ଆଜି ଓଡିଶା ଆସୁଛନ୍ତି କେ. ସିଭାନ୍

September 21, 2019, ଦେଶଦୁନିଆ, , Bhagyaprabha News Bureau
ଆଜି ଓଡିଶା ଆସୁଛନ୍ତି କେ. ସିଭାନ୍
Bhagyaprabha News Bureau
September 21, 2019



ଆଜି ଓଡିଶା ଆସୁଛନ୍ତି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ଅଧକ୍ଷ କେ. ସିଭନ୍ । ଭୁବନେଶ୍ବର ଆଇଆଇଟି ଅରୁଗୁଳ କ୍ୟାମ୍ପସର ଅଷ୍ଟମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ସମାବର୍ତ୍ତନ ଉତ୍ସବରେ କେ. ସିଭନ୍ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।ଅରୁଗୁଳ କ୍ୟାମ୍ପସରେ ଆଜି ଦିନ ୧୧ଟାରେ ଆରମ୍ଭ ହେବ ସମାବର୍ତ୍ତନ ଉତ୍ସବ । ଏହି ଉତ୍ସବରେ ୩ ଜଣଙ୍କୁ ସ୍ବର୍ଣ୍ଣ ପଦକ ଓ ୧୫ ଜଣଙ୍କୁ ରୌପ୍ୟ ପଦକ ପ୍ରଦାନ କରାଯିବ । ଆଇଆଇଟି କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ ବିଭାଗର ଛାତ୍ର ଶୋହନ ମହାପାତ୍ର ରାଷ୍ଟ୍ରପତି ସ୍ବର୍ଣ୍ଣ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏମ୍‌ଟେକ୍‌ ଛାତ୍ର ରାହୁଲ ଦାଶ ଓ ଏମଏସସି ଛାତ୍ର ଅନୁଭବ ନାଥ ଡାଇରେକ୍ଟରର୍ସ ଗୋଲ୍ଡ ମେଡାଲ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବିଭିନ୍ନ ବିଭାଗରେ ସର୍ବୋଚ୍ଚ ନମ୍ବର ରଖି କୃତିତ୍ବ ହାସଲ କରିଥିବା ୧୫ ଜଣ ରୌପ୍ୟ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।






Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହାନଦୀରେ ପୁଣି ଦେଖାଗଲା କୁମ୍ଭୀର

ମହାନଦୀରେ ପୁଣି ଦେଖାଗଲା କୁମ୍ଭୀର

Read More...

ରଙ୍ଗେଇଲୁଣ୍ଡା ଫୋଟଗ୍ରାଫର ଆସୋସିଏସନର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ରଙ୍ଗେଇଲୁଣ୍ଡା ଫୋଟଗ୍ରାଫର ଆସୋସିଏସନର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: