ନିରାଶ ହେଲେ ଚିନ୍ମୟାନନ୍ଦ

September 25, 2019, ଅପରାଧ, , Bhagyaprabha News Bureau
ନିରାଶ ହେଲେ ଚିନ୍ମୟାନନ୍ଦ
Bhagyaprabha News Bureau
September 25, 2019

ଜଣେ ଆଇନ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ ଜେଲରେ ଥିବା ବିଜେପିର ପୂର୍ବତନ ନେତା ଚନ୍ମୟାନନ୍ଦଙ୍କୁ ଆଜି ଉତ୍ତର ପ୍ରଦେଶର ଏକ କୋର୍ଟ ନିରାଶ କରିଛନ୍ତି । ସେ ଜେଲରୁ ମୁକୁଳିବା ପାଇଁ ଜାମିନ୍‌ ଆବେଦନ କରିଥିଲେ ମଧ୍ୟ ଏହାକୁ କୋର୍ଟ ଖାରଜ କରିଦେଇଛନ୍ତି ।ବିଜେପିର ଏହି ବରିଷ୍ଠ ନେତା ଜଣଙ୍କ ନିଜ ଆଇନ୍‌ କଲେଜ୍‌ରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ଅଶ୍ଲୀଳ ଫଟୋ ଉଠାଇ ତାଙ୍କୁ ଦୀର୍ଘ ବର୍ଷ ହେଲା ଯୌନ ନିର୍ଯାତନା ଦେଇ ଆସୁଥିଲେ। ହେଲେ ପୀଡ଼ିତା ଜଣଙ୍କ ମୁହଁ ଖୋଲିବାରୁ ତାଙ୍କୁ ପୁଲିସ୍‌ ଗିରଫ କରିଛି। ଗତକାଲି ସେ ଶାହାଜାହାନପୁର ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ଜାମିନ ଆବେଦନ କରିଥିଲେ। ହେଲେ କୋର୍ଟ ତାଙ୍କୁ ଜାମିନ୍‌ ଆବେଦନ ପାଇଁ ସେସନ୍ସ କୋର୍ଟର ଦ୍ୱାରସ୍ଥ ହେବାକୁ ପରାମର୍ଶ ଦେଇଛନ୍ତି। କେବଳ ଚିନ୍ମୟାନନ୍ଦ ନୁହନ୍ତି, କୋର୍ଟ ଏହି ଘଟଣାର ଗିରଫ ହୋଇଥିବା ସଞ୍ଜୟ, ସଚିନ ଓ ବିକ୍ରମର ଜାମିନ୍ ଆବେଦନକୁ ମଧ୍ୟ ଖାରଜ କରିଛନ୍ତି।ଅନ୍ୟପକ୍ଷରେ ଆଜି ସଚିନ ଓ ବିକ୍ରମକୁ ଘଟଣାର ତଦନ୍ତ କରୁଥିବା ଏସ୍ଆଇଟି ୯୫ ଘଣ୍ଟା ପାଇଁ ରିମାଣ୍ଡରେ ନେଇଛି। ଚିନ୍ମୟାନନ୍ଦଙ୍କୁ ପୀଡ଼ିତା ଓ ତାଙ୍କର ସମ୍ପର୍କୀୟମାନେ ଟଙ୍କା ପାଇଁ ଧମକ ଦେଇଥିଲେ। ତେଣୁ ମୋବାଇଲ ଫୋନ୍‌ ତଥ୍ୟ ହାସଲ ପାଇଁ ସଚିନ ଓ ବିକ୍ରମକୁ ପୁଲିସ୍ ରାଜସ୍ଥାନର ମେହେନ୍ଦିପୁର ବାଲାଜୀକୁ ନେଇଛି। ସେହିପରି ଚିନ୍ମୟାନନ୍ଦଙ୍କ ଓକିଲଙ୍କ ଫୋନକୁ ମଧ୍ୟ ଧମକପୂର୍ଣ୍ଣ ମେସେଜ ଆସିଥିବା ଅଭିଯୋଗ ହୋଇଥିବାରୁ ପୁଲିସ୍ ଉକ୍ତ ଫୋନକୁ ମଧ୍ୟ ଜବତ କରିଛି। ଶୁକ୍ରବାର ଗିରଫ ହୋଇଥିବା ଚିନ୍ମୟାନନ୍ଦଙ୍କୁ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗ ହାଜତକୁ ପଠାଇ ଦେଇଛନ୍ତି |




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁର୍ଘଟଣାର ଶିକାର ହେଲା ମିଗ୍-୨୧

ଦୁର୍ଘଟଣାର ଶିକାର ହେଲା ମିଗ୍-୨୧

Read More...

ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ - ପାଣିପାଗ ବିଭାଗ

ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ - ପାଣିପାଗ ବିଭାଗ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: