଆସିଷ୍ଟାଣ୍ଟ ପୂର୍ବରୁ ୧୦୦ଟି ଭାଷାକୁ ସପୋର୍ଟ କରୁଥିବା ବେଳେ ଏହି ତାଲିକାରେ ଯୋଡି ହେବାକୁ ଯାଉଛି ତିନି ନୂଆ ଭାଷା ଓଡିଆ, ଉର୍ଦ୍ଦୁ, ପଞ୍ଜାବୀ । ଗୁଗୁଲ ପରି ସର୍ଚ୍ଚ ଇଞ୍ଜିନରେ ସମସ୍ତ ଭାଷା ଉପଲବ୍ଧ ଥିବା ବେଳେ ଓଡିଆ ଭାଷାର ଅଭାବ ସମସ୍ତ ଓଡିଆ ଭାଷୀଙ୍କୁ ଅନେକ ଦିନରୁ ରହିଆସିଥିଲା । ହେଲେ ଏବେ ଏହି ସମସ୍ୟାକୁ ଦୂର କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ଗୁଗୁଲ । ସୁଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚରେ ବାର୍ସିଲୋନାରେ ଅନୁଷ୍ଠିତ ହୋଇଥିବା ଏମ୍‌ଡବ୍ଲୁସି-୨୦୧୯ରେ ଗୁଗୁଲ ୮ଟି ଆଞ୍ଚଳିକ ଭାଷାକୁ ଗୁଗୁଲ ଆସିଷ୍ଟାଣ୍ଟରେ ସ୍ଥାନ ଦେବା ପାଇଁ ଘୋଷଣା କରିଥିଲେ। ଯେଉଁଥିରେ ଗୁଜୁରାଟୀ, କନ୍ନଡ, ଊର୍ଦ୍ଦୁ, ବଙ୍ଗାଳୀ, ମରାଠୀ, ତାମିଲ, ତେଲୁଗୁ ଓ ମାଲାୟଲାମ ଭାଷା । ଅନୁରୂପ ଭାବେ ଏହି ଘୋଷଣାର ମାତ୍ର କିଛି ଦିନ ପରେ ଗୁଗୁଲରେ ଊର୍ଦ୍ଦୁକୁ ଛାଡି ଅନ୍ୟ ସମସ୍ତ ଭାଷା ଉପଲବ୍ଧ ହୋଇଥିଲା । ତେଣୁ ସର୍ବ ବୃହତ ସର୍ଚ୍ଚ ଇଞ୍ଜିନରେ ନିଜ ଭାଷାକୁ ପାଇ ଖୁସି ମନାଇଥିଲେ ସମ୍ପୃକ୍ତ ଭାଷାଭାଷୀ। ଗୁଗୁଲର ଶେଷ ଘୋଷଣା ଅନୁଯାୟୀ ପଞ୍ଜାବୀ ଓ ଉର୍ଦ୍ଦୁ ଭାଷା ଗୁଗୁଲ ଆସିଷ୍ଟାଣ୍ଟରେ ସ୍ଥାନ ପାଇ ସାରିଥିବା ବେଳେ ଅପେକ୍ଷା ରହିଛି ଓଡିଆ ଭାଷାର ସ୍ଥାନ ପାଇବାକୁ।































































Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୁଖ୍ୟମନ୍ତ୍ରୀ କହିବେ ମନର କଥା !

ମୁଖ୍ୟମନ୍ତ୍ରୀ କହିବେ ମନର କଥା !

Read More...

ହ୍ବାଇଟ ହାଉସ ନିକଟରେ ଗୁଳିମାଡ

ହ୍ବାଇଟ ହାଉସ ନିକଟରେ ଗୁଳିମାଡ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: