ବଦଳିବେ ମୁଖ୍ୟ ନିର୍ବାଚନ ଅଧିକାରୀ

September 24, 2019, ରାଜନୀତି, , Bhagyaprabha News Bureau
ବଦଳିବେ ମୁଖ୍ୟ ନିର୍ବାଚନ ଅଧିକାରୀ
Bhagyaprabha News Bureau
September 24, 2019

ଖୁବଶୀଘ୍ର ବଦଳିବେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ । ବିଜେପୁର ଉପନିର୍ବାନ ପୂର୍ବରୁ ବଦଳିବେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ବରିଷ୍ଠ ଆଇଏଏସ ଅଧିକାରୀ ସୁରେନ୍ଦ୍ର କୁମାର । ଆଇଏଏସ ସୁରେନ୍ଦ୍ର କୁମାର ଚଳିତ ନିର୍ବାଚନ ପରେ ସିଇଓ ପଦରୁ ବିରତି ନେବାକୁ ନିର୍ବାଚନ କମିସନ ଓ ରାଜ୍ୟ ସରକାରଙ୍କୁ ଜଣାଇଥିଲେ । ସୂଚନା ଅନୁଯାୟୀ, ଆଇଏଏସ ସୁରେନ୍ଦ୍ର କୁମାର ସିଇଓ ପଦରୁ ବିରତି ନେବାକୁ ଜଣାଇବା ପରେ ନିର୍ବାଚନ କମିସନ ଏଥିପାଇଁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କୁ ନୂତନ ସିଇଓ ଚୟନ ଦାୟିତ୍ୱ ଦେଇଥିଲେ ।ଏହି ଦାୟିତ୍ୱ କ୍ରମେ ଶ୍ରୀ ତ୍ରିପାଠୀ ତିନିଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କ ନାମ ସୁପାରିସ କରିଛନ୍ତି । ସେମାନେ ହେଲେ ୧୯୯୯ ବ୍ୟାଚର ଆଇଏଏସ


* ବର୍ତ୍ତମାନର ଭୂ-ବନ୍ଦୋବସ୍ତ କମିସନର- ଏନ.ବି.ଏସ ରାଜପୁତ


* ବର୍ତ୍ତମାନର ବାଣିଜ୍ୟିକ କମିସନର ଏବଂ ଅବକାରୀ ବିଭାଗ ଶାସନ- ସଚିବ ସୁଶୀଲ କୁମାର ଲୋହାନି


* ବର୍ତ୍ତମାନର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଶାସନ ସଚିବ- ଭାସ୍କର ଜ୍ୟୋତି ଶର୍ମା


୨୦୧୮ ମସିହା ବିଜେପୁର ଉପନିର୍ବାଚନ ପୂର୍ବରୁ ବରିଷ୍ଠ ଆଇଏଏସ ଅଧିକାରୀ ସୁରେନ୍ଦ୍ର କୁମାର ସିଇଓ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଏବଂ ୨୦୧୯ ବିଜେପୁର ଉପନିର୍ବାଚନ ପୂର୍ବରୁ ଶ୍ରୀ କୁମାରଙ୍କ ବଦଳି ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେବେ ଅକ୍ଟୋବର ୨୧ ତାରିଖରେ ହେବାକୁଥିବା ବିଜେପୁର ଉପନିର୍ବାଚନ ପୂର୍ବରୁ ଶ୍ରୀ କୁମାରଙ୍କୁ ବଦଳାଯିବ ନା ନାହିଁ ତାହା ନିର୍ବାଚନ କମିସନଙ୍କ ଉପରେ ନିର୍ଭର କରୁଛି ବୋଲି ବିଶେଷଜ୍ଞ ମହଲରେ ଚର୍ଚ୍ଚା ହେଉଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କିପରି ପ୍ରସ୍ତୁତ କରିବେ ତନ୍ଦୁରି ଆଳୁ

କିପରି ପ୍ରସ୍ତୁତ କରିବେ ତନ୍ଦୁରି ଆଳୁ

Read More...

ଆଜି ଦିନସାରା ପ୍ରବଳ ବର୍ଷା ସମ୍ଭାବନା

ଆଜି ଦିନସାରା ପ୍ରବଳ ବର୍ଷା ସମ୍ଭାବନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: